ଛାତ୍ର ମୃତ୍ୟୁକୁ ନେଇ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ସଫଳ
Advertisement
Article Detail0/zeeodisha/odisha1280998

ଛାତ୍ର ମୃତ୍ୟୁକୁ ନେଇ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ସଫଳ

ବିକାଶ ସ୍କୁଲ ଫାଷ୍ଟ ଷ୍ଟେଫ ପ୍ରିନ୍ସପାଲ ଓ ମାଲିକଙ୍କ ନାଁରେ ହତ୍ୟା ମାମଲା ରୁଜୁ କରି ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ଛାତ୍ର ମୃତ୍ୟୁର ନ୍ୟାୟ ପାଇଁ ରାସ୍ତାରୋକ ଆନ୍ଦୋଳନ କରିଥିବା ଅଭିଭାବକଙ୍କ ବିରୋଧରେ କରାଯାଇଥିବା ମିଥ୍ୟା ମାମଲାକୁ ପୋଲିସ ପ୍ରତ୍ୟାହାର କର।

ଛାତ୍ର ମୃତ୍ୟୁକୁ ନେଇ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ସଫଳ

ବରଗଡ଼: ବିକାଶ ସ୍କୁଲ ଫାଷ୍ଟ ଷ୍ଟେଫରେ ପ୍ରଥମ ଶ୍ରେଣୀ ଛାତ୍ର ଆଦିତ୍ୟରାଜ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ବରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ବନ୍ଦ ଯୋଗୁଁ ସମଗ୍ର ବରଗଡ଼ ଜିଲ୍ଳାରେ ଅଖଚକ ଠପ୍ ହୋଇଥିବା ବେଳେ ଦୋକାନ, ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ବରଗଡ଼ ସଚେତନ ନାଗରିକ ମଞ୍ଚର ଏହି ବନ୍ଦ ଡାକରାରେ ସାମିଲ ହୋଇଥିଲେ ଜିଲ୍ଲା ଓକିଲ ସଂଘ, ସମସ୍ତ ରାଜନୈତିକ ଦଳର ନେତା, ଅଭିଭାବକ ସଂଘ, ସ୍ବେଚ୍ଛାସେବୀ ସଂଗଠନ, ସହ ବହୁ ଅନୁଷ୍ଠାନର କର୍ମକର୍ତ୍ତା ଯୋଗଦେଇଥିଲେ। 

ଛାତ୍ର ମୃତ୍ୟୁ ଘଟଣାର ତଦନ୍ତରେ ଅବହେଳା କରିଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଅଭିଭାବକମାନଙ୍କ ନାଁରେ କରାଯାଇଥିବା ମିଥ୍ୟା ମାମଲାକୁ ପ୍ରତ୍ୟାହାର ଓ ମୃତ ଛାତ୍ରଙ୍କ ପରିବାରକୁ ୫ କୋଟି ଟଙ୍କା କ୍ଷତିପୂରଣ ସହ ଛାତ୍ର ମୃତ୍ୟୁ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି ନେଇ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଇଥିବା ବେଳେ ବରଗଡ଼ ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ କରାଯାଇଥିଲା ସର୍ବଦଳୀୟ ପ୍ରତିବାଦ ସଭା ।

ସୂଚନାଯୋଗ୍ୟ ବିକାଶ ସ୍କୁଲ ଫାଷ୍ଟ ଷ୍ଟେଫ ପ୍ରିନ୍ସପାଲ ଓ ମାଲିକଙ୍କ ନାଁରେ ହତ୍ୟା ମାମଲା ରୁଜୁ କରି ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ଛାତ୍ର ମୃତ୍ୟୁର ନ୍ୟାୟ ପାଇଁ ରାସ୍ତାରୋକ ଆନ୍ଦୋଳନ କରିଥିବା ଅଭିଭାବକଙ୍କ ବିରୋଧରେ କରାଯାଇଥିବା ମିଥ୍ୟା ମାମଲାକୁ ପୋଲିସ ପ୍ରତ୍ୟାହାର କର। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା କର। ଏଭଳି ବିଭିନ୍ନ ପ୍ରସଙ୍ଗ ନେଇ ଆଜି ସଚେତନ ନାଗରିକ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ ବରଗଡ଼ ବନ୍ଦ ପାଳନ କରାଯାଇଛି। ଆଉ ଏହି ବନ୍ଦ ପାଳନକୁ ମିଳିଛି ଅଭୂତପୂର୍ବ ସମର୍ଥନ ଓ ସଫଳତା। ବନ୍ଦ ପାଳନରେ ସାମିଲ ହୋଇଥିଲେ ଜିଲ୍ଲା ଓକିଲ ସଂଘ, ସମସ୍ତ ରାଜନୈତିକ ଦଳର ନେତା, ଅଭିଭାବକ ସଂଘ, ସ୍ବେଚ୍ଛାସେବୀ ସଂଗଠନ, ସହ ବହୁ ଅନୁଷ୍ଠାନର କର୍ମକର୍ତ୍ତା। ବରଗଡ଼ ସହରର ଗାନ୍ଧୀଛକ ସମେତ ସମସ୍ତ ମୁଖ୍ୟ ଛକରେ ଟାୟାର ଜାଳି କରିଥିଲେ ରାସ୍ତାରୋକ ଆନ୍ଦୋଳନ । ଯଦ୍ବାରା ଗାଡ଼ି ଚଳାଚଳ ହୋଇଥିବା ସମ୍ପୂଣ୍ଣ ଠପ୍ ।

