TOP 10 NEWS TODAY: ରାଜ୍ୟରେ ପାଳିତ ହେଲା ରଙ୍ଗର ପର୍ବ ହୋଲି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2175398

TOP 10 NEWS TODAY: ରାଜ୍ୟରେ ପାଳିତ ହେଲା ରଙ୍ଗର ପର୍ବ ହୋଲି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

TOP 10 NEWS TODAY: ରାଜ୍ୟରେ ପାଳିତ ହେଲା ରଙ୍ଗର ପର୍ବ ହୋଲି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 26 March | Evening    

1. Holi Celebration Odisha 2024: ମାର୍ଚ୍ଚ ୨୬ ତାରିଖ ମଙ୍ଗଳବାର ରାଜ୍ୟରେ ପାଳିତ ହୋଇଯାଇଛି ରଙ୍ଗର ପର୍ବ ହୋଲି। ଏହାକୁ ନେଇ ଉତ୍ସବ ମୁଖର ହୋଇପଡି଼ଛି ସାରା ରାଜ୍ୟ। ଭଳିକି ଭଳି ରଙ୍ଗ ଲଗାଇ ସମସ୍ତେ ନିଜ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଦେଇଛନ୍ତି।  ପରିବାର, ପ୍ରିୟଜନ, ବନ୍ଧୁଙ୍କୁ ହୋଲି ଲଗାଇ ଆରମ୍ଭ ହୋଇଛି ସେଲିବ୍ରେସନ୍। ହୋଲି ଅବସରରେ ବିଭିନ୍ନ ସ୍ଥାନରେ ଭୋଜି ଭାତର ଆୟୋଜନ ହୋଇଥିବା ବେଳେ ନାଚ ଗୀତର ଆସର ମଧ୍ୟ ଜମିଥିଲା।

2. Vietnam Health Ministry Confirms Mans Death in H5N1: କୁକୁଡ଼ା ସମେତ ଅନ୍ୟାନ୍ୟ ପକ୍ଷୀଙ୍କୁ ଆକ୍ରାନ୍ତ କରୁଥିବା ବାର୍ଡ ଫ୍ଲୁ ଏବେ ମଣିଷଙ୍କ ଲାଗି ଘାତକ ସାଜିଛି। ସଦ୍ୟ ଭିଏତନାମର କାନହ ହୋଆ ପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଘଟଣା। ଯେଉଁଠି ଜଣେ ୨୧ ବର୍ଷୀୟ କଲେଜ ଛାତ୍ର ବାର୍ଡ ଫ୍ଲୁ ଦ୍ୱାରା ସଂକ୍ରମିତ ହେବା ପରେ ପ୍ରାଣ ହରାଇଛନ୍ତି। ବାର୍ଡ ଫ୍ଲୁ କାରଣରୁ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର (୨୬ ମାର୍ଚ୍ଚ) ସ୍ପଷ୍ଟ କରିଛି। ଦେଶର କାନହ ହୋଆ ପ୍ରଦେଶରେ ଏଚ୫ ଏଭିଆନ୍ ଫ୍ଲୁ ସଂକ୍ରମଣ ହୋଇଥିବା ନେଇ କହିଥିଲା ଭିଏତନାମ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। 

3. Baltimore Bridge Collapses: ସଦ୍ୟ ଯୁକ୍ତରାଷ୍ଟ୍ର ଆମେରିକାର ବାଲ୍ଟିମୋର ସହରରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯେଉଁଠି ଏକ ଜାହାଜ ସହ ଧକ୍କା ହେବା ପରେ ଏକ ପୋଲ ତାସ ମୁଠା ଭଳି ଭୁଷୁଡ଼ି ଯାଇଛି ବାଲ୍ଟିମୋର ସହରରେ ଥିବା "ଫ୍ରାନ୍ସିସ୍ ସ୍କଟ୍ କି ବ୍ରିଜ୍" ଏକ କଣ୍ଟେନର ଜାହାଜ ସହ ଧକ୍କା ହୋଇଥିଲା। ଯାହା ପରେ ଏହି ପୋଲ ସମ୍ପୂର୍ଣ୍ଣ ଭୁଷୁଡି ଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାତି ୦୧:୩୦ (ସ୍ଥାନୀୟ ସମୟ) ସମୟରେ ପୋଲ ଜାହାଜ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାର ଭିଡିଓ ଫୁଟେଜ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଜାହାଜ ସହ ଧକ୍କା ହେବା ପରେ ପୋଲ ମୁଠା ଭଳି ଭୁଷୁଡ଼ି ଯାଇଥିଲା।

