ଇସ୍କନ୍ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି
Advertisement
Article Detail0/zeeodisha/odisha2335476

ଇସ୍କନ୍ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି

Commissionerate Police: ଇସ୍କନ୍ ବାହୁଡ଼ା ଯାତ୍ରା ଏବଂ ଆସନ୍ତା ୧୭ତାରିଖରେ ଇସ୍କନ ମନ୍ଦିର ପରିସରେ ପବିତ୍ର ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି।

ଇସ୍କନ୍ ବାହୁଡ଼ା ଯାତ୍ରା ଓ ସୁନାବେଶ ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା ଜାରି

ଭୁବନେଶ୍ଵର: ଆସନ୍ତାକାଲି ପବିତ୍ର ବାହୁଡା଼ ଯାତ୍ରା। ଏଥିପାଇଁ ରାଜଧାନୀ ଭୁବନେଶ୍ୱରର ଜୟଦେବ ବିହାରଠାରେ ଇସ୍କନ୍ ବାହୁଡ଼ା ଯାତ୍ରା ଏବଂ ଆସନ୍ତା ୧୭ତାରିଖରେ ଇସ୍କନ ମନ୍ଦିର ପରିସରେ ପବିତ୍ର ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି। ଇସ୍କନ ମନ୍ଦିର ଯିବା ରାସ୍ତା ଏବଂ ଏହାର ମନ୍ଦିର ଚତୁପାର୍ଶ୍ଵରେ ବହୁ ମାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଜନସମାଗମ ହେବ। ଏହି ଭିଡ଼କୁ ଦୃଷ୍ଟିରେ ରଖି ଆଜି କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି।

ଆସନ୍ତାକାଲି ବାହୁଡ଼ା ଯାତ୍ରା ପାଇଁ ଗାଡ଼ି ଚାଳକଙ୍କ ପାଇଁ କଟକଣା ଅନୁସାରେ, ଅପରାହ୍ନ ୩ଟାରୁ ରଥ ସିଆରପି ଛକ ଅତିକ୍ରମ କରିବା ପର୍ଯ୍ୟନ୍ତ ଖୋର୍ଦ୍ଧା ପଟୁ ଫାୟାର ଷ୍ଟେସନ୍‌ ଆଡ଼କୁ ସର୍ଭିସ୍ ରୋଡରେ କୌଣସି ପ୍ରକାର ଭାରୀଯାନ ଯାତାୟତ କରିପାରିବେ ନାହିଁ। ସେହି ସମୟରେ କୌଣସି ପ୍ରକାର ଯାନବାହାନ ସିଆରପି ଛକଠାରୁ ଇସ୍କନ ମନ୍ଦିର ମଧ୍ୟରେ ଯାତାୟତ କରିପାରିବେ ନାହିଁ। ରଥ ସିଆରପି ଛକ ଅତିକ୍ରମ କରିବା ପର୍ଯ୍ୟନ୍ତ କୌଣସି ପ୍ରକାର ଯାନବାହାନ କସ୍ତୁରବା ସ୍କୁଲ୍ ପାର୍ଶ୍ବ ଏବଂ ନୟାପଲ୍ଲୀ ଅଣ୍ଡର ପାସଠାରୁ ସିଆରପି ଛକ ପର୍ଯ୍ୟନ୍ତ ସର୍ଭିସ୍ ରୋଡ୍ ରେ ଯାତାୟତ କରିପାରିବେ ନାହିଁ। ସେହିପରି ରଥ ମାଉସୀ ମା' ମନ୍ଦିର ଭାୟା ୟୁନିଟ୍-୮ ଡିଏଭି ପବ୍ଲିକ୍‌ ସ୍କୁଲ୍ ଦେଇ ସିଆରପି ଛକ ଯିବା ସମୟରେ କୌଣସି ପ୍ରକାର ଯାନବାହାନ ଡିଏଭି ଛକରୁ ସିଆରପି ଏବଂ ସିଆରପି ଛକରୁ ଡିଏଭି ଛକ ମଧ୍ୟରେ ଯାତାୟତ କରିପାରିବେ ନାହିଁ ବୋଲି କଟକଣା ଜାରି କରାଯାଇଛି। 

ଅନ୍ୟପଟେ ଆସନ୍ତା ୧୭ତାରିଖରେ ମହାପ୍ରଭୁଙ୍କ ସୁନାବେଶ ପାଇଁ କଟକଣା ଅନୁସାରେ, ସନ୍ଧ୍ୟା ୫ଟାରୁ ସୁନାବେଶ ଦର୍ଶନ ଶେଷ ହେବା ପର୍ଯ୍ୟନ୍ତ ସିଆରପି ଛକଠାରୁ ଇସ୍କନ ମନ୍ଦିର ମଧ୍ୟରେ କୌଣସି ପ୍ରକାର ଯାନବାହାନ ଯାତାୟତ କରିପାରିବେ ନାହିଁ। ସେହିପରି ଜରୁରୀକାଳୀନ ସେବାରେ ନିଯୋଜିତ (ଫାୟାର ଓ ଆମ୍ବୁଲାନ୍ସ ) ଯାନବାହାନ ଗୁଡ଼ିକ ନିମନ୍ତେ ଏହି କଟକଣା ଲାଗୁ ହେବ ନାହିଁ। 

ତେବେ ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରଯାଇଛି ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।