H1. ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧୨୫୦ କୋଟି ୫୫ ହଜାର ଟଙ୍କା
ବହୁ ପ୍ରତିକ୍ଷିତ ‘ସୁଭଦ୍ରା ଯୋଜନା’ର ହେଲା ଶୁଭାରମ୍ଭ । ଜନତା ମୈଦାନରେ ସ୍ବତନ୍ତ୍ର ସମାରୋହରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି ପିଏମ ମୋଦି । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ଜଣଙ୍କୁ ମିଳିଲା ପ୍ରଥମ କିସ୍ତି । ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୧୨୫୦ କୋଟି ୫୫ ହଜାର ଟଙ୍କା । ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ୪ ହଜାର ୯୯୯ ଟଙ୍କା। ନିଜ ଜନ୍ମ ଦିନ ଅବସରରେ ଓଡ଼ିଶାର ମହିଳାଙ୍କୁ ଏକ ବଡ଼ ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ। ବଟନ ଟିପି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ୨ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କନକ ବର୍ଦ୍ଧନ ସିଂଦେଓ ବି ଉପସ୍ଥିତ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ବି ଉପସ୍ଥିତ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

H2. ଓଡିଶାରେ ପ୍ରଧାନମନ୍ତ୍ରୀ, ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ 
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ବଟନ ଚିପି ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଆରମ୍ଭ କରିଛନ୍ତି। ଫଳରେ ରାଜ୍ୟର ବହୁ ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି। ଆଗାମୀ ଦିନରେ ଓଡ଼ିଶାକୁ ସୁନାର ଓଡ଼ିଶାରେ ପରିଣତ କରିବୁ ବୋଲି ଗ୍ୟାରେଣ୍ଟି ଦେଇଛନ୍ତି ମୋଦି। ମହିଳାଙ୍କ ଉନ୍ନତି ହିଁ ଓଡ଼ିଶା ବିକାଶର ମୂଳମନ୍ତ୍ର ହେବ ବୋଲି ସେ କହିଛନ୍ତି।  ‘ସୁଭଦ୍ରା’ ଯୋଜନାରେ ପଞ୍ଜୀକୃତ କରିଛନ୍ତି ୭୨ ଲକ୍ଷ ମହିଳା । ସେମାନଙ୍କ ମଧ୍ୟରୁ ୨୫ ଲକ୍ଷ ହିତାଧିକାରୀଙ୍କୁ ଆଜି ଟଙ୍କା ପ୍ରଦାନ କରାଯାଇଛି । ‘ସୁଭଦ୍ରା’ ଯୋଜନାର ଲାଭ ଓଡ଼ିଶାର ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ। ଏହି ଯୋଜନା ମା’ ଓ ଭଉଣୀମାନଙ୍କୁ ସଶକ୍ତ କରିବ ବୋଲି କହିଛନ୍ତି ମୋଦି।


H3. ହିତାଧୀକାରୀଙ୍କ ଘର ପ୍ରତିଷ୍ଟାରେ ସାମିଲ ହେଲେ ମୋଦୀ
ଆଜି ଗାଡକଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାକାରୀଙ୍କୁ ଘର ମିଳିଛି । ନିଜେ ପ୍ରଧାନମନ୍ତ୍ରୀ ମୋଦୀ ଦିଲ୍ଲୀରୁ ଆସି ସିଧାସଳଖ ସେଠାରେ ପହଞ୍ଚିବା ପରେ ଏହି ଯୋଜନାର ଶୁଭ ଉଦଘାଟନ କରିବା ସହ ହିତାକାରୀଙ୍କୁ ଗୃହ ପ୍ରବେଶ କରାଇଥିଲେ। ପ୍ରଥମେ ହିତାଧୁକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଗୃହକୁ ଉଦଘାଟନ କରି ତାଙ୍କ ସହ ଗୃହ ପ୍ରବେଶ କରିଥିଲେ ମୋଦୀ । ଅନ୍ତର୍ଯ୍ୟାମୀଙ୍କ ଘରେ ତାଙ୍କ ଘର ଠାକୁରଙ୍କୁ ପୂଜା କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ମୋଦୀ ମଧ୍ଯ ଖୁରି ଖାଇଥିଲେ । ଏହାପରେ ଅନ୍ତର୍ଯ୍ୟାମୀଙ୍କ ସହ ହିତାକାରୀଙ୍କ ପରିବାରକୁ ଭେଟି ତାଙ୍କ ସହ ପାଖାପାଖ ଅଧଘଣ୍ଟା ଆଲୋଚନା କରିଥିଲେ। ଏହାପରେ ଜନତା ମୈଦାନ ଅଭିମୁଖେ ବାହାରିଥିଲେ ମୋଦୀ।


H4. ବଦଳିଲେ କୋଲକାତା ପୁଲିସ କମିଶନର
ବର୍ତ୍ତମାନ ଆଇପିଏସ୍ ମନୋଜ କୁମାର ଭର୍ମା କୋଲକାତା ପୋଲିସ କମିଶନରଙ୍କ ଦାୟିତ୍ୱ ଗ୍ରହଣ କରିବେ। ଜୁନିଅର ଡାକ୍ତରଙ୍କ ଚାହିଦା ଯୋଗୁଁ ପୂର୍ବତନ କୋଲକାତା କମିଶନର ଭିନେଟ ଗୋୟଲଙ୍କୁ ହଟାଇ ଦିଆଯାଇଛି।ଗୃହ ସଚିବଙ୍କ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ଆଇପିଏସ୍ ଜାଭେଦ୍ ଜାଭେଦ ଶାମିମଙ୍କୁ ଆଇନ ଶୃଙ୍ଖଳା ବିଭାଗର ଏଡିଜି ଭାବେ ନିଯୁକ୍ତ କରାଯାଇଛି। ଆଇପିଏସ୍ ତ୍ରିପୁରାରୀ ଅଥର୍ଭଙ୍କୁ ଅର୍ଥନୈତିକ ଅପରାଧ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛନ୍ତି। ଭାରତୀୟ ପୋଲିସ ସେବା (ଆଇପିଏସ୍) ଅଧିକାରୀ ଅଭିଷେକ ଗୁପ୍ତାଙ୍କୁ EFR ଦ୍ୱିତୀୟ ବାଟାଲିୟନର କମାଣ୍ଡିଂ ଅଫିସର ଭାବେ ନିଯୁକ୍ତି ଦିଆଯାଇଛି। ଦୀପକ ସାର୍କଙ୍କୁ ଉତ୍ତର ଡିଭିଜନ କୋଲକାତାର ଡେପୁଟି କମିଶନର ଭାବେ ନିଯୁକ୍ତି ଦିଆଯାଇଛି।


H5. ପୁରୀରେ ପୁଣି ବୋମା ମାଡ଼
ପୁରୀରେ ବୋମାମାଡ। ବୋମାମାଡରେ ବାପ ପୁଅ ଆହତ ହୋଇଛନ୍ତି । ବଳିଆପଣ୍ଡା ଥାନା ଅନ୍ତର୍ଗତ ଜନମଙ୍ଗଳ ଲେନରେ ୨ ଟି  ବୋମା ମାଡରେ ବାପ ପୁଅ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ଉଭୟଙ୍କୁ ପୁରୀ ସଦର ମେଡିକାଲ ରେ ଭର୍ତ୍ତି କରାଯାଇଛି । ଵୋମାମାଡର କାରଣ ଅସ୍ପଷ୍ଟ ରହିଛି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ସନ୍ଦେହ କରାଯାଉଛି । ବଳିଆପଣ୍ଡା ଥାନା ପୋଲିସର ତଦନ୍ତ ଆରମ୍ଭ।