4. Hamas Rejected UNSC Ceasefire Proposal: ପ୍ରାୟ ୬ ମାସରୁ ଉର୍ଦ୍ଧ୍ୱ ସମୟ ଧରି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ଅଣ୍ଟାଭିଡ଼ିଛି ଜାତିସଂଘ। ଏହି ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ଯୁଦ୍ଧବିରାମ ପ୍ରସ୍ତାବ ଆଗତ ହୋଇଥିଲା। ହେଲେ ଏହି ଯୁଦ୍ଧ ବିରାମ ପ୍ରସ୍ତାବକୁ ହମାସ୍ ପ୍ରତ୍ୟାଖ୍ୟାନ କରିଥିବାର ଜଣାପଡ଼ିଛି। ପ୍ରତିଦ୍ୱନ୍ଦ୍ୱୀ ଇସ୍ରାଏଲ ଏହାର ମୌଳିକ ଦାବିକୁ ଅଣଦେଖା କରିଥିବା ହମାସ ଅଭିଯୋଗ  ଆଣିଛି। ହମାସ ପକ୍ଷରୁ ଇସ୍ରାଏଲ ନିକଟରେ ଯେଉଁ ଦାବି ରଖାଯାଉଛି ତାହା ହେଉଛି ପାଲେଷ୍ଟାଇନ ଗାଜା ଅଞ୍ଚଳରେ ଯୁଦ୍ଧର ସମାପ୍ତି ଏବଂ ସେଠାରୁ ଇସ୍ରାଏଲ୍ ସୈନ୍ୟବାହିନୀର ସମ୍ପୂର୍ଣ୍ଣ ପ୍ରତ୍ୟାହାର।

5. La Nina 2024 Forecast: ଭାରତୀୟ ପାଣିପାଗ ବିଭାଗ ପାଇଁ ଆସିଛି ଆଶ୍ୱସ୍ତି ପ୍ରଦାନ କରିବା ଭଳି ଖବର। ଏସିଆ-ପାସିଫିକ୍ ଅର୍ଥନୈତିକ ସହଯୋଗ ଜଳବାୟୁ କେନ୍ଦ୍ର ଚଳିତ ବର୍ଷ ଦେଶରେ ମୌସୁମୀ ଆଗମନ ସମ୍ପର୍କରେ ପ୍ରଥମ ପୂର୍ବାନୁମାନ କରିଛି। ଏପିଇସି ଜଳବାୟୁ କେନ୍ଦ୍ର ଦୁଇଟି ଭିନ୍ନ ଭିନ୍ନ ଅବଧି ପାଇଁ ପୂର୍ବାନୁମାନ ଜାରି କରିଛି। ପ୍ରଥମ ପୂର୍ବାନୁମାନ ଅପ୍ରେଲ ଠାରୁ ଜୁନ୍ ଏବଂ ଦ୍ୱିତୀୟ ପୂର୍ବାନୁମାନ ଜୁଲାଇ ଠାରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି। ଏନେଇ ହୋଇଥିବା ପୂର୍ବାନୁମାନ ଅନୁଯାୟୀ ଜୁଲାଇ ମାସରୁ ସେପ୍ଟେମ୍ବର ମଧ୍ୟରେ ଚାଲୁଥିବା ମୌସୁମୀ ଋତୁରେ ଦେଶରେ ହାରାହାରି ଠାରୁ ଅଧିକ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି। 

6. Sonam Wangchuk End Hunger Strike: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ଆମରଣ ଅନଶନକୁ ଶେଷ କରିଛନ୍ତି। ସେ ଗତ ୨୧ ଦିନ ଧରି ଆମରଣ ଅନଶନ ଚଳାଇଥିଲେ। ଲଦାଖ ପାଇଁ ରାଜ୍ୟ ଗଠନ ଏବଂ ଏହାକୁ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦରେ ଅନ୍ତର୍ଭୁକ୍ତ କରିବାକୁ ଦାବି କରି ଅନଶନରେ ବସିଥିଲେ।

