Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।
Trending Photos
Top 10 News Headlines | 30 January 2024 | Evening
1. Naxal Attack in Sukma Bijapur Border: ଜାନୁଆରୀ ୩୦ ତାରିଖ ମଙ୍ଗଳବାର ପଡୋଶୀ ଛତିଶଗଡ଼ର ସୁକମା-ବିଜାପୁର ଜିଲ୍ଲା ସୀମାରେ ହୋଇଯାଇଛି ଏକ ବଡ଼ ଧରଣର ନକ୍ସଲ ଆକ୍ରମଣ। ମଙ୍ଗଳବାର ରାଜ୍ୟର ଟେକାଲଗୁଡେମ ଅଞ୍ଚଳରେ ନକ୍ସଲ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବାର ଖବର ଆସିଛି। ସିଆରପିଏଫ କୋବ୍ରା ୟୁନିଟ ଏବଂ ଡିଆରଜି ଯବାନଙ୍କ ମିଳିତ ଦଳ ଉପରେ ହୋଇଥିଲା ଆକ୍ରମଣ। ନକ୍ସଲଙ୍କ ଦ୍ୱାରା ହୋଇଥିବା ଗୁଳି ବିନିମୟରେ ୩ ଜଣ ଯବାନ ଶହୀଦ ହୋଇଥିବା ବେଳେ ଅନ୍ୟ ୧୪ ଜଣ ଆହତ ହୋଇଥିଲେ। ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବାର କୁହାଯାଉଛି।
2. Indian Tourists Reduced in Maldives: ଭାରତ ସହ ଚାଲିଥିବା କୂଟନୈତିକ ବିବାଦ ପାଇଁ ବଳି ପଡ଼ିଛି ମାଳଦ୍ୱୀପ ପର୍ଯ୍ୟଟନ ଶିଳ୍ପ। ସ୍ଥିତି ଏପରି ହୋଇଛି ଯେ ଛୁଟି କାଟିବା ପାଇଁ ମାଳଦ୍ୱୀପ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟାରେ ବ୍ୟାପକ ହ୍ରାସ ହୋଇଥିବାର ଦେଖିବାକୁ ମିଳିଛି। ଗତ ବର୍ଷ ସର୍ବାଧିକ ସଂଖ୍ୟକ ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ଯାତ୍ରା କରିଥିଲେ। ହେଲେ ଚଳିତ ବର୍ଷ ଆରମ୍ଭରେ ହୋଇଥିବା କୂଟନୈତିକ ବିବାଦ ପରେ ଭାରତ ପଞ୍ଚମ ସ୍ଥାନକୁ ଖସି ଆସିଛି। ଯାହାର ଅର୍ଥ ହେଉଛି ମାଳଦ୍ୱୀପ ଯାତ୍ରା କରୁଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ମାଳଦ୍ୱୀପ ପର୍ଯ୍ୟଟନ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୩,୯୮୯ ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ଯାତ୍ରା କରିଛନ୍ତି।
3. Ayodhya Shabari Rasoi Bill: ପ୍ରାଣ ପ୍ରତିଷ୍ଠା ସମାରୋହ ସମ୍ପନ୍ନ ହୋଇସାରିବା ପରେ ଏବେ ରାମ ଭକ୍ତଙ୍କ ପାଇଁ ଚଳଚଞ୍ଚଳ ହୋଇଉଠିଛି ଅଯୋଧ୍ୟା ରାମ ମନ୍ଦିର। ରାମ ମନ୍ଦିରର ମୁଖ୍ୟ ଫାଟକ ଠାରୁ ମାତ୍ର ୩୦୦ ମିଟର ଦୂରରେ ଅବସ୍ଥିତ ରହିଛି ଅରୁନ୍ଧତୀ ମଲ୍ଟି ଲେୟାର ପାର୍କିଂ। ଯାହାର ଚତୁର୍ଥ ମହଲାରେ ରହିଛି ଶବରୀ ରୋଷେଇ। ରାମ ମନ୍ଦିର ପରିସରରେ ଅବସ୍ଥିତ ଏହି ରେସ୍ତୁରାଁ ବର୍ତ୍ତମାନ ସମୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏହାର କାରଣ ହେଉଛି ଭାଇରାଲ୍ ହେଉଥିବା ଶବରୀ ରୋଷେଇ ବିଲ୍ ଫଟୋ। ଯେଉଁଥିରେ ଚା ମୂଲ୍ୟ ୫୫ ଟଙ୍କା ଏବଂ ଟୋଷ୍ଟ ମୂଲ୍ୟ ୬୫ ଟଙ୍କା ବୋଲି ଦର୍ଶାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଅଯୋଧ୍ୟା ବିକାଶ ପ୍ରାଧିକରଣ ଶବରୀ ରୋଷେଇ ପାଖରୁ ସ୍ପଷ୍ଟୀକରଣ ମାଗିଛି।
