Top 10 News Headlines: ଦିନଯାକର ୧୦ ବଡ଼ ଖବର
Advertisement

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines | 10 October 2023 | ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines: ଦିନଯାକର ୧୦ ବଡ଼ ଖବର

Top 10 News Headlines

1. ପାକିସ୍ତାନର ବିଜୟ: ଆାଜି ବିଶ୍ୱକପ୍‍ କ୍ରିକେଟର ଅଷ୍ଟମ ମ୍ୟାଚରେ ପାକିସ୍ତାନ ଶ୍ରୀଲଙ୍କାକୁ ହରାଇଛି। ଶ୍ରୀଲଙ୍କା ଦ୍ୱାରା ୫୦ ଓଭରରେ ଦିଆଯାଇଥିବା ୩୪୪ ରନ୍‍ର ଟାର୍ଗେଟକୁ ପାକିସ୍ତାନ ୪ ଓ୍ୱିକେଟ୍‍ ବିନିମୟରେ ହାସଲ କରିପାରିଛି। ଆସନ୍ତା କାଲି ଭାରତ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‍ ଅନୁଷ୍ଠିତ ହେବ। ଅପରାହ୍ଣ ୨ଟାରୁ ମ୍ୟାଚ୍‍ ଆରମ୍ଭ ହେବ। 

2. ପଞ୍ଚାୟତକୁ ୫୦ ଲକ୍ଷ :  ପଞ୍ଚାୟତ ସ୍ତରରେ ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଆରମ୍ଭ ହୋଇଛି ‘ଆମ ଓଡ଼ିଶା ନବୀନ ଓଡ଼ିଶା’।  ଏଥିଲାଗି ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କାର ସହାୟତା ସରକାର ପ୍ରଦାନ କରିବେ। ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ରାଜ୍ୟର ୬୭୯୪ଟି ପଞ୍ଚାୟତରେ ୯୦୭୨୩ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ଆଜି ଏହି ପ୍ରକଳ୍ପକୁ ଉଦ୍‍ଘାଟନ କରିଛନ୍ତି।

3.କୁମାରପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ: ୨୮ ତାରିଖ ଦିନ ଚନ୍ଦ୍ରଗ୍ରହଣ ହେବ। ଏହା ରାତି ୧ଟା ୪ ମିନିଟ୍‍ ରୁ ୨ଟା ୨୪ ମିନିଟ୍‍ ଯାଏ ଦୃଶ୍ୟମାନ ହେବ। ସମୁଦାୟ ୧ ଘଣ୍ଟା ୧୯ ମିନିଟ୍‍ ଗ୍ରହଣ ରହିବ। ଏହି ସମୟରେ ହିନ୍ଦୁ ରୀତି ନୀତି ଅନୁସାରେ ମନ୍ଦିରର ନୀତି ନିର୍ଘଣ୍ଟ କରାଯାଇଛି। 

4.ଦର୍ଶନ ବେଳେ ଭକ୍ତଙ୍କ ମୃତ୍ୟୁ: ଶ୍ରୀଜଗନ୍ନାଥ ମନ୍ଦିରରେ ଜଣ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରୁଥିବା ସମୟରେ ବାହାର କାଠ ନିକଟରେ ଟଳି ପଡ଼ିଛନ୍ତି। ତାଙ୍କୁ ତୁରନ୍ତ ହସ୍‍ପିଟାଲ୍‍ ଚିକିତ୍ସା ପାଇଁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକଙ୍କ ନାମ ହେଉଛି ରାୟନ ପ୍ରସାଦ ସାନ। ତାଙ୍କ ଘର ଉତ୍ତରପ୍ରଦେଶର ଝାନ୍ସୀ । ସେ ପରିବାର ବର୍ଗଙ୍କ ସହ ଦର୍ଶନ ପାଇଁ ଆସିଥିଲେ। 

