Top 10 News Today: ସଂକ୍ଷେପରେ ପଢି ନିଅନ୍ତୁ ଅପରାହ୍ଣର ୧୦ଟି ବଡ଼ ଖବର
Trending Photos
Top 10 News Today:
01- Air Attack in Syria: ରବିବାର ଦକ୍ଷିଣ ସିରିଆର ବିଭିନ୍ନ ସ୍ଥାନରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଜଣେ ସିରିଆ ସୈନିକଙ୍କ ମୃତ୍ୟୁ ଘଟିଛି। ଷ୍ଟେଟ ନ୍ୟୁଜ୍ ଏଜେନ୍ସି ସାନା କହିଛି ଯେ, ଇସ୍ରାଏଲ୍ ଅଧିକୃତ ଗୋଲାନ୍ ହାଇଟ୍ସ ଦିଗରୁ ଆସିଥିବା କିଛି କ୍ଷେପଣାସ୍ତ୍ରକୁ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଦ୍ବାରା ଗୁଳି କରି ଖସାଇ ଦିଆଯାଇଥିଲା। ସେପଟେ ବ୍ରିଟେନରେ ଅବସ୍ଥିତ ସିରିଆ ଅବଜରଭେଟରୀ ଫର ହ୍ୟୁମାନ୍ ରାଇଟ୍ସର ଜଣେ ଅଧିକାରୀ କହିଛନ୍ତି, ଦମ୍ମେସକର ଉତ୍ତର-ପୂର୍ବରେ ଥିବା କାଲାମୁନ୍ ପର୍ବତରେ ଇସ୍ରାଏଲ୍ ମଧ୍ୟ ଦୁଇଟି ସାମରିକ ଶିବିର ଉପରେ ଆକ୍ରମଣ କରାଯାଇଛି।
02-Koraput Road Accident: କୋରାପୁଟ ଜିଲ୍ଲା ଖଟଲାପଦର ନିକଟରେ ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିଲା ବରଯାତ୍ରୀ ଗାଡ଼ି। ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ କୁନ୍ଦୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତ ଦଳପୁର ଅଞ୍ଚଳର ବୋଲି ସୂଚନା ମିଳିଛି ।
03- Surgery Case SCB Hospital: ଏସ୍ସିବି ମେଡିକାଲରେ ପ୍ରଥମଥର ପାଇଁ ଭସ୍କୁଲାରାଇଜଡ ଲିମ୍ପନୋଡ୍ ଟ୍ରାନ୍ସଫର୍ ପଦ୍ଧତିରେ ଅସ୍ତ୍ରୋପଚାର କରାଯାଇଛି । ଏହି ଅସ୍ତ୍ରୋପଚାର ଯୋଗୁଁ ଜଣେ ମହିଳା ସୁସ୍ଥ ହୋଇଛନ୍ତି। ଫାଇଲେରିଆ ରୋଗରେ ପୀଡ଼ିତ ହୋଇ ଦୀର୍ଘ ୧୬ବର୍ଷ ହେବ ଯନ୍ତ୍ରଣା ପାଉଥିବା ୩୩ ବର୍ଷୀୟ ରୀତାରାଣୀ ସ୍ୱାଇଁ ଆରୋଗ୍ୟ ଲାଭ କରିଛନ୍ତି। ପ୍ଲାଷ୍ଟିକ ସର୍ଜରୀ ବିଭାଗର ଡାକ୍ତରମାନଙ୍କ ଉଦ୍ୟମରେ ଗୋଦରା ଗୋଡ଼ରୁ ମୁକ୍ତ ହୋଇଛନ୍ତି ରୀତାରାଣୀ। ବିଭାଗୀୟ ମୁଖ୍ୟ ପ୍ରଫେସର୍ ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି ଯେ ରୀତାରାଣୀଙ୍କ ବାମଗୋଡ଼ ସମ୍ପୂର୍ଣ୍ଣ ଭାବେ ଫୁଲି ଯାଇଥିଲା।
