Afghanistan Civil Crisis: ତାଲିବାନ ହାତରୁ ଖସିପାରେ ଆଫଗାନିସ୍ତାନ, ଗୃହ ଯୁଦ୍ଧ ଆଡ଼କୁ ମୁହାଁଉଛି ଦେଶ
Advertisement

Afghanistan Civil Crisis: ତାଲିବାନ ହାତରୁ ଖସିପାରେ ଆଫଗାନିସ୍ତାନ, ଗୃହ ଯୁଦ୍ଧ ଆଡ଼କୁ ମୁହାଁଉଛି ଦେଶ

Instability in Afghanistan: ତାଲିବାନ ଶାସନ ଅମଳରେ ଆଫଗାନିସ୍ତାନ ଅବସ୍ଥା ବିଗିଡ଼ିବାରେ ଲାଗିଛି। ଦେଶରେ ଆଫ୍ରିକୀୟ ଆତଙ୍କବାଦୀ ଗୋଷ୍ଠୀ ସକ୍ରିୟ ରହିବା ସହ ପ୍ରଶିକ୍ଷଣ ନେଉଛି। 

 

Afghanistan Civil Crisis: ତାଲିବାନ ହାତରୁ ଖସିପାରେ ଆଫଗାନିସ୍ତାନ, ଗୃହ ଯୁଦ୍ଧ ଆଡ଼କୁ ମୁହାଁଉଛି ଦେଶ

Afghanistan Moves Towards Civil War: ତାଲିବାନ ହାତରୁ ଖସି ଯାଇପାରେ ଆଫଗାନିସ୍ତାନ। ଯାହାର ଫଳ ସ୍ୱରୂପ ଦେଶରେ ଗୃହ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିପାରେ। ଏଭଳି ଏକ ଦାବି କରିଛନ୍ତି ପୂର୍ବତନ ଆଫଗାନ କମାଣ୍ଡର। ଏନେଇ ସେ  କହିଛନ୍ତି ଯେ ୨ ବର୍ଷ ପୂର୍ବେ ଆମେରିକା ସେନା ହଠାତ୍ କାବୁଲ ଛାଡିବା ପରେ ଦେଶରେ ଗୃହଯୁଦ୍ଧ ପରିସ୍ଥିତି ଉପୁଜିଛି। ତାଲିବାନ ବର୍ତ୍ତମାନ ଗୋଷ୍ଠୀ ବିବାଦରେ ପୀଡିତ ହୋଇଛି। ବିଦେଶୀ ଆତଙ୍କବାଦୀଙ୍କ ପାଇଁ ଏବେ ଆଫଗାନିସ୍ତାନ ଏକ ସୁରକ୍ଷିତ ସ୍ଥାନ ପାଲଟିଯାଇଛି।

ଆଫଗାନ ସେନା ଚିଫ୍ ଅଫ୍ ଆର୍ମୀ ଷ୍ଟାଫ୍ (Afghan Army Chief of Army Staff) ଲେଫ୍ଟନାଣ୍ଟ ଜେନେରାଲ ହିବତୁଲ୍ଲା ଆଲିଜାଇ (Lieutenant General Haibatullah Alizai) କହିଛନ୍ତି ଯେ ଗତ ୨୦୨୧ ଅଗଷ୍ଟ ୧୫ ତାରିଖରେ ଆଫଗାନିସ୍ତାନ ରାଜଧାନୀ କାବୁଲ (Fall of Kabul 2021) ଦଖଲ  କରିଥିଲା ତାଲିବାନ (Taliban)। ହେଲେ ମୋର ବିଶ୍ୱାସ ଯେ ଆଫଗାନିସ୍ତାନ ପରିସ୍ଥିତି (Present Situation of Afghanistan) ଅତ୍ୟନ୍ତ ଗମ୍ଭୀର ଏବଂ ବିପଦଜନକ ହୋଇପଡ଼ିଛି। ଦେଶ ଏକ ବିପଦପୂର୍ଣ୍ଣ ଦିଗରେ ଗତି କରୁଛି। ଏଭଳି ପରିସ୍ଥିତି କାରଣରୁ ଆଫଗାନିସ୍ତାନରେ ଗୃହଯୁଦ୍ଧ (Civil War in Afghanistan) ହୋଇପାରେ କିମ୍ବା ଦେଶ ବିଭାଜିତ (Partition of Afghanistan) ହୋଇପାରେ। ଏହାର କାରଣ ହେଉଛି ବିଗତ ଦୁଇ ବର୍ଷ ଧରି ଆଫଗାନିସ୍ତାନ ଆତଙ୍କବାଦୀଙ୍କ ଦଖଲରେ ରହିବା ସହ ଦେଶର ଶାସନ ଭାର ସେମାନଙ୍କ ପାଖରେ ରହିଛି।

