31st Odisha State Film Awards: ଘନଶ୍ୟାମ ମହାପାତ୍ରଙ୍କୁ ‘ଜୟଦେବ ସମ୍ମାନ’, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶିବାନୀ ପୁରସ୍କୃତ
Advertisement
Article Detail0/zeeodisha/odisha1571292

31st Odisha State Film Awards: ଘନଶ୍ୟାମ ମହାପାତ୍ରଙ୍କୁ ‘ଜୟଦେବ ସମ୍ମାନ’, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶିବାନୀ ପୁରସ୍କୃତ

31st Odisha State Film Awards: ବହୁ ବାଦ ବିବାଦ ଓ କୋର୍ଟଙ୍କ ଭର୍ତ୍ସନା ପରେ ୩୧ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଗତକାଲି(ସୋମବାର) ସଂନ୍ଧ୍ୟାରେ ଭୁବନେଶ୍ବର ଉତ୍କଳ ମଣ୍ତପରେ ଏହି ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଯାଇଛି । ୨୦୧୯ ମସିହା ପାଇଁ ଘନଶ୍ୟାମ ମହାପାତ୍ର(Ghanashyam Mohapatra)ଙ୍କୁ ‘ଜୟଦେବ ସମ୍ମାନ’ (Jayadev Award) ପୁରସ୍କାର ମିଳିଛି । ଚଳଚ୍ଚିତ୍ର ନିର୍ଦ୍ଦେଶନା ଓ ପ୍ରଯୋଜନା‌ରେ ଜୀବନବ୍ୟାପୀ ସାଧନାର ଫଳଶ୍ରୁତି ତାଙ୍କୁ ମିଳିଛି ଏହି ସମ୍ମାନ।

ସୌଜନ୍ୟ- ସୋସିଆଲ ମିଡିଆ

31st Odisha State Film Awards: ବହୁ ବାଦ ବିବାଦ ଓ କୋର୍ଟଙ୍କ ଭର୍ତ୍ସନା ପରେ ୩୧ ତମ  ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି । ଗତକାଲି(ସୋମବାର) ସଂନ୍ଧ୍ୟାରେ  ଭୁବନେଶ୍ବର ଉତ୍କଳ ମଣ୍ତପରେ ଏହି ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇଯାଇଛି । ୨୦୧୯ ମସିହା ପାଇଁ ଘନଶ୍ୟାମ ମହାପାତ୍ର(Ghanashyam Mohapatra)ଙ୍କୁ ‘ଜୟଦେବ ସମ୍ମାନ’ (Jayadev Award) ପୁରସ୍କାର ମିଳିଛି । ଚଳଚ୍ଚିତ୍ର ନିର୍ଦ୍ଦେଶନା ଓ ପ୍ରଯୋଜନା‌ରେ ଜୀବନବ୍ୟାପୀ ସାଧନାର ଫଳଶ୍ରୁତି ତାଙ୍କୁ ମିଳିଛି ଏହି ସମ୍ମାନ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (Odisha Film Development Corporation) ସହଯୋଗରେ ଆୟୋଜିତ ‘୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଉତ୍ସବ’ରେ ତାଙ୍କୁ ୨ ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରାଯାଇଛି।

ଏଥିସହ ‘କାଲିର ଅତୀତ’କୁ ଏଥର ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ‘ମୋହନ ସୁନ୍ଦରଦେବ ଗୋସ୍ବାମୀ’ ପୁରସ୍କାର ପ୍ରଦାନ କରାଯାଇଛି। ୫୦ ହଜାର ଟଙ୍କାର ଅର୍ଥରାଶି ସହ ପ୍ରଯୋଜକ ନୀଳମାଧବ ପଣ୍ଡା( Nila Madhab Panda ) ଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏଥିସହ ‘କାଲିର ଅତୀତ’ର ନିର୍ଦ୍ଦେଶକଙ୍କୁ ଶ୍ରେଷ୍ଠ ନିର୍ଦେଶକ ଭାବେ କୋଡ଼ିଏ ହଜାର ଟଙ୍କାର ମାନଦେୟ ରାଶିରେ ସମ୍ମାନିତ କରାଯାଇଛି। ଆହୁରି ବି ‘କାଲିର ଅତୀତ’ର ଅଭିନେତା ପୀତବାସ ତ୍ରିପାଠୀଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନ ପ୍ରଦାନ କରାଯାଇଛି। ‘ବାବୁ ଭାଇଜାନ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ଶିବାନୀ ସଙ୍ଗୀତା ଷଡ଼ଙ୍ଗୀ(Shivani Sangita)ଙ୍କୁ ‘ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର’ ପ୍ରଦାନ କରାଯାଇଛି। ଉଭୟଙ୍କୁ ପନ୍ଦର ହଜାର ଟଙ୍କାର ମାନଦେୟ ରାଶି ସହ ଉତ୍ତରୀୟ ଓ ମାନଫଳକ ଦେଇ ସମ୍ବର୍ଦ୍ଧିତ କରାଯାଇଛି। ଚଳିତବର୍ଷ ‘ବାବୁ ଭାଇଜାନ’ଚଳଚ୍ଚିତ୍ର ସର୍ବାଧିକ ୬ଟି ବର୍ଗରେ ପୁରସ୍କାର ହାତେଇ ଥିବା ବେଳେ ‘କୋଟିଏରେ ଗୋଟଏ ମନ’କୁ ୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଛି।