04- MLA Mohammed Moquim at Supreme Court: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଧାୟକ ଭାବେ ମୋକିମଙ୍କ ନିର୍ବାଚନ ବିଜୟକୁ ଓଡ଼ିଶା ହାଇକୋର୍ଟ ମାର୍ଚ୍ଚ ୪ରେ ଅସିଦ୍ଧ ଘୋଷଣା କରିଥିଲେ । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି ମୋକିମ୍ । ହାଇକୋର୍ଟ ଦେଇଥିବା ରାୟ ଉପରେ ରହିତାଦେଶ ପାଇଁ ସେ ଏଥିରେ ସୁପ୍ରିମକୋର୍ଟଙ୍କୁ ପ୍ରାର୍ଥନା କରିଛନ୍ତି ।
05- Sidhu Moose Wala: ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲାଙ୍କ ଘରକୁ ଆସିଲେ କୁନି ଅତିଥି । ଏନେଇ ମୁସେୱାଲାଙ୍କ ବାପା ବଲକୌର ସିଂ ସୋସିଆଲ ମିଡ଼ିଆରେ ସୂଚନା ଦେବା ସହ ଶିଶୁ ପୁତ୍ରର ଫଟୋ ସେୟାର କରିଛନ୍ତି । ୫୮ ବର୍ଷରେ ମୁସେୱାଲାଙ୍କ ମା’ ଚରଣ କୌର (Charan Kaur) ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଏନେଇ ସିଦ୍ଧୁ ମୁସେୱାଲାଙ୍କ ବାପା ବଲକୌର ସିଂ ନବଜାତ ପୁଅର ଫଟୋ ସେୟାର କରି ଲେଖିଛନ୍ତ, ‘ଶୁଭଦୀପଙ୍କୁ ଭଲ ପାଉଥିବା ଲକ୍ଷ ଲକ୍ଷ ଆତ୍ମାର ଆଶୀର୍ବାଦରେ ଅନନ୍ତ ଭଗବାନ ଶୁଭଙ୍କ ସାନ ଭାଇକୁ ଆମ କୋଳରେ ଦେଇଛନ୍ତି । ଭଗବାନଙ୍କ ଆଶୀର୍ବାଦରେ ପରିବାର ସୁସ୍ଥ ଅଛି ସମସ୍ତ ଶୁଭେଚ୍ଛୁଙ୍କ ଅସୀମ ଭଲପାଇବା ପାଇଁ ମୁଁ କୃତଜ୍ଞ’।
06- Pakistan Terror Attack: ପାକିସ୍ତାନ ସେନା କ୍ୟାମ୍ପରେ ଆତଙ୍କବାଦୀ ଆକ୍ରମଣରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଫଗାନିସ୍ତାନ ସୀମାନ୍ତବର୍ତ୍ତୀ ଅଞ୍ଚଳ ଉତ୍ତର ୱଜିରିସ୍ତାନରେ ଥିବା ସେନା କ୍ୟାମ୍ପ ଉପରେ ଏହି ଆକ୍ରମଣ ହୋଇଛି। ମୃତକଙ୍କ ମଧ୍ୟରେ ୫ ଜଣ ସୈନ୍ୟ ଥିବାବେଳେ ଦୁଇ ଜଣ ସେନା ଅଧିକାରୀ ଅଛନ୍ତି।
07- ED Notice to Arvind Kejriwal: ଦିଲ୍ଲୀ ଅବକାରୀ ନୀତିରେ ଘୋଟାଲା ମାମଲାରେ ଇଡି ରବିବାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ ପଠାଇଛି। କେଜ୍ରିୱାଲ ବାରମ୍ବାର ଇଡିର ସମନକୁ ଏଡାଇ ଚାଲିଥିବା ବେଳେ ନବମ ଥର ପାଇଁ ସମନ ଜାରି କରିଛି ଇଡି। ଜେରା ପାଇଁ ଆସନ୍ତା ୨୧ ତାରିଖରେ କାର୍ଯ୍ୟାଳୟରେ ହାଜର ହେବାକୁ କେଜ୍ରିୱାଲଙ୍କୁ କାର୍ଯ୍ୟାଳୟକୁ ଡକାଇଛି। ଏହା ପୂର୍ବରୁ ଇଡି କେଜ୍ରିୱାଲଙ୍କୁ ୮ ଥର ସମନ ପଠାଇ ସାରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଏହି ସମନକୁ ବେଆଇନ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଦର୍ଶାଇ ହାଜର ହେଉନାହାନ୍ତି।
