Job Oppertunity: ରାଜ୍ୟରେ ଦୂର ହେବ ଡାକ୍ତରୀ ସମସ୍ୟା, ସରକାର ନିଯୁକ୍ତ କରିବେ ୫ ହଜାର ଡାକ୍ତର
Advertisement
Article Detail0/zeeodisha/odisha1789461

Job Oppertunity: ରାଜ୍ୟରେ ଦୂର ହେବ ଡାକ୍ତରୀ ସମସ୍ୟା, ସରକାର ନିଯୁକ୍ତ କରିବେ ୫ ହଜାର ଡାକ୍ତର

Job Oppertunity: ଡାକ୍ତିରୀ ପାଠ ପଢ଼ିଥିବା ଯୁବକ-ଯୁବତୀଙ୍କ ପାଇଁ ଖୁସି ଖବର । ରାଜ୍ୟରେ ବାହାରିଲା ୫ ହଜାର ଡାକ୍ତର ପଦବୀ । ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଖାଲି ପଡ଼ିଥିବା ଡାକ୍ତର ପଦବୀକୁ ପୂରଣ ପାଇଁ ରାଜ୍ୟ ସରକାର ନେଲା ପଦକ୍ଷେପ ।ଯଦ୍ୱାରା  ରାଜ୍ୟରେ ଦେଖାଯାଉଥିବା ଡାକ୍ତରଙ୍କ ସମସ୍ୟା ଦୂରେଇ ଯିବ।

Job Oppertunity: ରାଜ୍ୟରେ ଦୂର ହେବ ଡାକ୍ତରୀ ସମସ୍ୟା, ସରକାର ନିଯୁକ୍ତ କରିବେ ୫ ହଜାର ଡାକ୍ତର

ରାଜ୍ୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ତତ୍ପରତା ଦେଖାଇଛନ୍ତି ରାଜ୍ୟ ସରକାର ।ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ନବୀନ(Naveen Paattnaik) ସରକାର ସର୍ବଦା ପ୍ରାଧାନ୍ୟ ଦେଇ ଆସିଥିବା କୁହାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ବିଭିନ୍ନ ସେକ୍ଟରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଯୋଗ୍ୟ ପ୍ରାର୍ଥୀଙ୍କୁ ସେଥିରେ ସାମିଲ୍ କରୁଛନ୍ତି । ଯାହା ଫଳରେ ଅନେକ ଶିକ୍ଷିତ ଯୁବକ-ଯୁବତୀ ଏହି ସୁବିଧାର ଲାଭ ଉଠାଇବା ସହ ନିଜ ଯୋଗ୍ୟତା ଅନୁସାରେ ପଦ ପଦବି ହାସଲ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ନିୟମିତ ବ୍ୟବଧାନରେ ରାଜ୍ୟରେ ବିଭିନ୍ନ ସରକାରୀ ଓ ବେସରକାରୀ ବିଭାଗରେ ଖାଲି ପଡ଼ିଥିବା ଛୋଟ ବଡ଼ ପଦବୀକୁ ପୂରଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ରାଜ୍ୟରେ ଖାଲି ପଡ଼ିଥିବା ଡାକ୍ତର(Doctor) ପଦବୀ ପୂରଣ ମିଶନରେ ବାହାଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ରାଜ୍ୟରେ ୫ ହଜାର ନୂଆ ଡାକ୍ତର ପଦବୀ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି ସରକାର। ଯାହା ଫଳରେ ରାଜ୍ୟରେ ଦେଖାଯାଉଥିବା ଡାକ୍ତରଙ୍କ ସମସ୍ୟା ଦୂରେଇ ଯିବ।

‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା ଗଠନ ଦିଗରେ ରାଜ୍ୟ ସରକାର ଅନେକ ବଡ଼ ବଡ଼ ପଦକ୍ଷେପମାନ ନେଇ ଆସୁଛନ୍ତି ।ସେହିପରି ରାଜ୍ୟରେ ଅନେକ ସମୟରେ ଦେଖା ଦେଉଥିବା ଡାକ୍ତର ସମସ୍ୟା ଦୂର କରିବା ପାଇଁ ଓଡ଼ିଶା ମେଡିକାଲ ଆଣ୍ଡ ହେଲଥ ସର୍ଭିସେସ (OMHC) କ୍ୟାଡରରେ ୫ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରାଯାଇଛି । ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର (ଏଲଟିଏମଆରଓ) ପାହ୍ୟାରେ ଏହି ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର ।

ଗତ ବର୍ଷ ନଭେମ୍ବର ମାସରେ ରାଜ୍ୟ ସରକାର ଏଲଟିଏମଆରଓ ପାହ୍ୟାରେ ୨ ହଜାର ନୂଆ ଡାକ୍ତର ପଦ ସୃଷ୍ଟି କରିଥିବା ବେଳେ ଚଳିତ ବର୍ଷ ମଧ୍ୟ ୫ ହଜାର ହଜାର ସୃଷ୍ଟି କରିଛନ୍ତି । ଆସନ୍ତା ଡିସେମ୍ବର ସୁଦ୍ଧା ଓଡ଼ିଶାରୁ ଡାକ୍ତରୀ ସମସ୍ୟା ମୁକ୍ତ କରି ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଘୋଷଣା କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ରାଉରକେଲା ସରକାରୀ ଡାକ୍ତରଖାନାରେ ୬୮୯ ଜଣ ଡାକ୍ତର, ୩୨ଟି ଉପଖଣ୍ଡ ଚିକିତ୍ସାଳୟରେ ୪୮୦ ଜଣ ଡାକ୍ତର ନିଯୁକ୍ତି ହେବା ନେଇ ଘୋଷଣା କରାଯାଇଛି । ପ୍ରତି ଉପଖଣ୍ଡ ଚିକିତ୍ସାଳୟ ପାଇଁ ୧୫ଟି ଲେଖାଏଁ ପଦ ସୃଷ୍ଟି କରାଯାଇଥିବା ବେଳେ ୩୭୫ଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ୩୭୫୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବ। ଏଥି ସହ ୭ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୮୧ଟି ପଦବୀ ଓ ପ୍ରତି ସିଏଚସିରେ ୧୦ ଜଣ ଲେଖାଏଁ ଡାକ୍ତର ପଦବୀ ପୂରଣ ହେବ ।

Also Read: Tomato Gift: ମାଆ ପାଇଁ ଟମାଟୋ Gift, ଦୁବାଇରୁ ଆସିଲା ୧୦ କି.ଗ୍ରା ଟମାଟୋ

7th Pay Commission: ସରକାରୀ କର୍ମଚାରୀଙ୍କ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର, ଏହି ରାଜ୍ୟ ସରକାର ବଢ଼ାଇଲେ ଦରମା ଓ ପେନସନ୍