ସେପଟେ ବରଗଡ଼ରେ ୧୨ଘଣ୍ଟିଆ ବନ୍ଦ ପାଳନକୁ ଅଭୂତପୂର୍ବ ସଫଳତା। ଜିଲ୍ଲାରେ ଗଡ଼ିଲାନି ଅଖଚକ କି ଖୋଲିଲାନି ସରକାରୀ, ବେସରକାରୀ ଅନୁଷ୍ଠାନ। ସବୁଠି ଝୁଲିଥିଲା ତାଳା। ସକାଳୁ ସଞ୍ଜ ଯାଏ ବନ୍ଦ ହୋଇଥିଲା ଦୋକାନ, ବଜାର । ଶୂନଶାନ ହୋଇଥିଲା ହୋଇଥିଲା କଚେରୀ ପରିସର, ଖାଁ ଖାଁ ହୋଇଥିଲା ପନିପରିବା ବଜାର ଓ ବରଗଡ଼ ସହର । ବନ୍ଦ ପାଳନ ବେଳେ ଜିଲ୍ଲା ଦୌରା ଜର୍ଜ ଓ ଅନ୍ୟ ମାଜିଷ୍ଟ୍ରେଟମାନେ ଡ୍ୟୁଟି ଯୋଗ ଦେବାକୁ ଯିବାବେଳେ ଜିଲ୍ଲା ଓକିଲ ସଂଘ, ଅଭିଭାବକ ସଂଘ, ସଚେତନ ନାଗରିକ ମଞ୍ଚ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ବନ୍ଦ ପାଳନରେ ସାମିଲ ହେବାକୁ ଅନୁରୋଧ କରିଥିଲେ । ଏହାପରେ ଜିଲ୍ଲା ଦୌରା ଜର୍ଜଙ୍କ ସହ ଅନ୍ୟ ଜର୍ଜମାନେ ଫେରି ଯାଇଥିଲେ । ଛାତ୍ର ମୃତ୍ୟୁ ଘଟଣାର ତଦନ୍ତରେ ଅବହେଳା କରିଥିବା ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଅଭିଭାବକମାନଙ୍କ ନାଁରେ କରାଯାଇଥିବା ମିଥ୍ୟା ମାମଲାକୁ ପ୍ରତ୍ୟାହାର ଓ ମୃତ ଛାତ୍ରଙ୍କ ପରିବାରକୁ ୫ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ଦାବିରେ ବରଗଡ଼ ଏସପିଙ୍କ କାର୍ଯ୍ୟାଳୟ ସାମ୍ନାରେ କରାଯାଇଥିଲା ସର୍ବଦଳୀୟ ପ୍ରତିବାଦ ସଭା ।

ବରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ଆନ୍ଦୋଳନ ସଫଳ ହୋଇଥିବା ବେଳେ ଏହି ଘଟଣାକୁ ନେଇ ରାଜ୍ୟ ସରକାର ଓ ପୋଲିସ ବିଭାଗ ଆଗାମୀ ଦିନରେ କଣ ପଦକ୍ଷେପ ନେବେ, ମୃତ ଛାତ୍ର ପରିବାରକୁ ନ୍ୟାୟ ଦେବା ସହ ସ୍କୁଲ କତ୍ତୃପକ୍ଷଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ କି ନାହିଁ ତାହା ଦେଖିବାକୁ ସମସ୍ତଙ୍କ ନଜର ରହିଛି ।