Top 10 News Headlines: ୨୦୨୪ ନିର୍ବାଚନ ବିଗୁଲ ବଜାଇଲେ ମଲ୍ଲିକାର୍ଜୁନ ଖାର୍ଗେ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2085176

Top 10 News Headlines: ୨୦୨୪ ନିର୍ବାଚନ ବିଗୁଲ ବଜାଇଲେ ମଲ୍ଲିକାର୍ଜୁନ ଖାର୍ଗେ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।    

Top 10 News Headlines: ୨୦୨୪ ନିର୍ବାଚନ ବିଗୁଲ ବଜାଇଲେ ମଲ୍ଲିକାର୍ଜୁନ ଖାର୍ଗେ; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 29 January 2024 | Evening   

1.AICC President Mallikarjun Kharge: ଜାନୁଆରୀ ୨୯ ତାରିଖ ସୋମବାର ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଥିବା ଓଡ଼ିଶା ବଞ୍ଚାଅ ସମାବେଶରେ ଯୋଗ ଦେଇଛନ୍ତି  କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ। ଏହି ସମାବେଶରେ ଯୋଗ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ସରକାର ଅମଳର କଥା କହିବା ସହ ରାଜ୍ୟକୁ ମୋଦି-ନବୀନ ସରକାର କ'ଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହା ସହିତ ରାଜ୍ୟରେ ଚାଲିଥିବା ଶାସନ ଏବଂ ନାମ ନନେଇ ଭିକେ ପାଣ୍ଡିଆନଙ୍କୁ କଟାକ୍ଷ ମଧ୍ୟ କରିଛନ୍ତି। ରାଜ୍ୟରେ କଣ ଲୋକଙ୍କ ଅଭାବ ରହିଛି? କାହିଁକି ରାଜ୍ୟ ବାହାର ଲୋକଙ୍କ ଉପରେ ସରକାର ନିର୍ଭରଶୀଳ ସେ ନେଇ ପ୍ରଶ୍ନ କରିଥିଲେ। ରାଜ୍ୟରେ ରହିଥିବା ଦାରିଦ୍ର, ବେକାରୀ ଏବଂ ଦାଦନ ସମସ୍ୟା ମଧ୍ୟ ଉଠାଇଥିଲେ। କଂଗ୍ରେସ ସବୁବେଳେ ଗରିବ ଲୋକଙ୍କ ସାଥିରେ ରହିଛି ବୋଲି କହିଥିଲେ। 

2.Srimandir Parikrama Prakalpa Darshan: ଗତ ୧୭ ତାରିଖରେ ଲୋକାର୍ପିତ ହୋଇଥିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ଲୋକାର୍ପିତ ହେବା ପରେ ଏହାର ସୁନ୍ଦର ଅନୁଭବ ଦେବା ପାଇଁ ରାଜ୍ୟ ସରକାର ସବୁ ଜିଲ୍ଲାରୁ ଭକ୍ତଙ୍କ ପରିକ୍ରମା ପ୍ରକଳ୍ପ ଦର୍ଶନର ବ୍ୟବସ୍ଥା କରିଛନ୍ତି। ଜାନୁଆରୀ ୨୯ ତାରିଖ ସୋମବାର ପ୍ରଥମ ଦିନରେ ୫ ଜିଲ୍ଲାରୁ ପ୍ରାୟ ୧୦ ହଜାର ଶ୍ରଦ୍ଧାଳୁ ଆସି ପୁରୀରେ ପହଞ୍ଚିଥିଲେ। ସୋମବାର ରାଜ୍ୟର ଗଞ୍ଜାମ, ମୟୁରଭଞ୍ଜ, ବାଲେଶ୍ବର, କଟକ, କେନ୍ଦ୍ରାପଡ଼ା ଆଦି ୫ ଜିଲ୍ଲାର ପ୍ରାୟ ୫୦୦ ପଞ୍ଚାୟତରୁ ୧୦ ହଜାର ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ।

