ଜିତିବା ପରେ ପାୱାର ଦେଖାଇଲେ ବିଜେପି ବିଧାୟକ, କହିଲେ 'ଆମିଷ ଦୋକାନ ବନ୍ଦ କର'
Advertisement
Article Detail0/zeeodisha/odisha1994483

ଜିତିବା ପରେ ପାୱାର ଦେଖାଇଲେ ବିଜେପି ବିଧାୟକ, କହିଲେ 'ଆମିଷ ଦୋକାନ ବନ୍ଦ କର'

Rajasthan Election 2023 ଜିତିବାର ଗୋଟିଏ ଦିନ ପୁରିଛି କି ନାହିଁ ବର୍ତ୍ତମାନ ନବ ନିର୍ବାଚିତ ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟଙ୍କ ଏକ ବୟାନ ସମସ୍ତଙ୍କ ପାଇଁ ଚର୍ଚ୍ଚା କରିବାର ଖୋରାକ ଯୋଗାଇଛି । ବାଳମୁକୁନ୍ଦ ଆକ୍ସନ ମୋଡକୁ ଆସି କହିଛନ୍ତି ଯେ, ସନ୍ଧ୍ୟା ସୁଦ୍ଧା ରାସ୍ତା କଡରୁ ଆମିଷ ଦୋକାନ ଗୁଡିକ ହଟାଇଦିଅନ୍ତୁ ।

ଜିତିବା ପରେ ପାୱାର ଦେଖାଇଲେ ବିଜେପି ବିଧାୟକ, କହିଲେ 'ଆମିଷ ଦୋକାନ ବନ୍ଦ କର'

Rajasthan Election 2023 : ଚଳିତ ବିଧାନସଭା ନିର୍ବାଚନରେ ରାଜସ୍ଥାନରେ ​​ବିଜେପିର ବିପୁଳ ବିଜୟ ହୋଇଛି । ଗତକାଲି ଭୋଟ ଗଣନାରେ ବିଜେପିର ପ୍ରଦର୍ଶନ ଅନ୍ୟ ଦଳର ନେତା ମାନଙ୍କୁ ଆଶ୍ଚର୍ଯ୍ୟ କରାଇଛି । ବର୍ତ୍ତମାନ ରାଜ୍ୟରେ ନୂଆ ସରକାର ଗଠନ ହେବାନେଇ ପ୍ରସ୍ତୁତି ଜାରି ରହିଛି । ତେବେ ଏହାରି ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଜିତିବାର ଗୋଟିଏ ଦିନ ପୁରିଛି କି ନାହିଁ ବର୍ତ୍ତମାନ ନବ ନିର୍ବାଚିତ ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ (bjp mla balmukund)ଙ୍କ ଏକ ବୟାନ ସମସ୍ତଙ୍କ ପାଇଁ ଚର୍ଚ୍ଚା କରିବାର ଖୋରାକ ଯୋଗାଇଛି । ବାଳମୁକୁନ୍ଦ ଆକ୍ସନ ମୋଡକୁ ଆସି କହିଛନ୍ତି ଯେ, ସନ୍ଧ୍ୟା ସୁଦ୍ଧା ରାସ୍ତା କଡରୁ ଆମିଷ ଦୋକାନ ଗୁଡିକ ହଟାଇଦିଅନ୍ତୁ ।

ବିଜେପି ବିଧାୟକ ବାଳମୁକୁନ୍ଦ ଆଚାର୍ଯ୍ୟ ହୱାମହଲ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ଜଣେ ସରକାରୀ ଅଫିସରଙ୍କୁ ସେ ଫୋନ କରି ଅର୍ଡର ଦେଇଛନ୍ତି ଯେ, ଆଜି ସନ୍ଧ୍ୟା ସୁଦ୍ଧା ରାସ୍ତା କଡ଼ରେ ଥିବା ସମସ୍ତ ଆମିଷ ଫୁଡ୍ ଷ୍ଟଲ୍ ଏବଂ ମାଛ, ମାଂସ ବିକୁଥିବା ଦୋକାନକୁ ବନ୍ଦ କରନ୍ତୁ । ଏଥି ସହିତ ସନ୍ଧ୍ୟା ଭିତରେ ରିପୋର୍ଟ ଦରକାର ବୋଲି କହିଛନ୍ତି ବାଳମୁକୁନ୍ଦ ।

ନବ ନିର୍ବାଚିତ ବିଧାୟକଙ୍କ ଏପରି ବୟାନ ପରେ ତାଙ୍କୁ ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ କରାଯାଇଛି । ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱେସୀ କହିଛନ୍ତି ଯେ, ବିଧାୟକଙ୍କ ଏପରି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ । ଲୋକମାନେ ଆମିଷ ଖାଇବାକୁ ପସନ୍ଦ କରନ୍ତି । ବଜାରରେ ଆମିଷର ଚାହିଦା ରହିଛି ତେଣୁ ଆମିଷ ବିକ୍ରିକୁ କେହି ଅଟକାଇ ପାରିବେ ନାହିଁ। ଏଥିସହ ଯେଉଁମାନେ ଆମିଷ ବ୍ୟବସାୟ କରିବାକୁ ଚାହାନ୍ତି ସେମାନଙ୍କୁ ମଧ୍ୟ ରୋକିବା ଅନୁଚିତ ।

ଆପଣଙ୍କୁ କହିରଖୁଛୁ ଯେ, ୩ ଡିସେମ୍ୱରରେ ଭୋଟ ଗଣତି ପରେ ବାଳମୁକୁନ୍ଦ ଆଚାର୍ଯ୍ୟ ୬ଶହ ଭୋଟରେ ଜୟପୁର ହୱାମହଲ ଆସନରୁ ବିଜୟଲାଭ କରିଥିଲେ । ତାଙ୍କ ବିପକ୍ଷରେ ଲଢୁଥିଲେ କଂଗ୍ରେସ ପ୍ରାର୍ଥୀ ଆରଆର ତିୱାରୀ ।

Also Read- ଚିକେନ୍ ଲେଗପିସ୍ ସହ କନ୍ୟାକୁ ପୁଷ୍ପଗୁଚ୍ଛ ଦେଲେ ବର, ଆଶ୍ଚର୍ଯ୍ୟ ହେଲେ ଅତିଥି

Also Read- ହୃଦୟ ଜିତିଲେ ସୂର୍ଯ୍ୟକୁମାର ଯାଦବ, ସିରିଜ ଜିତିବା ପରେ ରିଙ୍କୁ ସିଂଙ୍କୁ ଦେଲେ ଟ୍ରଫି, ଏହା ଥିଲା କ୍ରିକେଟରଙ୍କ ପ୍ରତିକ୍ରିୟା