)
Hands cut off for Handcuffs in US: ହାତକଡ଼ି ପାଇଁ କଟାଗଲା ହାତ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯାଉଥିବେ। ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଆଲବାମା ରାଜ୍ୟରେ ଘଟିଯାଇଛି ଏଭଳି ଘଟଣା। ଜିଓଭାନି ଲୋୟୋଲା ନାମକ ଜଣେ ବ୍ୟକ୍ତି ୨୦୨୦ ଫେବୃଆରୀ ୧୬ ତାରିଖ ସନ୍ଧ୍ୟାରେ ଘଟିଥିବା ଘଟଣାକୁ ସ୍ପଷ୍ଟ ଭାବରେ ମନେ ରଖିଛନ୍ତି। ଆଲାବାମା ରାଜ୍ୟରେ ରହୁଥିବା ଜିଓଭାନି ଲୋୟୋଲାଙ୍କୁ ସେତେବେଳେ ୨୫ ବର୍ଷ ବୟସ ହୋଇଥିଲା।
ସେହି ଦିନ ସନ୍ଧ୍ୟାରେ ସେ ଟିଭି ଦେଖୁଥିବା ସମୟରେ ଯେତେବେଳେ କବାଟ ବାଡେଇବାର ଶବ୍ଦ ଶୁଣିବାକୁ ପାଇଥିଲେ। କବାଟ ଖୋଲିବା ପରେ ଅନେକ ପୋଲିସ କବାଟ ପାଖରେ ଠିଆ ହୋଇଥିଲେ। ଶାନ୍ତି ଭଙ୍ଗ ଅଭିଯୋଗରେ ତାଙ୍କୁ ଗିରଫ କରିବାକୁ ଆସିଥିଲା ପୋଲିସ। ଜିଓଭାନି ଲୋୟୋଲା ଦାବି କରିଛନ୍ତି ଯେ ତାଙ୍କ ହାତରେ ପିନ୍ଧିଥିବା ହାତକଡ଼ି ବହୁତ ଟାଣ ରହିଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଏବଂ ବାରମ୍ବାର ହାତକଡ଼ି ଖୋଲିବାକୁ କହିଥିଲେ।
ହାତକଡ଼ି କାରଣରୁ ରକ୍ତ ତାଙ୍କ ବାମ ହାତର ଶିରାରେ ପହଞ୍ଚିବା ବନ୍ଦ କରି ଦେଇଥିଲା। ପୋଲିସ ତାଙ୍କ କଥାକୁ କର୍ଣ୍ଣପାତ କରି ତାଙ୍କୁ ଜେଲ ନେଇଯାଇଥିଲା। ଯେତେବେବେଳେ ତାଙ୍କୁ ମୁକ୍ତ କରାଗଲା ସେତେବେଳେ ଜିଓଭାନି ଲୋୟୋଲା ହସ୍ପିଟାଲ ଠାରେ ପହଞ୍ଚିଥିଲେ। ସେଠାରେ ଡାକ୍ତର ତାଙ୍କୁ ବାରମ୍ବାର କହିଥିଲେ ଯେ ତାଙ୍କ ହାତ ଅପରେସନ୍ କରିବାକୁ ହେବ। ପ୍ରଥମ ତିନୋଟି ଆଙ୍ଗୁଠିର ଉପର ଅଂଶକୁ କାଟି ଦିଆଯାଇଥିଲା।ତାହା ପରେ ଆହୁକି ତିନୋଟି ଅସ୍ତ୍ରୋପଚାର କରାଯାଇଥିଲା। ଶେଷରେ ଡାକ୍ତର ସ୍ଥିର କଲେ ଯେ ତାଙ୍କର ପୁରା ହାତକୁ କଟାଯିବ।
ତାଙ୍କ ବାମ ହାତରେ ହାତକଡ଼ି ପକାଇବାକୁ ଜିଓଭାନି ଲୋୟୋଲା ବର୍ତ୍ତମାନ ପୋଲିସ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଗିରଫ କରିବା ସମୟରେ ଅତ୍ୟଧିକ ବଳ ପ୍ରୟୋଗ କରିଥିଲା। ତାଙ୍କର ନାଗରିକ ଅଧିକାର ମଧ୍ୟ ଉଲ୍ଲଂଘନ କରାଯାଇଥିଲା। ତାଙ୍କ ଆବେଦନ ଉପରେ ଜେଫରସନ କାଉଣ୍ଟି ସରିଫ୍ ବିଭାଗ ବିରୋଧରେ ଶୁଣାଣି ଆସନ୍ତା ଅପ୍ରେଲ୍ ୧୫ ତାରିଖରୁ ଆରମ୍ଭ ହେବ।
ହାତକଡ଼ି ଢିଲା କରିବାକୁ କହିବା ସତ୍ତ୍ୱେ କଥା ଶୁଣିନଥିଲା ପୋଲିସ
ତାଙ୍କର ଅସୁବିଧା ବିଷୟରେ ବର୍ଣ୍ଣନା କରି ଜିଓଭାନି ଲୋୟୋଲା AL.com ୱେବସାଇଟ ସହ କଥାବାର୍ତ୍ତା କରିବା ବେଳେ କହିଛନ୍ତି ଯେ ସେ ଚାହୁଁନାହାଁନ୍ତି ଯେ କାହି ଏପରି ଯନ୍ତ୍ରଣା ଭୋଗନ୍ତୁ। ତାଙ୍କ ଅଭିଯୋଗରେ ଲୋୟୋଲା କହିଛନ୍ତି ଯେ ଡେପୁଟି ଗୋଡବର୍ ବିନା ଅନୁମତିରେ ଘରେ ପ୍ରବେଶ କରିଥିଲେ। ସେମାନେ ମୋତେ ଘରୁ ବାହାରକୁ ଠେଲି ଦେଇଥିଲେ। ସେ ଦାବି କରିଛନ୍ତି ଯେ ପୋଲିସ କର୍ମଚାରୀ ତାଙ୍କୁ କାର ଉପରେ ଏବଂ ପରେ ଭୂମିରେ ପକାଇ ଦେଇଥିଲେ ଏବଂ ପରେ ତାଙ୍କ ହାତରେ ହାତକଡ଼ି ପକାଇ ଦେଇଥିଲେ। ଲୋୟୋଲା କହିଛନ୍ତି ଯେ ସେ ବାରମ୍ବାର ତାଙ୍କ ହାତରେ ପଡ଼ିଥିବା ହାତକଡ଼ି ଢିଲା କରିବାକୁ କହିଥିଲେ। ହେଲେ ପୋଲିସ ତାଙ୍କ କଥା ଶୁଣିନଥିଲା। ଜେଲ ଠାରେ ପହଞ୍ଚିବା ପରେ ଚିକିତ୍ସା ପାଇଁ ତାଙ୍କ ପକ୍ଷରୁ କରାଯାଇଥିବା ଅନୁରୋଧକୁ ମଧ୍ୟ ଅଣଦେଖା କରାଯାଇଥିଲା।
୨୦୨୦ ଫେବୃଆରୀ ୨୨ ତାରିଖରେ ତାଙ୍କ ରିପୋର୍ଟ ମାଧ୍ୟମରେ ଡେପୁଟି ଗୋଡବର୍ କହିଛନ୍ତି ଯେ ଲୋୟୋଲା ଠିକ ଭାବରେ କଥାବାର୍ତ୍ତା କରି ପାରୁନଥିଲେ। ସେ ନିଶାସକ୍ତ ଅବସ୍ଥାରେ ରହିଥିଲେ। ସେ ତାଙ୍କ ମାଆଙ୍କ ଘରେ ଜୋରଦାର ଯୁକ୍ତିତର୍କ କରୁଥିଲେ। ପୋଲିସ କହିବା ଅନୁସାରେ, ଅଭିଯୁକ୍ତ ତୁରନ୍ତ ଡେପୁଟି ଗୋଡବରଙ୍କ ସହ ଝଗଡ଼ା ଆରମ୍ଭ କରିଥିଲା। ହାତକଡ଼ି ପକାଇବାକୁ ସେ ବିରୋଧ କରିଥିଲେ।
ଚାରୋଟି ଅସ୍ତ୍ରୋପଚାର କରାଯିବା ପରେ ମଧ୍ୟ ବଞ୍ଚି ପାରିଲା ନାହିଁ ହାତ
ଯେତେବେଳେ ଜିଓଭାନି ଲୋୟୋଲା ଡାକ୍ତରଖାନା ଯାଇଥିଲେ, ସେତବେଳେ ତାଙ୍କୁ କୁହାଯାଇଥିଲା ଯେ ତାଙ୍କର ହାତ ଅପରେସନ୍ କରାଯିବ। ୨୦୨୦ ମାର୍ଚ୍ଚ ମାସରେ ତିନୋଟି ଆଙ୍ଗୁଠିର ଉପର ଅଂଶକୁ ଅସ୍ତ୍ରୋପଚାର ମାଧ୍ୟମରେ ବାହାର କରାଯାଇଥିଲା। ଏହା ସତ୍ତ୍ୱେ ଯନ୍ତ୍ରଣା କମିଲା ନାହିଁ। ଆଗାମୀ 10 ମାସ ମଧ୍ୟରେ ଲୋୟୋଲା ଚାରୋଟି ଅସ୍ତ୍ରୋପଚାର କରିଥିଲେ ମଧ୍ୟ ସମସ୍ୟା ଦୂର ହୋଇନଥିଲା। ଶେଷରେ ଡାକ୍ତରଙ୍କୁ ତାଙ୍କ ହାତ କାଟିବାକୁ ପଡ଼ିଥିଲା।