4. Samajwadi Party Candidate for 2024 Election: ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ସମାଜବାଦୀ ପାର୍ଟି। ଜାନୁଆରୀ ୩୦ ତାରିଖ ମଙ୍ଗଳବାର ଦଳ ପକ୍ଷରୁ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯାଇଛି। ମଙ୍ଗଳବାର ଜାରି ହୋଇଥିବା ତାଲିକାରେ ୧୬ ଜଣ ଦଳୀୟ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି , ରାଷ୍ଟ୍ରୀୟ ଲୋକ ଦଳ ଏବଂ କଂଗ୍ରେସ ସହ ମେଣ୍ଟ କରିଛି। ଏହି ନିର୍ବାଚନରେ ସମାଜବାଦୀ ପାର୍ଟି ୧୧ କଂଗ୍ରେସ ଏବଂ ୭ ସିଟ୍ ରାଷ୍ଟ୍ରୀୟ ଲୋକ ଦଳ ପାଇଁ ଛାଡି଼ ଦେଇଛି।
5. US Court sentenced 5 years imprisonment to Russian Stowaway: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ କୁହାଯାଉଥିବା ଯୁକ୍ତରାଷ୍ଟ୍ର ଆମେରିକାରେ ଘଟିଯାଇଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ଯାହା ଦେଶର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। ସଦ୍ୟ ଆମେରିକୀୟ କୋର୍ଟ ଜଣେ ଋଷୀୟ ନାଗରିକଙ୍କୁ ୫ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଆମେରିକା ଆସି ଜେଲ ଦଣ୍ଡ ପାଇଥିବା ଋଷୀୟ ନାଗରିକଙ୍କ ଅପରାଧ କ'ଣ ତାହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ନିକଟରେ ଜଣେ ଋଷୀୟ ନାଗରିକ ବିନା ଟିକେଟ୍ ବିନା ପାସପୋର୍ଟ ବିନା ଭିସା ସହାୟତାରେ ୭ ହଜାର କିଲୋମିଟର ଯାତ୍ରା କରି ଆମେରିକାର ଲସ୍ ଆଞ୍ଜେଲସ ଠାରେ ପହଞ୍ଚି ଯାଇଥିଲେ। ପାସପୋର୍ଟ-ଭିସା ବିନା ଆମେରିକା ଠାରେ ଆସି ପହଞ୍ଚିଥିବା ଋଷୀୟ ନାଗରିକଙ୍କୁ ସ୍ଥାନୀୟ ଅଦାଲତ ୫ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
6.Budget Session 2024: ଜାନୁଆରୀ ୩୧ ତାରିଖ ବୁଧବାର ଠାରୁ ଆରମ୍ଭ ହେଉଛି ଥିବା ସଂସଦର ବଜେଟ୍ ଅଧିବେଶନ। ହେଲେ ଏହା ପୂର୍ବରୁ ଗତ ଶୀତ ଅଧିବେଶନରେ ନିଲମ୍ବିତ ହୋଇଥିବା ବିରୋଧି ଦଳ ସମସ୍ତ ସାଂସଦଙ୍କ ଉପରୁ ନିଲମ୍ବନ ହଟାଯାଇଛି। ଶୀତ ଅଧିବେଶନରେ ଲୋକସଭା ଏବଂ ରାଜ୍ୟସଭାର ମୋଟ ୧୪୧ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା। ନିଲମ୍ବିତ ହୋଇଥିବା ୧୪୬ ସାଂସଦଙ୍କ ମଧ୍ୟରୁ ୧୩୨ ଜଣ କେବଳ ଶୀତକାଳୀନ ଅଧିବେଶନ ପାଇଁ ନିଲମ୍ବିତ ହୋଇଥିଲେ। ଏହି ନିଲମ୍ବନ ସ୍ୱତପ୍ରବୃତ୍ତ ଭାବେ ସମାପ୍ତ ହୋଇଯାଇଛ। ଅନ୍ୟପଟେ ବାକି ୧୪ ଜଣ ସାଂସଦଙ୍କୁ ସେମାନଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ ଅଧିକାର କମିଟି ଦ୍ୱାରା ନିଲମ୍ବିତ କରାଯାଇଥିଲା।