H6. ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବେ ଆତିଶୀ ମାର୍ଲେନା। ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ନାମ ଘୋଷଣା କରିଛନ୍ତି। ଜେଲରୁ ଆସିବା ପରେ ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ଅରବିନ୍ଦ କେଜ୍ରିୱାଲ। ଆଜି ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁକୁ ସୁପାରିଶ କରିଛନ୍ତି। ଆତିଶୀ ମାର୍ଲେନା ବର୍ତ୍ତମାନ ଦିଲ୍ଲୀର ଶିକ୍ଷାମନ୍ତ୍ରୀ ଅଛନ୍ତି। ଏଥିସହ ଅର୍ଥ, ପର୍ଯ୍ୟଟନ, କଳା ଓ ସଂସ୍କୃତି ବିଭାଗ ମଧ୍ୟ ତାଙ୍କ ଦାୟିତ୍ୱରେ ଅଛି। କେଜ୍ରିୱାଲ ଜେଲରେ ଥିବାବେଳେ ସ୍ୱାଧୀନତା ଦିବସ ଅବସରରେ ତାଙ୍କ ସ୍ଥାନରେ ଆତିଶୀଙ୍କୁ ପତାକା ଉତ୍ତୋଳନ କରିବାକୁ କହିଥିଲେ। ତେଣୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲ ଆତିଶୀଙ୍କୁ ସୁପାରିଶ କରିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇ ଯାଇଥିଲା।


H7. ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ ଆତିଶୀ
ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଆତିଶୀ ମାର୍ଲେନ। କେଜରିୱାଲଙ୍କ ବାସଭବନରେ ହୋଇଥିବା ବୈଠକରେ ବିଧାୟକ ଦଳର ନେତା ଭାବେ ଆତିଶୀଙ୍କ ନାଁରେ ମୋହର ମାରିଛନ୍ତି ଆପର ବିଧାୟକ। ତେବେ ଆତିଶୀଙ୍କ ପୂର୍ବରୁ ସୁଷମା ସ୍ୱରାଜ ଓ ଶିଲା ଦିକ୍ଷିତ ରହିଥିଲେ। ୧୯୯୮ ମସିହାରେ ଦିଲ୍ଲୀ ପ୍ରଥମ ଥର ପାଇଁ ସୁଷମା ସ୍ୱରାଜଙ୍କୁ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଦେଖିଥିଲା। ପରେ ଶିଲା ଦିକ୍ଷିତ ଲମ୍ବା ସମୟ ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। 


H8. ମହିଳାଙ୍କୁ ରାତି ଡ୍ୟୁଟି କରିବାରେ ବାରଣ ନ କରି ସୁରକ୍ଷା ଦିଅ: ସୁପ୍ରିମକୋର୍ଟ
ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କ ରାତି ଡ୍ୟୁଟି ବନ୍ଦ କରିବା ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ମହିଳାମାନଙ୍କୁ ଡ୍ୟୁଟିକୁ ଆସିବାକୁ ବାରଣ କରିବାକୁ ସରକାର କିଏ, ସେମାନଙ୍କୁ ସୁରକ୍ଷା ଯୋଗାଇବା ରାଜ୍ୟ ସରକାରଙ୍କ କାମ ବୋଲି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ କହିଛନ୍ତି। କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ଉପରେ ଆଜି ସିବିଆଇ ଆଉ ଏକ ତଦନ୍ତ ରିପୋର୍ଟ ଦାଖଲ କରିଥିଲା। ଏହି ରିପୋର୍ଟ ଯାଞ୍ଚ ସମୟରେ ସୁପ୍ରିମକୋର୍ଟ ବିଭିନ୍ନ ଦିଗ ଉପରେ ବିଚାର କରିଛନ୍ତି। ଏଥିସହ ଦୁଷ୍କର୍ମ ଘଟଣା ପରେ ପଶ୍ଚିମବଙ୍ଗ ସରକାର ମହିଳାମାନଙ୍କୁ ରାତିରେ ଡ୍ୟୁଟି କରିବେ ନାହିଁ ଘୋଷଣାକୁ ନେଇ ସର୍ବୋଚ୍ଚ ଅଦାଲତା ପ୍ରଶ୍ନ ଉଠାଇଛନ୍ତି। 