3.Odisha Cabinet Decision Today: ଭୁବନେଶ୍ୱର: ରାଜ୍ୟ ସରକାର ଆଜି ବିବାଦୀୟ ଆଦିବାସୀ ସ୍ଥାବର ସମ୍ପତ୍ତିର ହସ୍ତାନ୍ତର ଆଇନ-୧୯୫୬ ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାହାର କରିଛନ୍ତି। ସେହିବରି ୧୬୯ ନୂଆ ବର୍ଗଙ୍କୁ ଆଦିବାସୀ ତାଲିକାରେ ସାମିଲ୍‍ କରିବାକୁ ଅନୁମୋଦନ କରିଛନ୍ତି। ଜାନୁଆରୀ ୨୯ ତାରିଖ ସୋମବାର ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଆଦିବାସୀଙ୍କୁ ଧ୍ୟାନରେ ରଖି ଏକ ସ୍ୱତନ୍ତ୍ର ଭାଷା କମିଶନ ସ୍ଥାପନ ସହ ୨୧ ଆଦିବାସୀ ଭାଷାର ବିକାଶ ପାଇଁ ସ୍କୁଲ୍‍ ପାଠ୍ୟକ୍ରମରେ ସାମିଲ୍ କରିବା ଏବଂ ହୋ, ମୁଣ୍ଡାରୀ, କୁଇ, ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦର ସାମିଲ୍‍ ପାଇଁ ପଦକ୍ଷେପ ନେବାକୁ ବଦ୍ଧପରିକର ହୋଇଛନ୍ତି ଓଡ଼ିଶା ସରକାର। 

4. 2000 Rupee Note Exchange: ୨୦୦୦ ଟଙ୍କିଆ ନୋଟ ବଦଳାଇବା ଲାଗି ମିଥ୍ୟା ପ୍ରଲୋଭନ ଦେଖାଇ ଆନ୍ଧ୍ର ବ୍ୟାପରୀଙ୍କ ଟଙ୍କା ଲୁଟ କରିବା ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଏହା ସହିତ ଏହି ଘଟଣାରେ ୫ ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ହୋଇଥିବା ୨ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ପୋଲିସ କନେଷ୍ଟବଳ ରହିଥିବାର ଜଣାପଡ଼ିଛି। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଅଞ୍ଚଳରେ ଘଟିଯାଇଛି ଏଭଳି ଘଟଣା। 

5. Tata and Airbus Collaboration: ଦେଶରେ ନିର୍ମିତ ହେବ ସବୁଠାରୁ ଶକ୍ତିଶାଳୀ ହେଲିକ୍ୟାପ୍ଟର କୁହାଯାଉଥିବା ଏଚ୧୨୫। ଏହି ହେଲିକ୍ୟାପ୍ଟର ଟାଟା-ଏୟାରବସ୍ ମିଳିତ ସହଭାଗୀତାରେ ନିର୍ମାଣ କରାଯିବ। ନିକଟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭାରତ ଗସ୍ତ ସମୟରେ ଏ ସମ୍ପର୍କରେ ଉଭୟ ଦେଶ ମଧ୍ୟରେ ଆଲୋଚନା ହୋଇଥିବାର କୁହାଯାଉଛି। ଭାରତୀୟ ବୈଦେଶିକ ସଚିବ ବିନୟ କ୍ୱାତ୍ରା ଜୟପୁର ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବିଷୟରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଟାଟା-ଏୟାରବସ୍ ଗୁରୁତର ସ୍ୱଦେଶୀ ଉପାଦାନ ସହିତ ଏଚ୧୨୫ ଉତ୍ପାଦନ ପାଇଁ ଏକ ସହଭାଗୀତା କରିଛନ୍ତି। 

6.Maldives President Mohamed Muizzu may be Deposed: ଭାରତ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ଚୀନ୍ ସମର୍ଥିତ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଲାଗି ସମସ୍ୟା ବଢିଯାଇଛି। ନିଜ ଦେଶର ମାଳଦ୍ୱୀପ ରାଷ୍ଟ୍ରପତି ସବୁ ଦିଗରୁ ଘେରି ହୋଇଯାଇ ଥିବାର ଜଣାପଡୁଛି। ମାଲଦ୍ୱୀପ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦେଶର ମୁଖ୍ୟ ବିରୋଧୀ ଦଳ ମାଳଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ବିରୋଧରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ କରିବାକୁ ପ୍ରସ୍ତୁତ ହେଉଛି। 

