Top 10 News Today: ଶ୍ରୀକ୍ଷେତ୍ରରେ ବଡ଼ ମହାସ୍ନାନ, ବଜେଟ୍ ଖବର ସହ ଅନ୍ୟ ଅପଡେଟ
Advertisement
Article Detail0/zeeodisha/odisha2349617

Top 10 News Today: ଶ୍ରୀକ୍ଷେତ୍ରରେ ବଡ଼ ମହାସ୍ନାନ, ବଜେଟ୍ ଖବର ସହ ଅନ୍ୟ ଅପଡେଟ

Top 10 News Today: ଚୁଟକୀରେ ପଢି ନିଅନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today: ଶ୍ରୀକ୍ଷେତ୍ରରେ ବଡ଼ ମହାସ୍ନାନ, ବଜେଟ୍ ଖବର ସହ ଅନ୍ୟ ଅପଡେଟ

Top 10 News Today: 

01- ମୋଦୀ ସରକାରରେ ସପ୍ତମ ଥର ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ । ରାଷ୍ଟ୍ରପତିଙ୍କ ହାତରୁ ମିଠା ଦହି ଖାଇ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ସମୟରେ ବଜେଟ ଉପସ୍ଥାପନ କରିବାକୁ ଯାଇଥିଲେ ନିର୍ମଳା ।

02- ଟ୍ୟାକ୍ସ ସ୍ଲାବରେ ପରିବର୍ତ୍ତନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ନୂଆ ଟ୍ୟାକ୍ସ ସ୍ଲାବ ଅନୁଯାୟୀ ଅର୍ଥମନ୍ତ୍ରୀ ନୂତନ ଟିକସ ବ୍ୟବସ୍ଥାରେ ୦-୩ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ  କୌଣସି ଟିକସ ଆଦାୟ କରାଯିବ ନାହିଁ। ଏହା ସହିତ ଷ୍ଟାଣ୍ଡାର୍ଡ ରିହାତି ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୩-୭ ଲକ୍ଷ ପର୍ଯ୍ୟନ୍ତ ଆୟରେ ୫% ଟ୍ୟାକ୍ସ ଦେବାକୁ ପଡିବ । ଏଥିସହ ୭-୧୦ ଲକ୍ଷ ଆୟରେ ୧୦% ଟ୍ୟାକ୍ସ ଦେବାକୁ ପଡିବ। ଅନ୍ୟପଟେ ୧୦-୧୨ ଲକ୍ଷ ଆୟ ଉପରେ ୧୫ ପ୍ରତିଶତ ଟ୍ୟାକ୍ସ, ୧୨-୧୫ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ ଦେବାକୁ ପଡିବ। ତେବେ ୧୫ ଲକ୍ଷରୁ ଅଧିକ ଟଙ୍କାର ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ(Tax) ଦେବାକୁ ପଡିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

03- ମହିଳାମାନଙ୍କୁ ଉପକୃତ କରୁଥିବା ଯୋଜନା ପାଇଁ ୩ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଆଦିବାସୀ ସମ୍ପ୍ରଦାୟର ସାମାଜିକ ତଥା ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁ ‘ପିଏମ୍ ଜନଜାତି ଉନ୍ନତ ଗ୍ରାମ ଅଭିଯାନ’ ଆରମ୍ଭ ହେବ। ଏହି ଯୋଜନାରେ ଆଦିବାସୀ ପ୍ରାଧାନ୍ୟ ପ୍ରାପ୍ତ ଗ୍ରାମ ଏବଂ ଆକାଂକ୍ଷା ଜିଲ୍ଲାଗୁଡ଼ିକରେ ଆଦିବାସୀ ପରିବାରମାନଙ୍କ ପାଇଁ ପରିପୂର୍ଣ୍ଣତା କଭରେଜ୍ ବ୍ୟବସ୍ଥା ଗ୍ରହଣ କରାଯିବ। ଏହା ଅଧୀନରେ ୬୩ ହଜାର ଗ୍ରାମ ଆଚ୍ଛାଦିତ ହେବ ଯାହା ୫ କୋଟି ଆଦିବାସୀଙ୍କୁ ଉପକୃତ କରିବ।

04- ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଜୀଉଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି । ଦିନ ୨ଟା୫୫ରେ ମହାପ୍ରଭୁଙ୍କ ମଧ୍ୟାହ୍ନ ଧୂପ ଶେଷ ପରେ ଭିତର କାଠ ଦର୍ଶନ ଆରମ୍ଭ ହୋଇଥିଲା । ସେହି ସମୟରେ ଜଣେ ବୃଦ୍ଧା ମହିଳା ଭକ୍ତ ଜୟ ବିଜୟ ଦ୍ଵାର ଠାରୁ ବେହେରଣ ଦ୍ଵାର ପର୍ଯ୍ୟନ୍ତ ମଳତ୍ୟାଗ କରି କରି ଚାଳି ଯିବା ଘଟଣା ଦୃଷ୍ଟିକୁ ଆସିବା କାରଣରୁ ବଡ଼ ମହାସ୍ନାନ କରାଯାଉଛି ।