5.୧୩୦ ଦିନ ପରେ ଶବ ସତ୍କାର: ବାହାନଗା  ଟ୍ରନ୍‍ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ୨୮ ଜଣ ଅପରିଚିତଙ୍କ ଶବକୁ ଭୁବନେଶ୍ୱର ମ୍ୟୁନିସିପାଲିଟି ପକ୍ଷରୁ ସତ୍କାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏମ୍ସ ପକ୍ଷରୁ ଏହି ମୃତ ଦେହଗୁଡ଼ିକୁ ସଂରକ୍ଷିତ କରି ରଖିବା ସମ୍ଭବ ନୁହେଁ ବୋଲି କହିବା ପରେ ବିଏମ୍‍ସି ପକ୍ଷରୁ ଏଥିପାଇଁ ପଦକ୍ଷେପ ନିଆଯାଇଛି। ଦୁଇଦିନ ଧରି ଏହି ସତ୍କାର ପ୍ରକ୍ରିୟା ଚାଲିବ ବୋଲି ବିଏମ୍‍ସି କମିଶନର କହିଛନ୍ତି। 

6.ଜଙ୍ଗଲି କନ୍ଦା ରୋକିବ କୁପୋଷଣ: କୋରାପୁଟର ଆଦିବ ଅଧିବାସୀମାନେ ଖାଦ୍ୟ ରୂପେ ବ୍ୟବହାର କରୁଥିବା ଜଙ୍ଗଲି କନ୍ଦା କୁପୋଁଣରୁ ରକ୍ଷା କରିପାରିବ। ଏଥିରୁ ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଯାଇପାରି ବୋଲି କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଶିକ୍ଷାବିତ ଓ ଛାତ୍ରଛାତ୍ରୀ ଗବେଷଣାରୁ ଜାଣିପାରିଛନ୍ତି। ୧୦ ବର୍ଷ ହେବ ଏ ବାବଦରେ ଗବେଷଣା କରାଯାଇଥିବା ବିଶ୍ୱବିଦ୍ୟଳୟର ପ୍ରଫେସର ଦେବବ୍ରତ ପଣ୍ଡା କହିଛନ୍ତି। ସେ କହିଛନ୍ତି  କୋରାପୁଟର ଆଦିବାସୀମାନେ ୮ ପ୍ରକାର ଜଙ୍ଗଲି କନ୍ଦାକୁ ଖାଦ୍ୟ ଭାବେ ବ୍ୟବହାର କରନ୍ତି। ଏଗୁଡ଼ିକ ଅଧିକ ପରିମାଣରେ ପ୍ରୋଟିନ୍‍, ଫାଇବର, ଆଣ୍ଟି ଅକ୍ସିଡାଣ୍ଟ ଓ ଭିଟାମିନ୍‍ ଯୁକ୍ତ ବୋଲି ସେ କହିଛନ୍ତି। 

7.ଅମର୍ଦ୍ଦା ବିମାନବନ୍ଦର ସ୍ୱପ୍ନ ଅଧୁରା ରହିଲା: ପ୍ରତିରକ୍ଷା ବିଭାଗ ବ୍ୟବହାର କରୁଥିବା ଅମର୍ଦ୍ଦା ଏୟାରଷ୍ଟ୍ରୀପକୁ ସବୁଦିନିଆ ବିମାନ ବନ୍ଦରରେ ପରିଣତ କରି ଉଡ଼ାଣ ଯୋଜନାରେ ବିମାନ ଉଡ଼ାଣ କରିବା ସ୍ୱପ୍ନ ଅଧାରେ ଅଟକିଛି। ଆଜି ଜମି ହସ୍ତାନ୍ତର ପ୍ରକ୍ରିୟା କାର୍ଯ୍ୟକ୍ରମ ଥିଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ କାର୍ଯ୍ୟକ୍ରମ ହୋଇପାରି ନାହିଁ। ୧୯୪୬ ମସିହାରୁ ପ୍ରତିରକ୍ଷା ବିଭାଗ ଏହି ବିମାନ ବନ୍ଦର ପାଇଁ ସ୍ଥାନୀୟ ଲୋକଙ୍କଠାରୁ ଜମି ନେଇ ପ୍ରତିବଦଳରେ ବାର୍ଷିକ କ୍ଷତିପୂରଣ ଦେବାକୁ କହିଥିଲେ ମଧ୍ୟ ତାହା କରୁ ନଥିବାରୁ ସ୍ଥାନୀୟ ଲୋକେ ଏୟାର୍‍ଷ୍ଟ୍ରୀପ ଅବରୋଧ କରିଥିଲେ। 

