Advertisement
Photo Details/zeeodisha/odisha2382133
photoDetails0hindi

Mangal Gochar 2024: ବୁଧଙ୍କ ରାଶିରେ ମଙ୍ଗଳ ଚଳନ, ୩ ରାଶିକୁ ମିଳିବ ଧନ

Mangal Gochar 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ଗତିପଥ ପରିବର୍ତ୍ତନ କରନ୍ତି। ମଙ୍ଗଳଙ୍କ ଗ୍ରହମାନଙ୍କର ସେନାପତି ବୋଲି କୁହାଯାଇଥାଏ । ମଙ୍ଗଳ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନ କରିବାକୁ ପ୍ରବେଶ କରିବାକୁ 18 ମାସ ସମୟ ନେଇଥାଏ ।

1/5

ମୀନ ରାଶି ମଙ୍ଗଳଙ୍କ ଚଳନ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । ଏହି ଚଳନ ଆପଣଙ୍କ ରାଶିର ଚତୁର୍ଥ ଘରେ ହେବ । ଏହି ସମୟରେ ଆପଣ ବିଭିନ୍ନ ପ୍ରକାରର ସୁଖ ଅନୁଭବ କରିବେ । ନୂଆ ଯାନ ଏବଂ ସମ୍ପତ୍ତି କିଣିବାର ସୌଭାଗ୍ୟ ମିଳିବ । ଅଫିସରେ ଆପଣଙ୍କ କାମ ପାଇଁ ପ୍ରଶଂସିତ ହେବେ । ଆପଣ କିଛି ନୂତନ ଦାୟିତ୍ୱ ମଧ୍ୟ ପାଇପାରନ୍ତି । ସମ୍ପତ୍ତି, କାର୍ଯ୍ୟ-ବ୍ୟବସାୟ,ଏବଂ ରିଏଲ୍ ଇଷ୍ଟେଟ୍ ସହିତ ଜଡିତ ବ୍ୟକ୍ତିଙ୍କ ପାଇଁ ଏହା ଏକ ବହୁତ ଭଲ ସମୟ । ପୈତୃକ ସମ୍ପତ୍ତିରୁ ଆପଣ ଲାଭ ପାଇବାର ସମ୍ଭାବନା ରହିଛି । ଏଭଳି ପରିସ୍ଥିତିରେ ଶନିଙ୍କ ସାଡେ ସତୀ ହେତୁ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ।

2/5

ତୁଳା ରାଶି ମଙ୍ଗଳ ଗ୍ରହଙ୍କ ଚଳନ ଆପଣଙ୍କ ପାଇଁ ସକରାତ୍ମକ ପ୍ରମାଣିତ ହୋଇପାରେ । ଏହି ଚଳନ ଆପଣଙ୍କ ରାଶିର ନବମ ଘରେ ହେବ । ଏପରି ପରିସ୍ଥିତିରେ ଆପଣ ଟଙ୍କା ରୋଜଗାର କରିବାର ଅନେକ ସୁଯୋଗ ପାଇବେ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ଖୁସି ଖବର ମିଳିବ । ଏହି ସମୟରେ ଭାଗ୍ୟ ଆପଣଙ୍କର ସାଥ୍ ଦେବ । ଚାକିରି କିମ୍ବା ବ୍ୟବସାୟ କାର୍ଯ୍ୟ କାରଣରୁ ଆପଣ ଦୂରଯାତ୍ରା କରିପାରନ୍ତି । ଆୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଆପଣ ଆର୍ଥିକ ଲାଭ ପାଇବେ । ଧାର୍ମିକ ଏବଂ ଶୁଭ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ ।

3/5

ମେଷ ରାଶି ମଙ୍ଗଳଙ୍କ ଚଳନ ଆପଣଙ୍କ ପାଇଁ ଖୁସି ଆଣିଦେବ । ଆପଣଙ୍କ ରାଶିର ତୃତୀୟ ଗୃହରେ ଏହି ଚଳନ ହେବ । ମନରେ ସାହସ ବୃଦ୍ଧି ପାଇବ । ବିଦେଶ ଯିବାକୁ ଯୋଜନା କରୁଥି ଆପଣଙ୍କୁ ଶୁଭ ଖବର ମିଳିବ । ଚାକିରି କ୍ଷେତ୍ରରେ ଦରମା ବୃଦ୍ଧିର ସମ୍ଭାବନା ରହିଛି । ନିଜ ଭାଇ ଓ ଭଉଣୀଙ୍କ ସମର୍ଥନ ପାଇବେ ।

4/5

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

5/5

Disclamer: (ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)