H9. ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ୍
ଦେଶରେ ଗଡ଼ିଲା ପ୍ରଥମ ନମୋ ଭାରତ ରାପିଡ ରେଲ । ଉଦ୍‌ଘାଟନ ପୂର୍ବରୁ ଦେଶର ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ ବଦଳିଛି। ରେଲୱେ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅହମ୍ମଦାବାଦ ଓ ଭୁଜଙ୍କୁ ସଂଯୋଗ କରୁଥିବା ଦେଶର ପ୍ରଥମ ନମୋ ଭାରତ ରାପିଡ ରେଲକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପଶ୍ଚିମ ରେଲୱେ ପାଇଁ ଏହା ଗୌରବ ହୋଇଛି । ଅହମଦାବାଦ-ଭୁଜ ନମୋ ଭାରତ ରାପିଡ ରେଲ ୯ଟି ଷ୍ଟେସନରେ ରହିବ। ଏହି ମେଟ୍ରୋ ୫ ଘଣ୍ଟା ୪୫ ମିନିଟରେ ୩୬୦ କିମି ଦୂର ଯାତ୍ରା କରିବ । ଭୁଜରୁ ସକାଳ ୫.୦୫ରେ ଟ୍ରେନ ଛାଡି ସକାଳ ୧୦ଟା ୩୦ରେ ଅହମଦାବାଦରେ ପହଞ୍ଚିବ । ଯାତ୍ରୀଙ୍କୁ ଏହି ସେବା ନିୟମିତ ଭାବେ ଆସନ୍ତାକାଲିଠାରୁ ମିଳିବ । ଏଥିପାଇଁ ଯାତ୍ରୀଙ୍କୁ ୪୫୫ ଟଙ୍କା ଭଡ଼ା ଦେବାକୁ ପଡ଼ିବ ।


H10 .ICCର ଐତିହାସିକ ଘୋଷଣା, ପୁରୁଷ ଏବଂ ମହିଳା ବିଶ୍ୱକପ୍ ବିଜେତାଙ୍କୁ ମିଳିବ ସମାନ ରାଶି
ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) (୧୭ ସେପ୍ଟେମ୍ୱର) ମଙ୍ଗଳବାର ଏକ ଐତିହାସିକ ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିଛି। ଏହି ଘୋଷଣା ଅନୁଯାୟୀ ବର୍ତ୍ତମାନ ବିଶ୍ୱକପରେ ପୁରୁଷ ଓ ମହିଳା ଖେଳାଳିଙ୍କୁ ସମାନ ପୁରସ୍କାର ରାଶି ମିଳିବ । ଆସନ୍ତା ମାସରେ ୟୁଏଇରେ ଅନୁଷ୍ଠିତ ହେବାକୁ ଥିବା ମହିଳା ଟି -20 ବିଶ୍ୱକପରୁ ଏହା ଆରମ୍ଭ ହେବ ବୋଲି ଆଇସିସି କହିଛି । ଆଇସିସି ପକ୍ଷରୁ ଜାରୀ ହୋଇଥିବା ବିବୃତ୍ତି ଅନୁଯାୟୀ, ମହିଳା ଟି -୨୦ ବିଶ୍ୱକପ ବିଜେତାଙ୍କୁ ୨.୩୪ ମିଲିୟନ ଆମେରିକୀୟ ଡଲାର (ପ୍ରାୟ ୨୦ କୋଟି ଟଙ୍କା) ପୁରସ୍କାର ପ୍ରଦାନ କରାଯିବ । ଯାହା ଅଷ୍ଟ୍ରେଲିଆକୁ ଦିଆଯାଇଥିବା ୧ ମିଲିୟନ ଡଲାର (ପ୍ରାୟ ୨୦ କୋଟି ଟଙ୍କା) ସହିତ ସମାନ । ଚଳିତ ବର୍ଷ ପ୍ରାରମ୍ଭରେ ପୁରୁଷ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତ ୨.୪୫ ମିଲିୟନ ଡ଼ଲାର (୨୦ କୋଟି ୫୦ ଲକ୍ଷ) ଟଙ୍କା ପୁରସ୍କାର ପାଇଥିଲା। ଆଇସିସି କହିଛି, ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ ପ୍ରଥମ ଆଇସିସି ଟୁର୍ନାମେଣ୍ଟ ହେବ ଯେଉଁଥିରେ ମହିଳାମାନେ ପୁରୁଷଙ୍କ ଭଳି ସମାନ ପୁରସ୍କାର ରାଶି ପାଇବେ । ଯାହାକି ଏହି ଖେଳ ଇତିହାସରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହେବ ।