Crime News: ମୈତ୍ରୀବିହାର ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ
Advertisement
Article Detail0/zeeodisha/odisha2456620

Crime News: ମୈତ୍ରୀବିହାର ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ

କମିଶନର କହିଛନ୍ତି ଯେ, ମୈତ୍ରୀବିହାର ଘଟଣାକୁ ଆମେ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲୁ । ଅଭିଯୁକ୍ତଙ୍କୁ ଧରିବା ପାଇଁ ରାତି ସାରା ଉଦ୍ୟମ ଚାଲିଥିଲା । ଘଟଣାରେ ୨ ଜଣ ନୁହେଁ ବରଂ ୩ ଜଣଙ୍କ ସଂପୃକ୍ତି ରହିଛି

Crime News: ମୈତ୍ରୀବିହାର ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତ ଗିରଫ

Crime News: ରାଜଧାନୀର ମୈତ୍ରୀ ବିହାର ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ୩ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ୍ । ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂହ ଏନେଇ ସୂଚନା ଦେଇଛନ୍ତି ।

କମିଶନର କହିଛନ୍ତି ଯେ, ମୈତ୍ରୀବିହାର ଘଟଣାକୁ ଆମେ ଏକ ଚ୍ୟାଲେଞ୍ଜ ଭାବେ ନେଇଥିଲୁ । ଅଭିଯୁକ୍ତଙ୍କୁ ଧରିବା ପାଇଁ ରାତି ସାରା ଉଦ୍ୟମ ଚାଲିଥିଲା । ଘଟଣାରେ ୨ ଜଣ ନୁହେଁ ବରଂ ୩ ଜଣଙ୍କ ସଂପୃକ୍ତି ରହିଛି କହିଲେ କମିଶନର କହିଛନ୍ତି । ୨ ଜଣ ଘର ଭିତରକୁ ଯାଇଥିବା ସମୟରେ ଅନ୍ୟ ଜଣେ ଘର ବାହାରେ ଥିଲା । ବାହାରେ ଥିବା ଲୋକଟି ୨ ଅଭିଯୁକ୍ତଙ୍କୁ ସମ୍ପୂର୍ଣ୍ଣ ସହାୟତା କରିଛି । ଘଟଣା ପୂର୍ବଦିନ ସେମାନେ ମହିଳାଙ୍କ ଘରୁ ମୋବାଇଲ ଚୋରି କରିଥିଲେ । ବାଲ୍‌କୋନୀ କବାଟ ଖୋଲା ରହୁଥିବା ଦେଖି ଏପରି କରିବାକୁ ସେମାନେ ଯୋଜନା କରିଥିଲେ । ଏକ ପରିବା କଟା ଛୁରି ଦେଖାଇ ସେମାନେ ଏପରି ଅପରାଧ ଘଟାଇଛନ୍ତି । ଗିରଫ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କର ପୂର୍ବରୁ ମଧ୍ୟ ଅନେକ ଅପରାଧ ରେକର୍ଡ ରହିଛି ବୋଲି ସୂଚନା ରହିଛି ।

Also Read- Surya Grahan 2024: ସୂର୍ଯ୍ୟ ପରାଗ ଶୁଭ ପ୍ରଭାବ, ଆଜି ରାତିରୁ ବଦଳିଯିବ ଏହି ୩ ରାଶିର ଭାଗ୍ୟ

Also Read- ଦଶହରା ବଜାରରେ ପୁଣି ରିଲିଜ୍ ହେବ 'ଦମନ', ଫିକା ପଡିବକି ଅନ୍ୟ ସିନେମା ?