05- ତଳସରା ବିଧାୟକ ଭବାନୀ ଭୋଇଙ୍କୁ ବିଜେପି ପକ୍ଷରୁ ଉପ ବାଚସ୍ପତି ପ୍ରାର୍ଥୀ କରାଯାଇଛି । ରଣପୁର ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି ହେବା ପରେ ଉପ ବାଚସ୍ପତି ପଦ ଖାଲି ପଡ଼ିଥିଲା। ବିଧାନସଭାରେ ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବିଜେପି ଏହି ଘୋଷଣା କରିଛି। ବିଧାନସଭା ସଚିବଙ୍କ ପାଖରେ ଭବାନୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ଏ ପର୍ଯ୍ୟନ୍ତ ବିରୋଧୀ ବିଜେଡି ଉପ ବାଚସ୍ପତି ପାଇଁ କାହାର ନାମ ପ୍ରାର୍ଥୀ ଭାବେ ଘୋଷଣା କରିନାହିଁ। ଜୁଲାଇ ୨୪ ତାରିଖ ବୁଧବାର ଉପ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ।

06- ବଜେଟ୍‌କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ କହିଛନ୍ତି ଯେ, ୧୦ ବର୍ଷରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି । ଚଳିତ ବଜେଟ୍‌ରେ ମଧ୍ୟବିତ୍ତ ବର୍ଗର ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି । ଯୁବ ବର୍ଗ ବଜେଟ୍‌ରୁ ପର୍ଯ୍ୟାପ୍ତ ସୁଯୋଗ ପାଇବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଶିକ୍ଷା ଓ ଦକ୍ଷତା ବିକାଶ ବଜେଟରୁ ବିଶେଷ ଉପକୃତ ହେବେ ବୋଲି ପିଏମ ମୋଦି ମତବ୍ୟକ୍ତ କରିଛନ୍ତି ।

07- ଆର୍‌. ସନ୍ଥନଗୋପାଲନ ହେଲେ ନୂତନ ମୁଖ୍ୟ ନିର୍ବାଚନ ଅଧିକାରୀ । ୨୦୦୧ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ହେଉଛନ୍ତି ଆର୍‌. ସନ୍ଥନଗୋପାଲନ । ଏ ନିଯୁକ୍ତି ସମ୍ପର୍କରେ ଇସିଆଇ ଅଫିସରୁ ଚିଠି ହୋଇଥିବା ସୂଚନା ମିଳିଛି ।

08- ଆଜି ଦ୍ୱିତୀୟ ଦିନର ପ୍ରଶ୍ନକାଳ ଆରମ୍ଭରୁ ବିଧାନସଭାରେ ବିରୋଧିଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଅଭିଯୋଗକୁ ନେଇ ବିଜେଡି ପକ୍ଷରୁ ନାରାବାଜି କରାଯିବା ପରେ ପୂର୍ବାହ୍ନ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି ସୁରମା ପାଢ଼ୀ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ବିଜେଡି ବିଜେପି ହଟ୍ଟଗୋଳ କାରଣରୁ ଗୃହକାର୍ଯ୍ୟରେ ବାଧା ହୋଇଛି ।

09- ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ଆଜିର ବଜେଟରେ ଘୋଷଣା କରାଯାଇଛି । ଓଡ଼ିଶା ‘ମନ୍ଦିର, ବନ୍ୟଜନ୍ତୁ, ସାମୁଦ୍ରିକ ସଂପଦ ପାଇଁ ବେଶ୍ ଜଣାଶୁଣା’ ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶାକୁ ସହାୟତା ମିଳିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

10- ରାଜ୍ୟରେ ଜାରି ରହିଛି ବର୍ଷା । ୧୯ ତାରିଖରେ ସୃଷ୍ଟି ହୋଇଥିବା ଅବପାତ କ୍ଷେତ୍ର କ୍ରମଶଃ ଦୁର୍ବଳ ହେବା ସହ  ଲଘୁଚାପ ରୂପ ନେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୨.୪ ମିମି ବର୍ଷା ରେକର୍ଡ଼ ହୋଇଛି। ଆଜି ଓ ଆସନ୍ତାକାଲି ମଧ୍ୟ ରାଜ୍ୟରେ ବର୍ଷାର ବିସ୍ତୁତି ଅଧିକ ରହିବ। ସ୍ଥାନେ ସ୍ଥାନେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ଆଜି ବିଶେଷକରି,  ବରଗଡ଼, ବୌଦ୍ଧ, ସୋନପୁର ଓ ସମ୍ବଲପୁରରେ ଅତି ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିପରି, ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଂଜ,ଦେବଗଡ, ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର,କଟକ ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।