Anti Smog Tower: ପ୍ରଦୂଷଣକୁ ହ୍ରାସ କରିବାରେ ସହାୟକ ହେଉଛି ଆଣ୍ଟି ସ୍ମଗ୍ ଟାୱାର; ହ୍ରାସ ପାଉଛି ଆଖପାଖ ଅଞ୍ଚଳର AQI
Advertisement
Article Detail0/zeeodisha/odisha1950704

Anti Smog Tower: ପ୍ରଦୂଷଣକୁ ହ୍ରାସ କରିବାରେ ସହାୟକ ହେଉଛି ଆଣ୍ଟି ସ୍ମଗ୍ ଟାୱାର; ହ୍ରାସ ପାଉଛି ଆଖପାଖ ଅଞ୍ଚଳର AQI

NOIDA Anti Smog Tower: ବାୟୁ ପ୍ରଦୂଷଣ ସ୍ତର ହ୍ରାସ କରିବାରେ ଆଣ୍ଟି ସ୍ମଗ୍ ଟାୱାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଯାହାକୁ ଉତ୍ତର ପ୍ରଦେଶ ନୋଏଡ଼ା ଅଞ୍ଚଳରେ ସ୍ଥାପନ କରାଯାଇଛି।

 

Anti Smog Tower: ପ୍ରଦୂଷଣକୁ ହ୍ରାସ କରିବାରେ ସହାୟକ ହେଉଛି ଆଣ୍ଟି ସ୍ମଗ୍ ଟାୱାର; ହ୍ରାସ ପାଉଛି ଆଖପାଖ ଅଞ୍ଚଳର AQI

Anti Smog Tower for Control Air Pollution: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଅଞ୍ଚଳରେ ପ୍ରଦୂଷଣ ହେତୁ ଲୋକଙ୍କ ଅବସ୍ଥା ଭଲ ନାହିଁ। ସମଗ୍ର ଅଞ୍ଚଳର ବାୟୁ ବିଷାକ୍ତ ହୋଇଯାଇଛି। ଲୋକେ ବିଷାକ୍ତ ବାୟୁରେ ନିଶ୍ୱାସ ନେବାକୁ ବାଧ୍ୟ ହେଉଛନ୍ତି। ବାୟୁ ଗୁଣବତ୍ତା ସୂଚକାଙ୍କ ୪ ଶହ ପାର କରିସାରିଛି। ବାୟୁ ପ୍ରଦୂଷଣ ରୋକିବା ପାଇଁ ସରକାର ଗ୍ରହଣ କରୁଥିବା ପଦକ୍ଷେପ ମଧ୍ୟ ପର୍ଯ୍ୟାପ୍ତ ନୁହେଁ। ପ୍ରଦୂଷଣ ହ୍ରାସ କରିବାରେ ନୋଏଡା ଠାରେ ନିର୍ମିତ ଏକ ଆଣ୍ଟି-ସ୍ମଗ୍ ଟାୱାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଯାହାକୁ ଡିଏନଡ଼ି ଫ୍ଲାଏ ଓଭର ନିକଟରେ ସ୍ଥାପନ କରାଯାଇଛି। ଯାହା ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ତରକୁ ହ୍ରାସ କରିବାରେ ବହୁତ ସାହୟକ ହେଉଛି।

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (National Capital Delhi) ସମେତ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ରରେ (National Capital Region) ବିପଜ୍ଜନକ ବାୟୁ ଗୁଣବତ୍ତା ସ୍ତର (Hazardous Air Quality Levels) ମଧ୍ୟରେ ଉତ୍ତର ପ୍ରଦେଶ ନୋଏଡ଼ା ଅଞ୍ଚଳରେ (NOIDA Area Uttar Pradesh) ସ୍ଥାପିତ ହୋଇଥିବା ଆଣ୍ଟି ସ୍ମଗ୍ ଟାୱାର (Noida Anti Smog Tower) ବାୟୁ ପ୍ରଦୂଷଣ ସ୍ତରକୁ ହ୍ରାସ କରିବାରେ (Anti Smog Tower for Control Air Pollution) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଯାହାକୁ ନୋଏଡ଼ା ଡିଏନଡ଼ି ଫ୍ଲାଏ ଓଭର (Delhi Noida Direct Flyway Bridge) ନିକଟରେ ସ୍ଥାପନ କରାଯାଇଛି। ଯାହାର ଉଚ୍ଚତା ହେଉଛି ୨୦ ମିଟର। କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ (Corporate Social Responsibility) ଅଧିନରେ ନୂତନ ଓଖଲା ଔଦ୍ୟୋଗିକ ବିକାଶ ପ୍ରାଧିକରଣ (New Okhla Industrial Development Authority) ଏବଂ ଭାରତ ହେଭି ଇଲେକ୍ଟ୍ରିକାଲ୍ସ ଲିମିଟେଡ୍ (Bharat Heavy Electricals Limited) ଦ୍ୱାରା ଗତ ୨୦୨୧ ବର୍ଷରେ ଏକ ଆଣ୍ଟି ସ୍ମଗ୍ ଟାୱାର ନିର୍ମାଣ କରାଯାଇଥିଲା। ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ୍ ଭାବରେ କାର୍ଯ୍ୟ କରୁଛି।

