Anantnag Encounter: ହିମାଚଳ ପ୍ରଦେଶର ଶିମଲା ରାଜଗଡର ପାରା କମାଣ୍ଡୋ ଶହୀଦ ପ୍ରବୀଣ ଶର୍ମାଙ୍କ ମରଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ସୋମବାର ଅପରାହ୍ନରେ ତାଙ୍କର ମୃତଦେହ କାଶ୍ମୀରରୁ ଜନ୍ମମାଟିରେ ପହଞ୍ଚିଥିଲା । ମରଶରୀର ନିକଟରେ ଗାର୍ଡ ଅଫ୍ ହନର ଦିଆଯିବା ସହ ଅଞ୍ଚଳବାସୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ଶହୀଦ ପ୍ରବୀଣ ତାଙ୍କ ପରିବାରର ଗୋଟିଏ ବୋଲି ପୁଅ ଥିଲେ । ପରିବାରରେ ତାଙ୍କର ଦୁଇ ଭଉଣୀ ଅଛନ୍ତି। କିନ୍ତୁ ରକ୍ଷା ବନ୍ଧନର କିଛି ଦିନ ପୂର୍ବରୁ ନିଜ ଭାଇଙ୍କୁ ହରାଇଲେ ୨ ଭଉଣୀ । ପ୍ରବୀଣ ଶୀଘ୍ର ଘରକୁ ଅସିବା ପାଇଁ ଫୋନରେ କଥା ହୋଇଥିଲେ ତେଣୁ ତାଙ୍କ ଫେରିବା ବାଟକୁ ଚାହିଁରହିଥିଲେ ମାଆ ।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶର ସିରମୌର ଜିଲ୍ଲାର ରାଜଗଡର ପାଲୁ ଗାଁର ବାସିନ୍ଦା ପ୍ରବୀଣ ଶର୍ମା କାଶ୍ମୀରର ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରରେ ଶହୀଦ ହୋଇଥିଲେ। ପ୍ରବୀଣ ଦୁଇ ମାସ ପରେ ଅର୍ଥାତ ଆସନ୍ତା ଅକ୍ଟୋବରରେ ବିବାହ କରିବାକୁ ଯାଉଥିଲେ । ଜୁଲାଇରେ ପ୍ରବୀଣଙ୍କର ନିର୍ବନ୍ଧ ହୋଇସାରିଥିଲା ।


ସୋମବାର ପ୍ରବୀଣଙ୍କ ମୃତଦେହକୁ ଚଣ୍ଡିଗଡ଼ରୁ ରାଜଗଡକୁ ଅଣାଯାଇଥିଲା। ଏହି ସମୟରେ ସମଗ୍ର ଅଞ୍ଚଳର ଲୋକେ ତାଙ୍କୁ ଅଶୃଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଲୋକମାନେ ପାକିସ୍ତାନ ମୁର୍ଦାବାଦ ଭଳି ସ୍ଲୋଗାନ ଦେଉଥିବା ଶୁଣିବାକୁ ମିଳିଥିଲା । ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରବୀଣଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆସିଥିଲେ । ପରିବାର ସଦସ୍ୟ ପ୍ରବୀଣଙ୍କୁ ହରାଇ ଦୁଃଖରେ ଭାଙ୍ଗିପଡିଥିଲେ ମଧ୍ୟ ପୁଅ ଦେଶପାଇଁ ଶହୀଦ ହୋଇଛି ବୋଲି ଗର୍ବ କରୁଥିଲେ ।


ପ୍ରବୀଣଙ୍କ ସମ୍ପର୍କୀୟ ଭାଇ ହର୍ଷରାଜ ଏବଂ ଅର୍ଜୁନ ପ୍ରବୀଣଙ୍କ ମୃତଦେହ ଦାହ କରିଥିଲେ । ଶେଷକୃତ୍ୟ ପୂର୍ବରୁ ପ୍ରବୀଣଙ୍କ ମାତା ରେଖା ଶର୍ମା ଏବଂ ଜେଜେମା ଚମ୍ପା ନିଜ ପ୍ରିୟ ନାତିକୁ ଶେଷ ବିଦାୟ ଦେବା ପାଇଁ ଖାଲି ପାଦରେ ଶବଦାହ ସ୍ଥାନରେ ପହଞ୍ଚିଥିଲେ । ଖବର ମୁତାବକ, ପ୍ରବୀଣ ଶର୍ମା ଦୁଇ ଦିନ ପୂର୍ବେ ତାଙ୍କ ପରିବାର ସହ କଥା ହୋଇଥିଲେ ଏବଂ ବିବାହ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ । ପ୍ରବୀଣଙ୍କ ବାପା ଗାଁରେ ଏକ ଛୋଟ କିରାଣି ଦୋକାନ କରିଛନ୍ତି । ପ୍ରବୀଣଙ୍କର ଦୁଇ ଭଉଣୀ ଅଛନ୍ତି, ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରି ନାହାନ୍ତି । ପ୍ରବୀଣଙ୍କ ବିବାହ ଅକ୍ଟୋବର ୭ରେ ସ୍ଥିର କରାଯାଇଥିଲା। କିନ୍ତୁ ମାଆଙ୍କ ବୋହୂ ଆଣିବା ଇଚ୍ଛା ଅଧୁରା ରହିଗଲା । ପ୍ରବୀଣଙ୍କ ଆଉ ଏକ ଇଚ୍ଛା ଥିଲା ଯେ, ତାଙ୍କର ବିବାହ ପରେ ଦୁଇ ଭଉଣୀଙ୍କ ବିବାହ ଖୁବ ଧୁମଧାମରେ କରିଥାନ୍ତେ । ସେହି କଥାକୁ ମନେ ପକାଇ ଦୁଇ ଭଉଣୀଙ୍କ ଆଖିରୁ ଲୁହ ଝରୁଛି । ରକ୍ଷାବନ୍ଧନ ପାଇଁ ପ୍ରତିବର୍ଷ ଭାଈ ପାଖକୁ ଆଉ ରାକ୍ଷୀ ପଠେଇ ହେବନି ବୋଲି ତାଙ୍କ ଭଉଣୀ କାନ୍ଦି କାନ୍ଦି କହିଥିଲେ ।


Also Read- Mangal Gochar 2024: ବୁଧଙ୍କ ରାଶିରେ ମଙ୍ଗଳ ଚଳନ, ୩ ରାଶିକୁ ମିଳିବ ଧନ


Also Read- Haridwar: ସେଲ୍ଫି ନେଇ ଗଙ୍ଗାକୁ ଡେଇଁଲେ ଦମ୍ପତ୍ତି