7. Delhi CM Arvind Kejriwal: ଇଡି ହେପାଜତରେ ରହିଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କୌଣସି ଆଦେଶ ଜାରି ନକରିବାକୁ ଅଦାଲତଙ୍କୁ ଅନୁରୋଧ କରି ଦିଲ୍ଲୀ ହାଇକୋର୍ଟ ଠାରେ ଏକ ଜନସ୍ୱାର୍ଥ ମାମଲା ଦାଖଲ କରାଯାଇଛି। ଏହା ବ୍ୟତୀତ ଏହି ମାମଲାରେ ଟାଇପିଷ୍ଟ, କମ୍ପ୍ୟୁଟର ପ୍ରିଣ୍ଟର୍ ଇତ୍ୟାଦି ପ୍ରଦାନ ନକରିବାକୁ ଏକ ଅନୁରୋଧ କରାଯାଇଛି। ଅଭିଯୋଗକାରୀ ପଞ୍ଜୀକୃତ ହେବା, ଅରବିନ୍ଦ କେଜ୍ରିୱାଲଙ୍କୁ ପୋଲିସ୍ ହେପାଜତରେ ଜାରି କରାଯାଇଥିବା ନିର୍ଦ୍ଦେଶ କିପରି ଦିଲ୍ଲୀ ମନ୍ତ୍ରୀ ଅତିଶି ମାର୍ଲେନାଙ୍କ ନିକଟରେ ପହଞ୍ଚିଛି ସେନେଇ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ କୋର୍ଟ ଠାରେ ଆବେଦନ କରିଛନ୍ତି।

8. Attack on Pakistan Airbase: ମଙ୍ଗଳବାର (୨୬ ମାର୍ଚ୍ଚ) ଆକ୍ରମଣରେ କମ୍ପି ଉଠିଛି  ପାକିସ୍ତାନ ବାୟୁସେନା ଘାଟି। ଏହି ଆକ୍ରମଣରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ବେଲୁଚିସ୍ତାନ ଲିବରେସନ ଆର୍ମି ପକ୍ଷରୁ ରକେଟ ମାଡ଼ ସହ ଲଗାତାର ଫାୟାରିଂ କରାଯାଇଛି। ବେଲୁଚିସ୍ତାନ ପ୍ରଦେଶରେ ଚୀନ ଦ୍ୱାରା କରାଯାଉଥିବା ନିବେଶକୁ ବିରୋଧ କରି ପାକିସ୍ତାନ ବାୟୁସେନା ଘାଟିରେ ଆକ୍ରମଣ କରାଯାଇଛି। ବାୟୁସେନା ଘାଟିରେ ଚୀନ ଡ୍ରୋନ ରହିଥିବା ଜାଣିବା ପରେ ଲିବରେସନ ଆର୍ମି ପକ୍ଷରୁ ଆକ୍ରମଣ କରାଯାଇଥିଲା। ଏଭଳି ଆକ୍ରମଣ ପରେ ପାକିସ୍ତାନର ଟରବାଟ ପ୍ରଶାସନ ପକ୍ଷରୁ ସମଗ୍ର ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। 

9. Sambalpur Blast Today: ସମ୍ବଲପୁର ପୀର ବାବା ଛକରେ ହୋଇଛି ବୋମା ମାଡ଼। ଏହି ଘଟଣାରେ ଏକ ବୁଲେଟ ଡିକ୍କି ଉଡି ଯାଇଥିବା ବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତସ କରୁଛି ପୋଲିସ। ବୋମା ବିସ୍ଫୋରଣରେ ଦୁଇ ଜଣ ଆହତ ହୋଇଥିବାର ଖବର ଆସିଛି। 

10. Lok Sabha Election 2024 Campaign: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରୁ ପ୍ରଚାର ଅଭିଯାନ ଆରମ୍ଭ କରିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ  ମେରଠ ଲୋକସଭା ଆସନରେ ମେଣ୍ଟ ସହଯୋଗୀ ଆରଏଲଡି ନେତା ଜୟନ୍ତ ଚୌଧୁରୀଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ରାଲି ଅନୁଷ୍ଠିତ ହେବ। ଏଥର ମେରଠ ଆସନରୁ ରାମାୟଣ ଧାରାବାହିକରେ ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି।