Top 10 News Today: ମୌସୁମୀ ସକ୍ରୀୟ ନେଇ ପାଣିପାଗ ବିଭାଗର ଅପଡେଟ୍, ପଢ଼ନ୍ତୁ ୧୦ଟି ବଡ଼ ଖବର
Advertisement
Article Detail0/zeeodisha/odisha2287561

Top 10 News Today: ମୌସୁମୀ ସକ୍ରୀୟ ନେଇ ପାଣିପାଗ ବିଭାଗର ଅପଡେଟ୍, ପଢ଼ନ୍ତୁ ୧୦ଟି ବଡ଼ ଖବର

Top 10 News Today: ରାଜ୍ୟ ତଥା ଦେଶର ୧୦ଟି ବଡ଼ ଖବର ପଢ଼ନ୍ତୁ ସଂକ୍ଷେପରେ...

Top 10 News Today: ମୌସୁମୀ ସକ୍ରୀୟ ନେଇ ପାଣିପାଗ ବିଭାଗର ଅପଡେଟ୍, ପଢ଼ନ୍ତୁ ୧୦ଟି ବଡ଼ ଖବର

TOP 10 NEWS TODAY

01- ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ରାଜ୍ୟର ତିନି କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ ପରେ ଶୁଭେଚ୍ଛା ଜଣାଇଛନ୍ତି।  ସେ ନିଜର ଶୁଭେଚ୍ଛା ବାର୍ତ୍ତାରେ ଲେଖିଛନ୍ତି, କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିବା ପରେ ଆପଣଙ୍କ ଏକ ସଫଳ କାର୍ଯ୍ୟକାଳ ଏବଂ ଲୋକଙ୍କ ଆକାଂକ୍ଷା ପୂରଣ କରିବାରେ ଆପଣଙ୍କ ଦଳକୁ ଶୁଭେଚ୍ଛା ଜଣାଉଛି। ଆପଣଙ୍କ ନେତୃତ୍ୱରେ ଆମର ପ୍ରିୟ ଦେଶ ବିକାଶର ନୂତନ ସୋପାନରେ ପହଞ୍ଚୁ।

02- ଶପଥ ନେବା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦୀ। ସେ ତାଙ୍କ ତୃତୀୟ ପାଳିର ଆଜି ପ୍ରଥମ ଦିନରେ ପ୍ରଥମେ ୨୦ ହଜାର କୋଟି ଟଙ୍କାର ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଫାଇଲ୍‌ର ୧୭ତମ କିସ୍ତିରେ ଦସ୍ତଖତ କରିଛନ୍ତି। ଏହା ଦ୍ବାରା ପ୍ରାୟ ୯.୩ କୋଟି ଚାଷୀ ଉପକୃତ ହେବେ। ପ୍ରଥମ ଦସ୍ତଖତ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆମେ କୃଷକ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ। ଏହା କୃଷକ କଲ୍ୟାଣ ପାଇଁ ସରକାରଙ୍କ ପ୍ରତିବନ୍ଧତାକୁ ଦର୍ଶାଉଛି। ଆମ ସରକାର କୃଷକମାନଙ୍କୁ ପାଇଁ ପୂରାପୂରି ଭାବେ ପ୍ରତିଶ୍ରୁତିବଦ୍ଧ। ଆଗାମୀ ଦିନରେ ଆମେ କୃଷକମାନଙ୍କ ପାଇଁ ଅଧିକରୁ ଅଧିକ କାମ କରିବୁ ।

03- କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତଚରଣ ଦାସ ନିଜ ପଦବୀ ଛାଡ଼ିଛନ୍ତି। ଦଳର ଖରାପ ପ୍ରଦର୍ଶନ ପାଇଁ ନିଜକୁ ଦାୟୀ କରି ସେ ପଦବୀରୁ ଇସ୍ତଫା ଦେଇଥିବା ଏଆଇସିସିକୁ ପତ୍ରଯୋଗେ ଲେଖିଛନ୍ତି। ମାର୍ଚ୍ଚ ୨୨ ତାରିଖଣେ ସେ ତତ୍‍କାଳୀନ ପ୍ରଚାର କମିଟି ଅଧ୍ୟକ୍ଷ  ତଥା ପୂର୍ବତନ ଆଇଏଏସ୍‍ ଅଧିକାରୀ ବିଜୟ କୁମାର ପଟ୍ଟନାୟକଙ୍କୁ  ଅପସାରଣ କରି ଏହି ପଦବୀ ମଣ୍ଡିତ ହୋଇଥିଲେ। ତେବେ ନା ସେ ବିଧାନସଭାକୁ ନିର୍ବାଚିତ ହୋଇପାରିଲେ ନା ବିଜୟ ପଟ୍ଟନାୟକ। ଏପରିକି କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମଧ୍ୟ ନିର୍ବାଚନ ହାରିଥିଲେ। କଂଗ୍ରେସ ଏହି ନିର୍ବାଚନରେ ୧୪ଟି ଆସନ ଦଖଲ କରିଛି।

04- କିଏ ହେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏବେ ତାରି ଉପରେ ସମସ୍ତଙ୍କ ନଜର। ଏହାରି ଭିତରେ ଯେତେବେଳ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଦାୟିତ୍ୱ ନେଇସାରିଛନ୍ତି। ଏଣେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ଦୁଇ ପର୍ଯ୍ୟବେକ୍ଷକ ବିଜେପି ମଧ୍ୟ ନିଯୁକ୍ତ କରାଯାଇଛି। ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଓ ଭୂପିନ୍ଦର ଯାଦବଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କିଏ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବେ ତାହା ଏହି ଦୁଇ ନେତା ନିର୍ଣ୍ଣୟ କରିବେ।

05- ମଣିପୁର ମୁଖ୍ୟମନ୍ତ୍ରୀ ବିରେନ୍ ସିଂହଙ୍କ କାରକେଡ୍‌କୁ ଆକ୍ରମଣ ହୋଇଛି । କୁକୀ ସଂପ୍ରଦାୟ ପକ୍ଷରୁ ଗୁଳି ମାଡ଼ କରାଯାଇଥିବା ସୂଚନା ମିଳିଛି । ଆକ୍ରମଣ ବେଳେ ମୁଖ୍ୟମନ୍ତ୍ରୀ କାରକେଡ୍‌ରେ ନଥିଲେ । ଗୁଳି ମାଡ଼ କାରଣରୁ ଜଣେ ଆହତ ହୋଇଥିବା ସମୟରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

06- ଜମ୍ମୁ-କାଶ୍ମୀର ରିଆସିରେ ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ହମଲାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ଏସଏସପି ମୋହିତା ଶର୍ମା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ତୀର୍ଥଯାତ୍ରୀ ବସ୍‌ ଉପରେ ଆତଙ୍କୀ ହମଲା ଘଟଣାରେ ତଦନ୍ତ କରୁଛି ଏଫଏଲଏସ ଟିମ୍ ।

07- ରାଜ୍ୟରେ ଏପର୍ଯ୍ୟନ୍ତ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି । ଅଂଶୁଘାତ ଜନିତ ମୃତ୍ୟୁ ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ସୂଚନା ଦେଇଛନ୍ତି । ୧୫୧ ଜଣଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିବା ସମୟରେ ସେଥିରୁ ୪୧ ଜଣଙ୍କ ମୃତ୍ୟୁକୁ ଅଂଶୁଘାତ ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରାଯାଇଛି । ବାକି ୭୩ଟି ଅଭିଯୋଗର ତଦନ୍ତ ଚାଲିଛି । କିଛି ମୃତଦେହକୁ ପରିବାର ଲୋକ ପୋଷ୍ଟମର୍ଟମ ନକରି ସତ୍କାର କରିଛନ୍ତି । ଗତକାଲି ମଧ୍ୟ ୧୬ ଜଣ ଅସୁସ୍ଥ ହୋଇ ବିଭିନ୍ନ ମେଡିକାଲରେ ଆଡମିଶନ ହୋଇଥିବା ସୂଚନା ମିଳିଛି ।

08-  କୋରାପୁଟର ଲକ୍ଷ୍ମୀପୁର ଓ ଦଶମନ୍ତପୁରର ଆନ୍ଥରାକ୍ସ ଚିହ୍ନଟ ହୋଇଥିବା ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ, ୧୧ ସନ୍ଦିଗ୍ଦ ମାମଲାରୁ ୨ ଆନ୍ଥରାକ୍ସରେ ଆକ୍ରାନ୍ତ ହୋଇଥିବା ସମୟରେ ବଳକା ରିପୋର୍ଟକୁ ଅପେକ୍ଷା ରହିଛି । ଆନ୍ଥରାକ୍ସ ଆକ୍ରାନ୍ତ ଜନ୍ତୁକୁ ମାରି ଖାଇବା କାରଣରୁ ଏହି ରୋଗ ବ୍ୟାପିଛି ବୋଲି କୁହାଯାଇଛି । ବର୍ତ୍ତମାନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଅଛି ଏବଂ ରାପିଡ୍ ଆକ୍ସନ୍ ଟିମ୍ ଯାଞ୍ଚ କରୁଛି ବୋଲି ସୂଚନା ମିଳିଛି ।

09- ଓଡ଼ିଶାରେ ବିଜେପି ସରକାରର ଶପଥ ଉତ୍ସବରେ ଯୋଗଦେବେ ପ୍ରଧାନମନ୍ତ୍ରୀ ମୋଦି । ୧୨ ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିବେ । ଏହାକୁ ଆଖି ଆଗରେ ରଖି କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହେଇଛି ।  ଅପରାହ୍ନ ୪ଟା ୪୫ରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ପାଠ କାର୍ଯ୍ୟକ୍ରମ ରହିଥିବା ସମୟରେ ୨ଟା ୧୦ରେ ବିମାନ ବନ୍ଦରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ । ବିମାନ ବନ୍ଦରରୁ ସିଧା ରାଜଭବନ ଯିବେ ପ୍ରଧାନମନ୍ତ୍ରୀ । ଏହାପରେ ରାଜଭବନରୁ ବାହାରି ଜନତା ମଇଦାନ ସମାରୋହରେ ପହଞ୍ଚିବେ

10- ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ମାଲକାନଗିରି ଛୁଇଁଛି କିନ୍ତୁ ଆଗକୁ ଆଗଉନି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଗକୁ ଅଗ୍ରସର ପାଇଁ ସ୍ଥିତି ଅନୁକୂଳ ନାହିଁ ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏବେ ଉତ୍ତର ପଶ୍ଚିମ ଦିଗରୁ ପବନ ବହୁଛି ତେଣୁ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଅନୁଭୂତ ହେଉଛି । ୫ ଦିନ ପର୍ଯ୍ୟନ୍ତ ଉତ୍ତର ସହ ଉପକୂଳ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଲାଗି ରହିବା ସହ ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ମୌସୁମୀ ଅଗ୍ରସର ହୋଇ ନ ପାରେ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ।

Also Read- Rahu Gochar 2024: ଏହି ରାଶି ଉପରେ ୨୦୨୫ ପର୍ଯ୍ୟନ୍ତ ରାହୁଙ୍କ ବିଶେଷ ଆଶୀର୍ବାଦ, କ୍ୟାରିୟରରେ ମିଳିବ ସଫଳତା