Bank Jobs 2024: IDBI ବ୍ୟାଙ୍କରେ ୫ଶହ ଖାଲି ପଦବୀ, ତୁରନ୍ତ କରନ୍ତୁ ଆବେଦନ
Advertisement

Bank Jobs 2024: IDBI ବ୍ୟାଙ୍କରେ ୫ଶହ ଖାଲି ପଦବୀ, ତୁରନ୍ତ କରନ୍ତୁ ଆବେଦନ

Bank Jobs 2024: IDBI ବ୍ୟାଙ୍କ ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ପଦରେ ଭର୍ତ୍ତି ପାଇଁ ଦରଖାସ୍ତ ଆହ୍ୱାନ କରୁଛି । | ଯେକୈଣସି ବିଷୟରେ ସ୍ନାତକୋତ୍ତର କରୁଥିବା ପ୍ରାର୍ଥୀ ଏଥିପାଇଁ ଆବେଦନ କରିପାରିବେ ।

Bank Jobs 2024: IDBI ବ୍ୟାଙ୍କରେ ୫ଶହ ଖାଲି ପଦବୀ, ତୁରନ୍ତ କରନ୍ତୁ ଆବେଦନ

Bank Jobs 2024: ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (IDBI) ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ଗ୍ରେଡ୍ ଓ ପାଇଁ ଆବେଦନକାରୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରିଛି । ଖାଲି ପଦବୀ ସଂଖ୍ୟା ୫ଶହ ରହିଥିବା ସୂଚନା ମିଳିଛି । ପଦବୀରେ ଭର୍ତ୍ତି ପାଇଁ ବ୍ୟାଙ୍କ ପକ୍ଷରୁ ନିଯୁକ୍ତି ବିଜ୍ଞପ୍ତି ଜାରି କରାଯାଇଛି । ଏଥିପାଇଁ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଫେବୃଆରୀ ୧୨ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆବେଦନ କରିବାର ଶେଷ ତାରିଖ ରହିଛି ଫେବୃଆରୀ ୨୬ । ଆସିଷ୍ଟାଣ୍ଟ ମ୍ୟାନେଜର ନିଯୁକ୍ତି ପାଇଁ ମାର୍ଚ୍ଚ ୧୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ଆବେଦନ କରିବା ପାଇଁ ଆପଣ IDBI ବ୍ୟାଙ୍କ ୱେବସାଇଟ୍ https://www.idbibank.in/ ଭିଜିଟ୍ କରିପାରିବେ ।

ଜୁନିଅର ଆସିଷ୍ଟାଣ୍ଟ ମ୍ୟାନେଜର ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ବୟସ ୨୦ରୁ ୨୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ପ୍ରାର୍ଥୀମାନଙ୍କ ଜନ୍ମ ତାରିଖ ୧୯୯୯ ଜାନୁଆରୀ ୩୧ରୁ ୩୧ ଜାନୁଆରୀ ୨୦୦୪ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି / ଏସଟି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ବୟସରେ ୫ ବର୍ଷର କୋହଳ ବ୍ୟବସ୍ଥା ରହିଛି । ଓବିସି ପାଇଁ ୩ ବର୍ଷ ଏବଂ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ୧୦ ବର୍ଷ କୋହଳ ଲାଗୁ ହେବ । ୧୯୮୪ ଦଙ୍ଗାରେ ପ୍ରଭାବିତ ହୋଇଥିବା ବ୍ୟକ୍ତିମାନଙ୍କ ସର୍ବାଧିକ ବୟସ ସୀମା ମଧ୍ୟରେ ପାଞ୍ଚ ବର୍ଷ କୋହଳ ହେବ ।

ଶିକ୍ଷାଗତ ମାନଦଣ୍ଡ

ପ୍ରାର୍ଥୀମାନେ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହୋଇଥିବା ଆବଶ୍ୟକ । ଯେଉଁମାନେ ଡିପ୍ଲୋମା ପଢୁଛନ୍ତି ସେମାନେ ଏହି ପଦବୀରେ ଆବେଦନ କରିବାକୁ ଯୋଗ୍ୟ ନୁହଁନ୍ତି। ପ୍ରାର୍ଥୀମାନେ କମ୍ପ୍ୟୁଟର ପାଠ୍ୟକ୍ରମରେ ଭଲ ଜ୍ଞାନ ରଖିଥିବା ଆବଶ୍ୟକ । ଆଞ୍ଚଳିକ ଭାଷା ଉପରେ ମଧ୍ୟ ଦଖଲ ଥିବା ଆବଶ୍ୟକ ।

ଆବେଦନ ଶୁଳ୍କ

-ଏସିସି, ଏସଟି ଏବଂ ତଥା ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୨ଶହ ଟଙ୍କା 
- ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ହେଉଛି ୧ ହଜାର ଟଙ୍କା ।

ଦରମା
ତାଲିମ ସମୟରେ ୫ ହଜାର ଟଙ୍କା ଷ୍ଟାଇପେଣ୍ଡ ବାବଦକୁ ମିଳିବ ।
ଇଣ୍ଟର୍ନସିପ୍ ସମୟରେ ଷ୍ଟାଇପେଣ୍ଡ୍ ବାବଦକୁ ୧୫ ହଜାର ଟଙ୍କା ମିଳିବ ।
ଚାକିରି ଆରମ୍ଭରେ ବାର୍ଷିକ ୬ଲକ୍ଷ ୧୪ ହଜାରରୁ ୬ଲକ୍ଷ ୫୦ ହଜାର ଟଙ୍କା ମଧ୍ୟରେ ଦରମା ମିଳିବ ।

ଚୟନ ପ୍ରକ୍ରିୟା

ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ ପାଇଁ ଅନଲାଇନ୍ ମାଧ୍ୟମରେ ପରୀକ୍ଷା କରାଯିବ । ଏହି ପରୀକ୍ଷାର ସମୟସୀମା ୨ ଘଣ୍ଟା ରହିବ । ପରୀକ୍ଷାରେ  ୨୦୦ ମାର୍କର ୨୦୦ଟି ପ୍ରଶ୍ନ ରହିବ । ପରୀକ୍ଷା ଖାତାରେ ସମୁଦାୟ ଚାରୋଟି ବିଭାଗ ରହିବ । ଭୁଲ୍ ଉତ୍ତର ପାଇଁ ୦.୨୫ ମାର୍କର ମାଇନସ ମାର୍କିଂ ହେବ ।

Also Read- Mars Transit 2024: ଆଦିତ୍ୟ ମଙ୍ଗଳ ଯୋଗ କାରଣରୁ ୫ଟି ରାଶିକୁ ବଡ଼ ଫାଇଦା

Also Read- ବିଧାନସଭାରେ ଆଜି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି