ଆମ୍ ଆଦମି ପାର୍ଟି ସରକାର: କ’ଣ ସବୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ଅରବିନ୍ଦ କେଜ୍ରିୱାଲ?
Advertisement
Article Detail0/zeeodisha/odisha2434652

ଆମ୍ ଆଦମି ପାର୍ଟି ସରକାର: କ’ଣ ସବୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ଅରବିନ୍ଦ କେଜ୍ରିୱାଲ?

Aam Aadmi Party Government: ୨୦୧୧ ମସିହାରେ ଭାରତରେ ଦୁର୍ନୀତି ନିବାରଣ ଆନ୍ଦୋଳନ ପରେ ନଭେମ୍ବର ୨୦୧୨ ମସିହାରେ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଗଠନ ହୋଇଥିଲା ରାଜନୈତିକ ଦଳ ଆମ୍ ଆଦମୀ ପାର୍ଟି (AAP)। ଏହି ଦଳର ଆରମ୍ଭ ପ୍ରଥମେ ଦେଶର ରାଜଧାନୀ ଦିଲ୍ଲୀରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ଦେଶର ବିଭିନ୍ନ ରାଜ୍ୟରେ ପହଞ୍ଚିବା ଆରମ୍ଭ କରିଛି। ରାଜଧାନୀରେ ଏବଂ ପଞ୍ଜାବରେ ଏହି ଦଳ ଏବେ ଶାସକ ଦଳ ଭାବରେ କାର୍ଯ୍ୟ କରୁଛି। ଗୁଜୁରାଟ ଏବଂ ଗୋଆ ରାଜ୍ୟ ବିଧାନସଭାରେ କିଛି ଆସନ ଜିତି ଧିରେ ଧିରେ ନିଜର ଅବସ୍ଥିତିକୁ ଦୃଢ଼ ଭାବେ ଜାହିର୍ କରିବାରେ ଲାଗିଛି।

ଆମ୍ ଆଦମି ପାର୍ଟି ସରକାର: କ’ଣ ସବୁ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ଅରବିନ୍ଦ କେଜ୍ରିୱାଲ?

Aam Aadmi Party Government: ମଙ୍ଗଳବାର ଅରବିନ୍ଦ କେଜ୍ରିୱାଲ ଉପରାଜ୍ୟପାଳଙ୍କୁ ଇସ୍ତଫା ପ୍ରଦାନ କରିଛନ୍ତି। ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଶିକ୍ଷା ମନ୍ତ୍ରୀ ଆତିଶୀଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି। ଆତିଶୀ ମାର୍ଲେନା ଦିଲ୍ଲୀର ଜଣେ ଶସକ୍ତ ମହିଳା ମନ୍ତ୍ରୀ ଭାବରେ ଜଣାଶୁଣା। ସୁଷମା ସ୍ୱରାଜ ଏବଂ ଶୀଲା ଦୀକ୍ଷିତଙ୍କ ପରେ ସେ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦିଲ୍ଲୀବାସୀଙ୍କୁ ଆଜି ତାଙ୍କର ନୂଆ ମୁଖ୍ୟମନ୍ତ୍ରୀ ମିଳିଛି। ଅରବିନ୍ଦ କେଜ୍ରିୱାଲ ଜେଲ୍ ଯିବା ପରେ ଦିଲ୍ଲୀରେ ଶାସନ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା, ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ହେବା ନେଇ ମଧ୍ୟ ଅନେକ ଖବର ସାମ୍ନାକୁ ଆସିଥିଲା। ସମସ୍ତ ବିଶୃଙ୍ଖଳିତ ମାହୋଲ ମଧ୍ୟ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କର ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ କରିଛନ୍ତି। ତେବେ ଅରବିନ୍ଦ କେଜ୍ରିୱାଙ୍କ ତତ୍ତ୍ୱାବଧାନରେ କିପରି ଥିଲା ଆପର କାର୍ଯ୍ୟ ଆସନ୍ତୁ ଜାଣିବା....

୨୦୧୧ ମସିହାରେ ଭାରତରେ ଦୁର୍ନୀତି ନିବାରଣ ଆନ୍ଦୋଳନ ପରେ ନଭେମ୍ବର ୨୦୧୨ ମସିହାରେ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ୱାରା ଗଠନ ହୋଇଥିଲା ରାଜନୈତିକ ଦଳ ଆମ୍ ଆଦମୀ ପାର୍ଟି (AAP)। ଏହି ଦଳର ଆରମ୍ଭ ପ୍ରଥମେ ଦେଶର ରାଜଧାନୀ ଦିଲ୍ଲୀରୁ ଆରମ୍ଭ ହୋଇଥିବା ବେଳେ ଏବେ ଏହା ଦେଶର ବିଭିନ୍ନ ରାଜ୍ୟରେ ପହଞ୍ଚିବା ଆରମ୍ଭ କରିଛି। ରାଜଧାନୀରେ ଏବଂ ପଞ୍ଜାବରେ ଏହି ଦଳ ଏବେ ଶାସକ ଦଳ ଭାବରେ କାର୍ଯ୍ୟ କରୁଛି। ଗୁଜୁରାଟ ଏବଂ ଗୋଆ ରାଜ୍ୟ ବିଧାନସଭାରେ କିଛି ଆସନ ଜିତି ଧିରେ ଧିରେ ନିଜର ଅବସ୍ଥିତିକୁ ଦୃଢ଼ ଭାବେ ଜାହିର୍ କରିବାରେ ଲାଗିଛି।

ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି AAP ପ୍ରଥମେ ୨୦୧୩ରେ ରାଜନୀତି ନିଜର ଶକ୍ତି ପ୍ରଦର୍ଶନ କରିଥିଲା। ୭୦ ସିଟ୍ ବିଶିଷ୍ଟ ବିଧାନସଭାରେ ୨୮ ଟି ସିଟ୍ ସହିତ କେବଳ ୩୧ ଟି ଆସନ ଜିତିଥିବା ଭାରତୀୟ ଜନତା ପାର୍ଟି ପଛରେ ରହିଥିଲା। ଆପ୍ ର ନେତାମାନଙ୍କ ଚେଷ୍ଟା ଏତେ ପ୍ରଭାବଶାଳୀ ଥିଲା ଯେ ଦିଲ୍ଲୀବାସୀ ଧିରେ ଧିରେ ଆମ୍ ଆଦମି ପାର୍ଟିକୁ ଭରଷା କରିବାକୁ ଲାଗିଥିଲେ। ପରିବର୍ତ୍ତନ ଆଶା ନେଇ ସେମାନେ ଦିଲ୍ଲୀରେ ସରକାର ବଦଳାଇଥିଲେ। ରାଜଧାନୀରେ କିଛି ମାଗଣା ଯୋଜନା ଓ ନୂଆ ନୂଆ ସ୍କିମ୍ ସହ ଦିଲ୍ଲୀବାସୀଙ୍କ ବିଶ୍ୱାସ ଜିତିଥିଲା କେଜ୍ରିୱାଲ ସରକାର। ଏହି ସବୁ ସ୍କିମ୍ ଗୁଡ଼ିକ ହେଲା...

-ବିଜୁଳି ଏବଂ ପାନୀୟ ଜଳ ସବସିଡି:

୨୦୦ ୟୁନିଟରୁ କମ୍ ମାସିକ ବିଦ୍ୟୁତ୍ ବ୍ୟବହାର କରୁଥିବା ପରିବାରଗୁଡିକ ବିଦ୍ୟୁତ୍ ବିଲ୍ ଦେବାକୁ ପଡ଼ୁନାହିଁ ଏବଂ ପ୍ରତ୍ୟେକ ଘରକୁ ମାସକୁ ୨୦ ହଜାର ଲିଟର ମାଗଣା ଜଳ ଯୋଗାଇ ଦିଆଯାଉଛି।

 

-ମହିଳାମାନଙ୍କ ପାଇଁ ମାଗଣା ବସ୍ ଚଳାଚଳ:

୨୦୨୦ବିଧାନସଭା ନିର୍ବାଚନ ପୂର୍ବରୁ AAP ସରକାର ମହିଳାମାନଙ୍କ ପାଇଁ ମାଗଣା ବସ୍ ଯାତ୍ରା ଘୋଷଣା କରିଥିଲେ ଏବଂ ଏହି ଯୋଜନା କାର୍ଯ୍ୟକାରୀ ମଧ୍ୟ କରିଥିଲେ।

-ମହିଳା ଶସକ୍ତିକରଣ:

ଏହି ଯୋଜନା ଗରିବ, ଅଭାବୀ ଏବଂ ଅସୁରକ୍ଷିତ ମହିଳାଙ୍କୁ ବିଧବା, ଛାଡପତ୍ର, ଭିନ୍ନକ୍ଷମ, ପରିତ୍ୟକ୍ତ ମହିଳାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।

-ଆର୍ଥିକ ସହାୟତା ଯୋଜନା:

ଏହି ଯୋଜନା ଗରିବ, ବୃଦ୍ଧ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇଥାଏ ଯେଉଁମାନଙ୍କର ଜୀବିକାର କୌଣସି ମାଧ୍ୟମ ନାହିଁ ଏବଂ ସେମାନଙ୍କୁ ସମର୍ଥନ କରିବାକୁ କେହି ନାହାଁନ୍ତି।

-ସରକାରୀ ବିଦ୍ୟାଳୟର ଆଧୁନିକରଣ:

ଏହି ଯୋଜନା ମାଧ୍ୟମରେ ସରକୀରୀ ସ୍କୁଲମାନଙ୍କର ଉନ୍ନତୀକରଣ ପାଇଁ ଏକ ନୂଆ ମଡେଲ ପ୍ରସ୍ତୁତ୍ କରିବା ସହ ଆର୍ଥୀକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରିଥିଲା ଆପ୍ ସରକାର।

ଏବେ ବି ଦିଲ୍ଲୀରେ ଆପ୍ ସରକାର ଚାଲିଥିବା ବେଳେ କିଛି ସଙ୍ଗୀନ ଅଭିଯୋଗ କାରଣରୁ ପାର୍ଟିର ବଡ଼ ବଡ଼ ନେତା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲ୍ ଯିବାକୁ ପଡ଼ିଛି। ଉପରାଜ୍ୟପାଳଙ୍କ ବିନା ଅନୁମତିରେ ମଦ ମାଫିଆଙ୍କୁ ବେଆଇନ ଭାବେ ଲାଇସେନ୍ସ ଦେଇ ଦିଲ୍ଲୀ ସରକାର ବଡ଼ ଘୋଟାଲା କରିଥିବା ଅଭିଯୋଗ ହୋଇଥିଲା। ଏହା ପରେ ୨୬ ଫେବୃଆରୀ ୨୦୨୨ ରୁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଗିରଫ ହୋଇ ଜେଲରେ ଥିବା ବେଳେ ପରେ ପରେ ଆପ୍ ସାଂସଦ ସଞ୍ଜୟ ସିଂହ ମଧ୍ୟ ଗିରଫ ହୋଇଥିଲେ। ଏଥି ସହ ୯ ଥର ସମନ ପଠାଇବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଥିଲା ଇଡି। ଯାହାପରେ ଦିଲ୍ଲୀରେ ଆପ୍ ସରକାର ଭୁଷୁଡ଼ିବା ନେଇ ଜାରି ରହିଥିଲା ଚର୍ଚ୍ଚା।