Also Read : Kiss Day 2023: କାହିଁକି ପାଳନ କରାଯାଏ କିସ୍‌ ଡେ’, ଜାଣନ୍ତୁ କେଉଁ କିସ୍‌ର ଅର୍ଥ କ’ଣ ସୂଚାଏ ?

Also Read : Valentine's Day WhatsApp Sticker: ଭାଲେଣ୍ଟାଇନ୍‌ ଡେ’ରେ WhatsApp ଲଞ୍ଚ କରିଛି ଏଭଳି କିଛି ଷ୍ଟିକର, ଜାଣି ରଖନ୍ତୁ କିଭଳି କରିବେ ଡାଉନଲୋଡ଼

ଏହି କାର୍ଯ୍ୟକ୍ରମକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ଅବକାରୀ ବିଭାଗ ମନ୍ତ୍ରୀ ଅଶ୍ୱିନୀ ପାତ୍ର ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ । ଏହି ସନ୍ଧ୍ୟାର ମୁଖ୍ୟଅତିଥି ଭାବେ ବିଜ୍ଞାନ ଓ ବୈଷୟକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଶିଷ୍ଟ ଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସମ୍ମାନୀୟ ଅତିଥିଭାବେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ‘କାଲି ପାଇଁ କାଲିର ସିନେମା’ ପୁସ୍ତକ ପାଇଁ ବିଶିଷ୍ଟ ସିନେ ସମୀକ୍ଷକ ସୂର୍ଯ୍ୟ‌ ଦେଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସି‌ନେ ଆର୍ଟିଷ୍ଟ ଆସୋସିଏସନ୍‌କୁ ମଧ୍ୟ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭରୁ ଦିବଂଗତ କଳାକାରମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଓ ଓଡ଼ିଆ ସିନେମାର ୮୬ ବର୍ଷର ଇତିହାସକୁ ନେଇ ଏକ ଅଡିଓ-ଭିଜୁଆଲ୍‌ ପ୍ରଦର୍ଶିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ଚଳଚ୍ଚିତ୍ରର ୨୭ଟି ବିଭାଗରେ ମୋଟ୍ ୬ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି। 

୩୧ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାରର ଜୁରି କମିଟିର ଅଧ୍ୟକ୍ଷ ଭାବେ ବିଶିଷ୍ଟ ସିନେମାଟୋଗ୍ରାଫର୍ ସୁରେନ୍ଦ୍ର ସାହୁ ନିୟୋଜିତ ହୋଇଥିବା ବେଳେ ବିଶିଷ୍ଟ ସଙ୍ଗୀତଜ୍ଞ ପ୍ରଣବ କିଶୋର ପଟ୍ଟନାୟକ, ବିଶିଷ୍ଟ ଅଭିନେତ୍ରୀ ତ୍ରିପୁରା ମିଶ୍ର, ଚଳଚ୍ଚିତ୍ର ପ୍ରଯୋଜକ ଜିତେନ୍ଦ୍ର ମିଶ୍ର, ଚଳଚ୍ଚିତ୍ର ସାମ୍ବାଦିକ ଆଦିକନ୍ଦ ରାଉତ ଓ ବିଶିଷ୍ଟ ଗୀତିକାର ଗୌର ପଟ୍ଟନାୟକ ପ୍ରମୁଖ ଜୁରି ସଦସ୍ୟ ଭାବେ ଦାୟିତ୍ବ ତୁଲାଇଥିଲେ। ଆଜି ପୁରସ୍କାର ପ୍ରଦାନ ଅବସରରେ ଜୁରି ସଦସ୍ୟଙ୍କୁ ସମ୍ମାନିତ କରାଯାଇଛି। ଆଜି(ଫେବୃଆରୀ ୧୪) ରେ ‘୮ମ ରାଜ୍ୟ ଟେଲି ପୁରସ୍କାର’ ପ୍ରଦାନ କରାଯିବ।