ଆମେରିକାରେ ନିର୍ବାସିତ ଜୀବନ ଯାପନ କରୁଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ହିବତୁଲ୍ଲା ଆଲିଜାଇ 
ଲେଫ୍ଟନାଣ୍ଟ ଜେନେରାଲ ହିବତୁଲ୍ଲା ଆଲିଜାଇ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ନିର୍ବାସିତ ଜୀବନ ଯାପନ କରୁଛନ୍ତି। ଆଫଗାନିସ୍ତାନ ଲୋକଙ୍କୁ (Afghan People) ଦେଶ ବାହାରେ ଏକାଠି କରିବା ପାଇଁ ଏକ ପଦକ୍ଷେପ ଆରମ୍ଭ କରିଛନ୍ତି। ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ଗଭୀର ନିରାଶା ପ୍ରକାଶ କରି ପୂର୍ବତନ ଆଫଗାନ କମାଣ୍ଡର। ଆମେରିକା ପ୍ରଶାସନ (US Administration) ହଠାତ୍ ତାଲିବାନ ଦୟାରେ ଆଫଗାନିସ୍ତାନ (Afghanistan) ଏବଂ ଆଫଗାନ ଲୋକଙ୍କୁ ଛାଡି ଦେଇଥିବାର ଦାୟୀ କରିଛନ୍ତି। ତାଲିବାନ ଶାସନରେ ଆଫଗାନିସ୍ତାନ (Taliban Rule in Afghanistan) ଠାରେ ଆତଙ୍କବାଦୀ ସଙ୍ଗଠନ (Terror Group in Afghanistan) ସଂଖ୍ୟା ବୃଦ୍ଧି ପାଉଥିବା ସେ କହିଛନ୍ତି।

ଆଫଗାନିସ୍ତାନରେ ସ୍ଥିତି ମଜବୁତ କରୁଛନ୍ତି ଆଫ୍ରିକୀୟ ଆତଙ୍କବାଦୀ ଗୋଷ୍ଠୀ 
ପୂର୍ବତନ ଆଫଗାନ କମାଣ୍ଡର ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଅଲ-ଶବାବ ଭଳି ଆଫ୍ରିକୀୟ ଆତଙ୍କବାଦୀ ଗୋଷ୍ଠୀ (African Terror Group Al-Shabaab) ମଧ୍ୟ ଆଫଗାନିସ୍ତାନ ଠାରେ ନିଜର ସ୍ଥିତି ମଜବୁତ କରୁଛନ୍ତି। ସେମାନଙ୍କୁ ମଧ୍ୟ ତାଲିମ ମିଳିବା ଆରମ୍ଭ ହୋଇଯାଇଛି। ତାଲିବାନ ଶାସନ ଅଧିନରେ ଆଫଗାନିସ୍ତାନ ମାଟିରେ ଏଭଳି ଘଟଣା ଘଟୁଛି। ଲେଫ୍ଟନାଣ୍ଟ ଜେନେରାଲ ହିବତୁଲ୍ଲା ଆଲିଜାଇ କହିଛନ୍ତି ଯେ, ଏହା ହେଉଛି ବର୍ତ୍ତମାନର ଆଫଗାନିସ୍ତାନର ସ୍ଥିତି। ଆଫଗାନ ମାଟିରେ ଅଲ-କାଏଦା (Al-Qaeda in Afghanistan) ସକ୍ରିୟ ରହିଛି। ଦେଶରେ ଆତଙ୍କବାଦୀ ଅଧିକରୁ ଅଧିକ ସକ୍ରିୟ ହେବାରେ ଲାଗିଛନ୍ତି। ତାଲିବାନ ଶାସନ ବିରୋଧରେ ବିଭିନ୍ନ ବିରୋଧି ଦଳ ଘୋଷିତ ଏବଂ ପ୍ରତିଷ୍ଠିତ ହେଉଛନ୍ତି। ଯାହା ଆଫଗାନିସ୍ତାନକୁ ଏକ ଗୁରୁତର ଗୃହଯୁଦ୍ଧ କିମ୍ବା ସମ୍ଭାବ୍ୟ ବିଭାଜନ ଆଡକୁ ନେଇଯିବ। ଏକ ପ୍ରଶ୍ନର ଉତ୍ତରରେ ଆଫଗାନ କମାଣ୍ଡର ଜଣଙ୍କ କହିଛନ୍ତି ଯେ ତାଲିବାନ ଅଧିନରେ ରହିଥିବା ଆଫଗାନିସ୍ତାନ ଏବେ ଆତଙ୍କବାଦୀଙ୍କ ଆଶ୍ରୟସ୍ଥଳୀ ପାଲଟିଛି।