7.Fighting for Srimandir Flag: ଶ୍ରୀମନ୍ଦରରେ ସେବାୟତଙ୍କ ଦୁଇଗୋଷ୍ଠୀ ମୁହାଁମୁହିଁ। ମହାପ୍ରଭୁଙ୍କ ବାନା ବିକ୍ରିକୁ କେନ୍ଦ୍ର କରି ଶ୍ରୀମନ୍ଦିରରେ ୨ ସେବାୟତଙ୍କ ଗୋଷ୍ଠୀ ମଧ୍ୟରେ ମାଡପିଟ ହୋଇଥିବାର ଖବର ଆସିଛି। ନାଟମଣ୍ଡପ ନିକଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ହୋଇଛି ମାଡପିଟ୍। ମୁଥ ମାଡରେ ଉଭୟ ପକ୍ଷର ୨ ଜଣ ସେବାୟତ ଆହତ ହୋଇଥିବାର ଖବର ମିଳିଛି। ଆହତ ୨ ଜଣ ହେଉଛନ୍ତି ମେକାପ ସେବାୟତ ସୋମନାଥ ମେକାପ ଏବଂ ଚୁନରା ସେବାୟତ ବାପି ମହାନ୍ତି।
8.Madame Tussauds Museum New York: ନ୍ୟୁୟର୍କ ସ୍ଥିତ ପ୍ରତିଷ୍ଠିତ ମ୍ୟାଡାମ୍ ତୁଶାଦ ସଂଗ୍ରହାଳୟରେ ସ୍ଥାପନ ହେବ ଯୋଗଗୁରୁ ବାବା ରାମଦେବଙ୍କ ମୂର୍ତ୍ତି। ମ୍ୟାଡାମ୍ ତୁସାଦ ସଂଗ୍ରହାଳୟ ନ୍ୟୁୟର୍କ ସହରରେ ଅବସ୍ଥିତ ଟାଇମ୍ସ ସ୍କୋୟାର ମଧ୍ୟ ଭାଗରେ ଅବସ୍ଥିତ ରହିଛି। ପ୍ରଥମ ସାଧୁ ଭାବରେ ଆମେରିକାର ପ୍ରତିଷ୍ଠିତ ସଂଗ୍ରହାଳୟରେ ବାବା ରାମଦେବ ସ୍ଥାନ ପାଇବାକୁ ଯାଉଛନ୍ତି।
9. Chandigarh Mayor Election 2024: ଜାନୁଆରୀ ୩୦ ତାରିଖ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା ଚଣ୍ଡିଗଡ ନଗର ନିଗମ ମେୟର ନିର୍ବାଚନରେ। ବିଜେପି ମିଳିତ ଭାବେ କଂଗ୍ରେସ-ଆପ୍ ସହ ମୁହାଁମୁହିଁ ହୋଇଥିଲା। ହେଲେ ଶେଷ ବିଜେପି ପ୍ରାର୍ଥୀ ମନୋଜ ସୋନକର ନିଜ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀ କୁଳଦୀପ କୁମାରଙ୍କୁ ପରାସ୍ତ କରି ମେୟର ଆସନ ଦଖଲ କରିଛନ୍ତି।
10. Odisha Congress New Appoaintment: ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସୁପାରିଶ କ୍ରମେ ମୀନାକ୍ଷୀ ବାହୀନିପତିଙ୍କୁ ରାଜ୍ୟ ମହିଳା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ଏନେଇ ଏଆଇସିସି ସଙ୍ଗଠନ ସାଧାରଣ ସମ୍ପାଦକ ବେଣୁ ଗୋପାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି। ମୀନାକ୍ଷୀ ବାହିନୀପତି କୋରାପୁଟ ମୁନିସିପାଲିଟି ଅଧ୍ୟକ୍ଷ ଭାବେ ପୂର୍ବରୁ ୨ ଥର ନିର୍ବାଚିତ ହୋଇଥିଲେ। ସେ କୋରାପୁଟ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାବରେ ୨୦୧୧ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ ବର୍ଷ ଧରି କାର୍ଯ୍ୟ କରିଥିଲେ। ସେ ବର୍ତ୍ତମାନ ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସହଧର୍ମିଣୀ ହେଉଛନ୍ତି ମୀନାକ୍ଷୀ ବାହିନୀପତି।