ଆଣ୍ଟି ସ୍ମଗ୍ ଟାୱାର ଠାର ୨-୪ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ରହିଥିବା ଦୁଇଟି ପ୍ରଦୂଷଣ ନିୟନ୍ତ୍ରଣ କେନ୍ଦ୍ରର ତଥ୍ୟ ଅନୁଯାୟୀ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଅନ୍ୟାନ୍ୟ ଅଞ୍ଚଳ ଏବଂ ନୋଏଡା ଅଞ୍ଚଳର ଅନ୍ୟ ସ୍ଥାନ ତୁଳନାରେ ବାୟୁ ଗୁଣବତ୍ତା ସୂଚକାଙ୍କ (Air Quality Index) ସ୍ତରରେ ବହୁତ ହ୍ରାସ ଘଟିଛି। ଦିଲ୍ଲୀସ୍ଥିତ ଯମୁନା ନଦୀ (Yamuna River Delhi) ପାର୍ଶ୍ୱରେ ବାୟୁ ପ୍ରଦୂଷଣ ସ୍ତର ଅତ୍ୟନ୍ତ ଗୁରୁତର ରହିଛି। ଏହା ସହିତ ଆଣ୍ଟି ସ୍ମଗ୍ ଟାୱାର ନିକଟରେ ଥିବା ଦୁଇଟି ବାୟୁ ଗୁଣବତ୍ତା ସୂଚକାଙ୍କ କେନ୍ଦ୍ର ପ୍ରଦୂଷଣ ସ୍ତରକୁ ଖରାପ ବର୍ଗରେ ରେକର୍ଡ କରିଛି। ଯାହା ପଡୋଶୀ କେନ୍ଦ୍ର ତୁଳନାରେ ୫୦-୧୦୦ ପଏଣ୍ଟ କମ୍।

ଏକ ବର୍ଗ କିଲୋମିଟର ଠାରୁ ଅଧିକ ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଆଣ୍ଟି ସ୍ମଗ୍ ଟାୱାର ନିର୍ମାଣ କରାଯାଇଥିଲା। ଯାହା ଇନ୍ଧନ ଜାଳେଣିରୁ ମୁକ୍ତ ହୋଇଥିବା PM 2.5 ପ୍ରଦୂଷକକୁ ଧରିଥିଲା। ଆଣ୍ଟି ସ୍ମଗ୍ ଟାୱାର ପ୍ରତି ଘଣ୍ଟାରେ ୮୦ ହଜାର ଘନ ମିଟର ବାୟୁ ପରିଷ୍କାର ରିବାର କ୍ଷମତା ରଖିଛି। ମିଡିଆ ରିପୋର୍ଟ ଅନୁଯାୟୀ, ପ୍ରତିଦିନ ଏକ ଲକ୍ଷରୁ ଅଧିକ ଡ୍ରାଇଭର ନୋଏଡ଼ା ଡିଏନଡ଼ି ଫ୍ଲାଏ ଓଭର ବ୍ରିଜ ବ୍ୟବହାର କରିଥାନ୍ତି। ହଜାର ହଜାର ଲୋକ ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେ ଦାଦରୀ ଏବଂ ଆଗ୍ରା ଅଭିମୁଖେ ଯାତ୍ରା କରିବା ପାଇଁ ବ୍ୟବହାର କରିଥାନ୍ତି। ଏଭଳି ପରିସ୍ଥିତିରେ ଯାନବାହାନ ଦ୍ୱାରା ହେଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଫ୍ଲାଏ ଓଭର ଏବଂ ରାଜପଥ ସଂଯୋଗରେ ଆଣ୍ଟି-ସ୍ମଗ୍ ଟାୱାର ସ୍ଥାପନ କରାଯାଇଛି।