ଆଫଗାନ ଛାଡ଼ିବା ବେଳେ ଭୁଲ କରିଥିଲା ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ 
ଲେଫ୍ଟନାଣ୍ଟ ଜେନେରାଲ ହିବତୁଲ୍ଲା ଆଲିଜାଇ କହିଛନ୍ତି ଯେ, ମୁଁ ଭାବୁଛି ଯେତେବେଳେ ରାଷ୍ଟ୍ରପତି ବାଇଡେନଙ୍କ ପ୍ରଶାସନ କିମ୍ବା ବିଶେଷକରି ନିଜେ ଆମେରିକା ରାଷ୍ଟ୍ରପତି ବାଇଡେନ ଆଫଗାନିସ୍ତାନ ଛାଡି଼ଥିଲେ ସେତେବେଳେ ସେମାନେ ଏକ ବଡ଼ ଭୁଲ କରିଥିଲେ। ସେମାନେ ଆଫଗାନିସ୍ତାନ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରିବା ଏବଂ ଦେଶର ପରିସ୍ଥିତି ବିଷୟରେ ଜାଣିବାର ସୁଯୋଗ ସେମାନଙ୍କ ପାଖରେ ରହିଥିଲା। ହେଲେ ଏହି ନିଷ୍ପତ୍ତି ଅତି ଶୀଘ୍ର ନିଆଯାଇଥିଲା। 

ଏଭଳି ନିଷ୍ପତ୍ତି ନେବା ସମୟରେ ଆଫଗାନିସ୍ତାନର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ମଧ୍ୟ ଚିନ୍ତା କରାଯାଇନଥିଲା। ସେ କହିଛନ୍ତି ଯଦି ସେ ଏସବୁ ହେବା ପରେ ଯଦି ସେ କିଛି ନ ଶୁଣନ୍ତି, ତାହେଲେ ଆଫଗାନିସ୍ତାନ ପରିସ୍ଥିତ ୨୦୦୧ ଅପେକ୍ଷା ଆହୁରି ଅଧିକ ଖରାପ ହୋଇଯିବ। ତାଲିବାନ ସମଗ୍ର ଆଫଗାନିସ୍ତାନକୁ ନିୟନ୍ତ୍ରଣ କରୁନାହିଁ। ତାଲିବାନ ସରକାରର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ତାଲିବାନ ଚାରୋଟି ଗୋଷ୍ଠୀରେ (Gropus of Taliban) ବିଭକ୍ତ ହୋଇସାରିଛି। କାନ୍ଦାହାରୀ ତାଲିବାନ, ହେଲମଣ୍ଡ ତାଲିବାନ, ହକାନି ଗୋଷ୍ଠୀ ଏବଂ ଆମେରିକା ସହ ଆଲୋଚନା ପାଇଁ ଦୋହା ଯାଇଥିବା ତାଲିବାନ ପ୍ରତିନିଧି।