John Edward Warnock: ଫୋଟୋସପ୍ ନିର୍ମାତା ଆଡୋବ ସହ-ପ୍ରତିଷ୍ଠାତା ଜନ୍ ୱାର୍ନକଙ୍କ ଶନିବାର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି।
Trending Photos
Adobe Co-Founder John Warnock: ଆରପାରିରେ ଫୋଟୋସପ୍ କମ୍ପାନୀ ଆଡୋବ ସହ-ପ୍ରତିଷ୍ଠାତା ଜନ୍ ୱାର୍ନକ୍। ଶନିବାର ତାଙ୍କର ନିଧନ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ତାଙ୍କର ଦେହାନ୍ତ ସମ୍ପର୍କରେ ରବିବାର ସକାଳେ କମ୍ପାନୀ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଥିବା। ତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ କିଛି ଜଣାପଡିନାହିଁ। ଆଡୋବ ସିଇଓ ଶାନ୍ତନୁ ନାରାୟଣ କମ୍ପାନୀ କର୍ମଚାରୀଙ୍କୁ ପଠାଯାଇଥିବା ଏକ ଇମେଲ ମାଧ୍ୟମରେ କହିଛନ୍ତି ଯେ ଆଡୋବ ଏବଂ ଫଟୋ ଶିଳ୍ପ ପାଇଁ ଏହା ଏକ ଦୁଃଖଦ ଦିନ।
ଜନ୍ ଏଡୱାର୍ଡ ୱାର୍ନକ୍ (John Edward Warnock) ଜଣେ ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ (American Computer Scientist), ଉଦ୍ଭାବକ ଏବଂ ବୈଷୟିକ ଉଦ୍ୟୋଗୀ। ଯିଏ ଆଡୋବ୍ ସିଷ୍ଟମ୍ ସହ-ପ୍ରତିଷ୍ଠାତା (Co-Founder of Adobe Systems) ଭାବରେ ତାଙ୍କର ଭୂମିକା ପାଇଁ ବ୍ୟାପକ ସ୍ୱୀକୃତି ଲାଭ କରିଥିଲେ। ଏହାର ଗ୍ରାଫିକ୍ସ ଏବଂ ପ୍ରକାଶନ ସମାଧାନ ପାଇଁ ପ୍ରସିଦ୍ଧ ଏହି ସଫ୍ଟୱେର୍ କମ୍ପାନୀ (Adobe Photoshop Software) ୧୯୮୨ ମସିହାରେ ଚାର୍ଲ୍ସ ଗେସ୍କେଙ୍କ (Charles Geschke) ସହ ପ୍ରତିଷ୍ଠିତ ହୋଇଥିଲା। ତାଙ୍କର ପ୍ରାରମ୍ଭିକ କାର୍ଯ୍ୟକାଳ ମଧ୍ୟରେ ଜନ୍ ୱାର୍ନକ୍ ପ୍ରଥମ ୨ ବର୍ଷ ପାଇଁ ଆଡୋବ କମ୍ପାନୀ ସଭାପତି (Adobe Compnay President) ଏବଂ ପରବର୍ତ୍ତୀ ୧୬ ବର୍ଷ ପାଇଁ ଚେୟାରମ୍ୟାନ୍ ତଥା ସିଇଓ (Adobe CEO and Chairman) ଭାବରେ କାର୍ଯ୍ୟ କରିଥିଲେ। ଗତ ୨୦୦୧ ମସିହାରେ ସେ ସିଇଓ ପଦରୁ ଇସ୍ତଫା ଦେଇଥିଲେ। ଯଦିଓ ୨୦୧୭ ପର୍ଯ୍ୟନ୍ତ ଚାର୍ଲ୍ସ ଗେସ୍କେଙ୍କ ସହିତ ଆଡୋବ ବୋର୍ଡ ଅଫ୍ ଡାଇରେକ୍ଟର୍ସର ସହିତ ଚେୟାରମ୍ୟାନ୍ (Adobe Chairman and CEO) ଭାବରେ ସକ୍ରିୟ ରହିଥିଲେ ଜନ୍ ୱାର୍ନକ୍।
ଫୋଟୋସପ୍ ନିର୍ମାତା ଆଡୋବ ସହ-ପ୍ରତିଷ୍ଠାତା ଜନ୍ ୱାର୍ନକଙ୍କ ଶନିବାର ୮୨ ବର୍ଷ ବୟସରେ ଦେହାନ୍ତ ହୋଇଥିବା ନେଇ ରବିବାର କମ୍ପାନୀ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି। ତାଙ୍କ ମୃତ୍ୟୁର କାରଣ ଜଣାପଡିନାହିଁ।
ଆଡୋବ ସିଇଓ ଶାନ୍ତନୁ ନାରାୟଣ (Adobe CEO Shantanu Narayen) କମ୍ପାନୀ କର୍ମଚାରୀଙ୍କୁ (Adobe Company Employee) ପଠାଇଥିବା ଏକ ଇମେଲ ମାଧ୍ୟମରେ ଏ ସମ୍ପର୍କରେ ଜଣାଇଛନ୍ତି। ଏନେଇ ସିଇଓ କହିଛନ୍ତି ଯେ ଆଡୋବ ସମ୍ପ୍ରଦାୟ ଏବଂ ଶିଳ୍ପ ପାଇଁ ଏହା ଏକ ଦୁଃଖଦ ଦିନ। ଜନ୍ ୱାର୍ନକ୍ ୧୯୮୨ ମସିହାରେ ଚାର୍ଲ୍ସ ଗେସ୍କେଙ୍କ ସହ ମିଶି ଆଡୋବ ପ୍ରତିଷ୍ଠାତା କରିଥିଲେ। ସେ ୨୦୦୦ ମସିହାରେ ସିଇଓ ଭାବରେ ଅବସର ନେଇଥିଲେ। କମ୍ପାନୀ ବୋର୍ଡ ଚେୟାରମ୍ୟାନ୍ ଭାବରେ ୱାର୍ନିକ, ଗେସ୍କେଙ୍କ ସହ ୨୦୧୭ ପର୍ଯ୍ୟନ୍ତ ଅଂଶୀଦାର ରହିଥିଲେ।