8.ରିମାଣ୍ଡ ବଢ଼ିଲା: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଆମ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂଙ୍କ ଇଡି ରିମାଣ୍ଡ ଅବଧି ଅକ୍ଟୋବର ୧୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଶ୍ରୀ ସିଂଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୪ ଅକ୍ଟୋବରରେ ଗିରଫ କରାଯାଇଥିଲା।

9. ଇସ୍ରାଏଲ୍‍କୁ ଭାରତର ସମର୍ଥନ: ଆତଙ୍କୀ ଆକ୍ରମଣର ଶିକାର ହୋଇଥିବା ଇସ୍ରାଏଲ୍‍କୁ ଭାରତର ପୂର୍ଣ୍ଣ ସମର୍ଥନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ପକ୍ଷରୁ ଇସ୍ରାଏଲ୍‍ ରାଷ୍ଟ୍ରମୁଖ୍ୟ ନେତ୍ୟାନ୍ୟୁାହୁଙ୍କୁ ସ୍ପଷ୍ଟ କରିଛନ୍ତି। ଏକ ଟ୍ୱିଟ୍ ରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଶ୍ରୀ ନେତ୍ୟାନ୍ୟାହୁ ଆଜି ତାଙ୍କୁ ଫୋନ୍‍ କରି  ଇସ୍ରାଏଲ୍‍ ପରିସ୍ଥିତି ସମ୍ପର୍କରେ ବିବରଣୀ ଦେଇଛନ୍ତି। ଅପରପକ୍ଷେ ଭାରତର ନାଗରିକ ଇସ୍ରାଏଲ୍‍ ସହ ଏହି ଦୁଃସ୍ଥିତିରେ ଠିଆ ହୋଇଥିବା କହିଛନ୍ତି। ଭାରତର ସ୍ପଷ୍ଟ ଓ ଦୃଢ଼କଣ୍ଠରେ ଆତଙ୍କବାଦକୁ ନିନ୍ଦା କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ଯେକୌଣସି ପ୍ରକାରେ ଆତଙ୍କବାଦ ହୋଇଥାଉ ନା କାହିଁକି ଏହା ମାନବଜାତି ପାଇଁ ବିଡ଼ମ୍ବନା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। 

10.ଇସ୍ରାଏଲ୍‍ ସ୍ଥିତି ପାଇଁ ଆମେରିକା ଦାୟୀ: ଇସ୍ରାଏଲ୍‍- ପାଲେଷ୍ଟାଇନ୍‍ ମଧ୍ୟରେ ଆଜିର ପରିସ୍ଥିତି ପାଇଁ ଆମେରିକା ଦାୟୀ। ଋଷ ରାଷ୍ଟ୍ରପତି ଆଜି ଏହା ସ୍ପଷ୍ଟ କରିଛନ୍ତି। ଆମେରିକାର ଏହା ନୀତିଗତ ବିଫଳତାର ସୂଚନା ବୋଲି କହିବା ସହ ଆମେରିକା ଅତୀତରେ ନିଜ ପାଇଁ ଆସ୍ଥାନ ଖୋଜି ଏପରି ପରିସ୍ଥିତି ସୃଷ୍ଟି କରିଥିବା ସେ କହିଛନ୍ତି।

Also Read- Israel Cow: ସର୍ବାଧିକ କ୍ଷୀର ଦିଅନ୍ତି ଇସ୍ରାଏଲ୍ ଗାଈ, କ୍ଷୀର ବାହାର କରନ୍ତି ରୋବଟ୍