7. Parliament New Entry System: ବଦଳିଛି ସଂସଦ ଭବନରେ ପ୍ରବେଶ ସମ୍ବନ୍ଧୀୟ ନିୟମ। ଗତ ବର୍ଷ ଡିସେମ୍ବର ୧୩ ତାରିଖରେ ସଂସଦର ଶୀତ କାଳୀନ ଅଧିବେଶନ ସମୟରେ ସୁରକ୍ଷା ଭଙ୍ଗ କରାଯିବା ଘଟଣା ପରେ ପ୍ରବେଶ ସମ୍ବନ୍ଧୀୟ ନିୟମକୁ ପରିବର୍ତ୍ତନ କରାଯାଇଛି। ଆପଣଙ୍କୁ କହିରଖୁଛୁ ଯେ ଯେଉଁମାନେ ଦର୍ଶକ ଭାବରେ ସଂସଦ ଭବନରେ ପ୍ରବେଶ କରିବାକୁ ଚାହୁଁଛନ୍ତି, ସେମାନଙ୍କ ସମ୍ପର୍କରେ ପୂଙ୍ଖାନୁପୂଙ୍ଖ ଅନୁସନ୍ଧାନ କରାଯିବ। ଏହା ବ୍ୟତୀତ ଦର୍ଶକଙ୍କୁ ପ୍ରବେଶ ପାଇଁ ଏକ ସ୍ମାର୍ଟ କାର୍ଡ ମଧ୍ୟ ପ୍ରଦାନ କରାଯିବ। ଏହା ବ୍ୟତୀତ ସେମାନଙ୍କ ବାୟୋମେଟ୍ରିକ୍ସ ମଧ୍ୟ ନିଆଯିବ। ଏଣିକି ପରିଦର୍ଶକ QR Code ଆଧାରିତ ସ୍ମାର୍ଟ କାର୍ଡ ବ୍ୟବହାର କରି ସଂସଦରେ ପ୍ରବେଶ କରିବାକୁ ସକ୍ଷମ ହେବେ।  

8. Delhi Airports First Ever Elevated Taxiway: ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଉଦଘାଟିତ ହୋଇଛି ଦେଶର ପ୍ରଥମ ଉଚ୍ଚତର ଟ୍ୟାକ୍ସିୱେ। ଏହି ଅବସରରେ ବି୭୪୭ ବୋଇଂ ବିମାନକୁ ଦେଖିବାକୁ ମିଳିଥିଲା। ଯାହାକୁ ଟ୍ୟାକ୍ସିୱେ ଠାରେ ଗଡୁଥିବାର ଦେଖିବାକୁ ମିଳିଥିଲା। ଦିଲ୍ଲୀ ବିମାନବନ୍ଦରରେ ଉଦଘାଟିତ ହୋଇଥିବା ପ୍ରଥମ ଟ୍ୟାକ୍ସିୱେ ଠାରେ ବୋଇଂ ବିମାନ ଗଡ଼ିବାର ବିମାନ ସାମ୍ନାକୁ ଆସିଛି।
ନିକଟରେ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଉଦଘାଟିତ ହୋଇଥିବା ପ୍ରଥମ ଉଚ୍ଚତର ଟ୍ୟାକ୍ସିୱେ ଦେଶର ବିମାନ ଶିଳ୍ପରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ। 

9.Jollywood Star Joins in BJD: ପୂର୍ବରୁ ଓଲିଉଡ ଜଗତର ଅନେକ କଳାକାର ରାଜନୀତିରେ ସଫଳତାର ସହ ଆଗକୁ ବଢିଥିବାବେଳେ ବର୍ତ୍ତମାନ ଏହି କ୍ରମରେ ସାମିଲ ହୋଇଛି ଓଡ଼ିଆ ଯାତ୍ରା ଜଗତ ଜଲିଉଡ୍। ଆଜି ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବରେ ୨୯ଜଣ ଯାତ୍ରା କଳାକାର ବିଜେଡିରେ ସାମିଲ ହୋଇଛନ୍ତି। ବିଜୁ ଜନତା ଦଳର ନୀତି ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ଯାତ୍ରା କଳାକାର ବିଜେଡ଼ି ହାତ ଧରି କହିଛନ୍ତି।

10. Odisha Tableau Got First Prize in 2024 Republic Day: ଚଳିତ ବର୍ଷ ଦେଶରେ ପାଳିତ ହୋଇଥିଲା ୭୫ ତମ ସାଧାରଣତନ୍ତ୍ର ଦିବସ। ଯେଉଁଥିରେ ଓଡ଼ିଶାର ପ୍ରଜ୍ଞାପନ ମେଢ। ରାଜ୍ୟର କଳା ସଂସ୍କୃତି ଏବଂ ବିଶେଷକରି ନାରୀ ସଶକ୍ତିକରଣକୁ ଏଥିରେ ସ୍ଥାନ ମିଳଥିଲା। ବର୍ତ୍ତମାନ ଖୁସିର କଥା ହେଉଛି, ଓଡ଼ିଶାର ପ୍ରଜ୍ଞାପନ ମେଢକୁ ପ୍ରଥମ ପୁରସ୍କାର ମିଳିଛି। ଯାହାକୁ ନେଇ ସମଗ୍ର ରାଜ୍ୟବାସୀ ଗର୍ବିତ ଅନୁଭବ କରୁଛନ୍ତି।