08- DC vs RCB 2024: ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଆଜି ଫାଇନାଲ ଖେଳାଯିବ। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ। ମେଗ୍ ଲାନିଂଙ୍କ ନେତୃତ୍ବରେ ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ୮ଟି ମ୍ୟାଚ୍ ରୁ ୬ଟିରେ ବିଜୟୀ ହୋଇଛି। ସ୍ମୃତି ମନ୍ଧାନାଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏପର୍ଯ୍ୟନ୍ତ ମାତ୍ର ୪ଟି ମ୍ୟାଚ୍ ଜିତିଛି।
09- World Cup Final Match 2023: ବିଶ୍ୱକପ୍ ଫାଇନାଲ ମ୍ୟାଚରେ ପିଚ୍ ପ୍ରସ୍ତୁତି ନେଇ ପ୍ରଶ୍ନ ଉଠାଇଲେ ମହମ୍ମଦ କୈଫ। ଏନେଇ ସେ କହିଛନ୍ତି ଯେ, ବିଶ୍ୱକପ୍ ଫାଇନାଲରେ ନରେନ୍ଦ୍ର ମୋଦି ଷ୍ଟାଡିୟମର ପିଚ୍ କୁ ଘରୋଇ ଟିମ୍ ପାଇଁ ଅନୁକୂଳ କରିବା ଉଦ୍ଦେଶ୍ୟରେ କ୍ୟୁରେଟ୍ ମାଧ୍ୟମରେ ଏପଟ ସେପଟ କରାଯାଇଥିଲା । କୋଚ୍ ରାହୁଲ ଦ୍ରାବିଡ ଓ କ୍ୟାପଟେନ୍ ରୋହିତ ଶର୍ମା ୩ ଧରି ଏହି ପିଚ୍ ଦେଖିବାକୁ ଯାଇଥିଲେ । ସେମାନେ ପିଚ୍ ର ରଙ୍ଗ ବଦଳାଯାଉଥିବା ଦେଖିଥିଲେ ବି କିଛି ଅଭିଯୋଗ କରି ନଥିଲେ ।
10- Weather Update: ବର୍ତ୍ତମାନ ରାଜ୍ୟରେ ନିମ୍ନ ଚାପରେଖା ସହ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି। ଏହି ୨ ନିୟାମକକୁ ନେଇ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟରେ ପ୍ରବେଶ କରୁଛି। ବାୟୁ ମଣ୍ତଳରେ ଏହି ନିମ୍ନଚାପ ରେଖା ହିମାଳୟ ପାଦଦେଶରୁ ବାହାରି ପଶ୍ଚିମବଙ୍ଗ ଦେଇ ଉତ୍ତର ଆନ୍ଧ୍ର ଇପକୂଳ ଯାଏଁ ଓଡି଼ଶା ଉପକୂଳ ଦେଇ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉପରେ ପରିବ୍ୟାପ୍ତ ରହିଛି। ଯାହା ଦ୍ବାରା ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ରେକର୍ଡ଼ ହୋଇଛି।
Also Read- Guru Gochar Phala 2024: ୨୦୨୫ ପର୍ଯ୍ୟନ୍ତ ସବୁକିଛି ହେବ ଭଲ, ଏହି ରାଶି ଉପରେ ଦେବଗୁରୁଙ୍କ କୃପା
Also Read- Free Ration: ଖୁସି ଖବର, ୨୦୨୮ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ !