Haridwar: ସେଲ୍ଫି ନେଇ ଗଙ୍ଗାକୁ ଡେଇଁଲେ ଦମ୍ପତ୍ତି
Advertisement
Article Detail0/zeeodisha/odisha2382047

Haridwar: ସେଲ୍ଫି ନେଇ ଗଙ୍ଗାକୁ ଡେଇଁଲେ ଦମ୍ପତ୍ତି

Haridwar: ମୃତ୍ୟୁ ପୂର୍ବରୁ ଆତ୍ମହତ୍ୟା ସମ୍ପର୍କରେ ସୌରଭ ନିଜ ପ୍ରିୟଜନଙ୍କୁ ହ୍ୱାଟସଆପ କରିଥିଲେ । ଯେଉଁଥିରେ ସୌରଭ ଏବଂ ପତ୍ନୀ ମୌନାଙ୍କର ଶେଷ ସେଲଫି ଥିଲା । 

Haridwar: ସେଲ୍ଫି ନେଇ ଗଙ୍ଗାକୁ ଡେଇଁଲେ ଦମ୍ପତ୍ତି

Haridwar: ଋଣଗ୍ରସ୍ତ ହେବା ପରେ ସୁଝିପାରିଲେ ନାହିଁ ଶେଷରେ ଗଙ୍ଗାକୁ ଡେଇଁ ଜୀବନ ହାରିଲେ ଦମ୍ପତ୍ତି । ଉତ୍ତପ୍ରଦେଶ ସହାରନପୁରର ବ୍ୟବସାୟୀ ସୌରଭ ବବ୍ବର ଓ ପତ୍ନୀ ମୌନା ବବ୍ବର ନଦୀ ବ୍ରିଜ୍ ଉପରେ ଜୀବନର ଶେଷ ସେଲଫି ନେବା ପରେ ହରିଦ୍ୱାରର ହରକି ପାଏଡିରୁ ଗଙ୍ଗାନଦୀକୁ ଡେଇଁଥିଲେ । ଘଟଣା ସମ୍ପର୍କରେ ଖବର ପାଇ ଉଦ୍ଧାରକାରୀ ଦଳ ନଦୀର ଗଭୀର ଜଳପେ ଉଭୟଙ୍କୁ ଖୋଜାଖୋଜି କରିଥିଲେ । ସୌରଭଙ୍କ ମୃତଦେହ ମିଳିଥିବା ସମୟରେ ମୌନା ବର୍ତ୍ତମାନ ପର୍ଯ୍ୟନ୍ତ ନିଖୋଜ ଥିବା ଜଣାପଡିଛି । ପୋଲିସ ଜବତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ।

ସୂଚନା ମୁତାବକ, ନିଜ ବ୍ୟବସାୟ ପାଇଁ ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଟଙ୍କା ଋଣ କରିଥିଲେ ସୌରଭ ବବ୍ବର । କିନ୍ତୁ ଧାର୍ଯ୍ୟ ସମୟ ସୁଦ୍ଧା ଉକ୍ତ ଋଣ ପରିଶୋଧ କରିନପାରିବା କାରଣରୁ ଋଣଦାତାଙ୍କ ଠାରୁ ଅପମାନଜନକ କଥା ଶୁଣିବାକୁ ମିଳୁଥିଲା । କଷ୍ଟ ଅସହ୍ୟ ହେବାରୁ କଣ କରିବେ ସେ କିଛି ଜାଣିପାରିନଥିଲେ । ଫଳରେ ଦମ୍ପତ୍ତି ମିଶି ଆତ୍ମହତ୍ୟାର ବାଟ ବାଛିନେଲେ । ୧୮ ବର୍ଷ ତଳେ ସୌରଭ ମୌନାଙ୍କୁ ବିବାହ କରିଥିବା ବେଳେ ସେମାନଙ୍କ ଗୋଟିଏ ୧୨ ବର୍ଷୀୟା ଝିଅ ଓ ୭ ବର୍ଷୀୟ ପୁଅ ରହିଥିବା ସୂଚନା ମିଳିଛି ।

ମୃତ ସୌରଭଙ୍କ ପୋଷାକରୁ ଗୋଟିଏ ମୋବାଇଲ୍ ଫୋନ୍ ଏବଂ ପର୍ସ ମିଳିଛି । ଯାହାକୁ ଆଧାର କରି ପୋଲିସ ତାଙ୍କ ପରିଚୟ ଜାଣିବାକୁ ପାଇଥିଲା । ଆଧାରକାର୍ଡରେ ଲେଖାଥିଲା ଯେ, ସେ ସହାରନପୁର ଜିଲ୍ଲାର କିଶନପୁରା କୋଟୱାଲୀ ନଗରର ଦର୍ଶନଲାଲ ବବ୍ବରଙ୍କ ୩୫ ବର୍ଷୀୟ ପୁଅ ସୌରଭ ବବ୍ବର । ପୋଲିସ ଅନୁସନ୍ଧାନ କରି ଜାଣିବାକୁ ପାଇଛି ଯେ, ସୌରଭ ତାଙ୍କ ପତ୍ନୀ ମୌନାଙ୍କ ସହ ବ୍ରିଜରୁ ଗଙ୍ଗାକୁ ଡେଇଁବା ପୂର୍ବରୁ ସେଲଫି ଉଠାଇ ନିଜ ପ୍ରିୟଜନଙ୍କୁ ପଠାଇଥିଲେ । ରାନୀପୁର ପୋଲିସ କହିବାନୁଯାୟୀ, ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବା ପରେ ଜଣାପଡିଥିଲା ଯେ, ସୌରଭଙ୍କର ସାଇ ଜୁଏଲର୍ସ ନାମରେ ସହାରନପୁରରେ ଏକ ଜୁଏଲର୍ସ ଦୋକାନ ରହିଛି । ସ୍ଥାନୀୟ ଲୋକଙ୍କଠାରୁ ବହୁ ଟଙ୍କା ଋଣ ନେଇଥିବା କାରଣରୁ ସେ ଚାପଗ୍ରସ୍ତ ଥିଲେ । ମୃତ୍ୟୁ ପୂର୍ବରୁ ଆତ୍ମହତ୍ୟା ସମ୍ପର୍କରେ ସୌରଭ ନିଜ ପ୍ରିୟଜନଙ୍କୁ ହ୍ୱାଟସଆପ କରିଥିଲେ । ଯେଉଁଥିରେ ସୌରଭ ଏବଂ ପତ୍ନୀ ମୌନାଙ୍କର ଶେଷ ସେଲଫି ଥିଲା । ଉଭୟ ପତି-ପତ୍ନୀଙ୍କ ନଦୀକୁ ଡେଇବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Also Read- Surya Nakshatra Gochar 2024: ମଘା ନକ୍ଷତ୍ରରେ ସୂର୍ଯ୍ୟଙ୍କ ଚଳନ, ଏହି ରାଶିର ଜୀବନ ହେବ ଆଲୋକିତ

Also Read- ଇସିଜି ବାହାନାରେ ଡାକ୍ତର କଲେ ଦୁଷ୍କର୍ମ, ଡାକ୍ତର ଆଇସିୟୁରେ