Golden Tiger India: ଦେଶରେ ଦେଖିବାକୁ ମିଳିଲା ସୁବର୍ଣ୍ଣ ବାଘ? ଜାଣନ୍ତୁ କେଉଁଠି ହେଲା ଠାବ?
Advertisement
Article Detail0/zeeodisha/odisha2080438

Golden Tiger India: ଦେଶରେ ଦେଖିବାକୁ ମିଳିଲା ସୁବର୍ଣ୍ଣ ବାଘ? ଜାଣନ୍ତୁ କେଉଁଠି ହେଲା ଠାବ?

Kaziranga National Park Assam: ଦେଶରେ ଦେଖିବାକୁ ମିଳିଛି ସୁବର୍ଣ୍ଣ ବାଘ। ଆଉ ଏହି ବାଘକୁ ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ଏକ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି।

 

Golden Tiger India: ଦେଶରେ ଦେଖିବାକୁ ମିଳିଲା ସୁବର୍ଣ୍ଣ ବାଘ? ଜାଣନ୍ତୁ କେଉଁଠି ହେଲା ଠାବ?

Golden Tiger Spotted in Assam: ରାମାୟଣରେ ଆପଣ କସ୍ତୁରୀ ମୃଗ କାହାଣୀ ବିଷୟରେ ଶୁଣିବାକୁ ପାଇଥିବେ। ହେଲେ ଏବେ ଦେଶରେ ଦେଖିବାକୁ ମିଳିଛି ସୁବର୍ଣ୍ଣ ବାଘ। ଆଉ ଏହି ବାଘକୁ ଆସାମ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି। ଯାହାର ଫଟୋ ନିଜେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସେୟାର କରିଛନ୍ତି। ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ତାଙ୍କ ଅଫିସିଆଲ୍ ଏକ୍ସ ଆକାଉଣ୍ଟ୍ ରେ ସେହି ସୁବର୍ଣ୍ଣ ବାଘର ଫଟୋ ସେୟାର କରିଥିଲେ। ଯାହାକୁ ରାଜ୍ୟର ଗୋଲାଘାଟ ଏବଂ ନାଗାଓଁ ଜିଲ୍ଲାରେ ଅବସ୍ଥିତ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଥିଲା। ଏହି ବିରଳ ବାଘର ଫଟୋ ସେୟାର କରି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ଏହାକୁ ମହାନ୍ ସୌନ୍ଦର୍ଯ୍ୟ କୁହାଯାଏ। ନିକଟରେ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଏକ ବିରଳ ସୁବର୍ଣ୍ଣ ବାଘ ଠାବ ହୋଇଥିଲା।

ସୁବର୍ଣ୍ଣ ବାଘର ଫଟୋ ସେୟାର କରିଥିଲେ ଆସାମ ମୁଖ୍ୟମନ୍ତ୍ରୀ 
ରାଜ୍ୟରେ ଅବସ୍ଥିତ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଥିବା ସୁବର୍ଣ୍ଣ ବାଘର ଫଟୋ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସେୟାର କରିଥିଲେ। ଏହି ପୋଷ୍ଟ ସହିତ ସେ ଜାତୀୟ ପର୍ଯ୍ୟଟନ ଦିବସ ହ୍ୟାସଟ୍ୟାଗ ମଧ୍ୟ ଲେଖିଥିଲେ। ଏହି ଫଟୋ ସୋସିଆଲ ମିଡିଆ ଦୁନିଆରେ ଖୁବ ଭାଇରାଲ ହେବା ସହ ଏହାକୁ ବହୁତ ପସନ୍ଦ କରାଯାଇଥିଲା। ଅନେକ ଲୋକ ଏହାକୁ ଏକ ଚମତ୍କାର ଏବଂ ଅମୂଲ୍ୟ ଦୃଶ୍ୟ ବୋଲି କହିଥିଲେ। କିଛି ଲୋକ କାଜିରଙ୍ଗା ଜାତୀୟ ଉଦ୍ୟାନକୁ "ଆସାମ ରତ୍ନ" ବୋଲି ମଧ୍ୟ କହିଥିଲେ। ସୁବର୍ଣ୍ଣ ବାଘ ହେଉଛି ଏକ ବିରଳ ପ୍ରଜାତିର ବାଘ ଯାହାକୁ କେବଳ ଦେଶର ପୂର୍ବୋତ୍ତର ଭାଗ ଏବଂ ଦକ୍ଷିଣ ପୂର୍ବ ଏସିଆରେ ଦେଖିବାକୁ ମିଳିଥାଏ। ସାଧାରଣ ବାଘ ଅପେକ୍ଷା ସେମାନଙ୍କର ରଙ୍ଗ ଅଧିକ ହଳଦିଆ କିମ୍ବା କମଳା ରଙ୍ଗର ହୋଇଥାଏ। ସୁବର୍ଣ୍ଣ ବାଘଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଆନ୍ତର୍ଜାତୀୟ ସ୍ତରରେ ସୁବର୍ଣ୍ଣ ବାଘ ଏକ ବିଲୁପ୍ତପ୍ରାୟ ପ୍ରଜାତି ଭାବରେ ପରିଗଣିତ ହେଉଛି। ଏବେ ଯେଉଁ ବିରଳ ପ୍ରଜାତିର ସୁବର୍ଣ୍ଣ ବାଘର ଫଟୋ ଭାଇରାଲ ହେଉଛି ତାକୁ ଏକ ରାସ୍ତାରେ ଚାଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି। 

ଭାଇରାଲ ହେବାରେ ଲାଗିଛି ସୁବର୍ଣ୍ଣ ବାଘର ଫଟୋ
ସର୍ବପ୍ରଥମେ ଗତ ୨୦୨୦ ବର୍ଷରେ ସୁବର୍ଣ୍ଣ ବାଘର ଫଟୋ ସାମ୍ନାକୁ ଆସିଥିଲା। ଯାାହା ସୋସିଆଲ ମିଡିଆ ଦୁନିଆରେ ଖୁବ ଭାଇରାଲ ହୋଇଥିଲା। ଅନେକ ଲୋକ ଦାବି କରିଥିଲେ ଯେ ଏହା ହେଉଛି ବିଶ୍ୱର ଏକମାତ୍ର ସୁବର୍ଣ୍ଣ ବାଘ। ହେଲେ କାଜିରଙ୍ଗା ଜାତୀୟ ଉଦ୍ୟାନ କର୍ତ୍ତୃପକ୍ଷ ସେହି ସୁବର୍ଣ୍ଣ ବାଘକୁ କାଜି 106-F ବୋଲି ଚିହ୍ନଟ କରିଥିଲା। ଏହି ସଂରକ୍ଷିତ ଅଞ୍ଚଳରେ ଏପରି ଚାରୋଟି ବାଘ ରହିଥିବାର କହିଥିଲେ। ଏହି ପୋଷ୍ଟ ସେୟାର ହେବା ପର ଠାରୁ ଏହାକୁ ୨ ଲକ୍ଷ ୨୫ ହଜାରରୁ ଅଧିକ ଥର ଦେଖାଯାଇ ସାରିଛି। ଏହି ଟ୍ୱିଟ୍ ୧୫ ହଜାରରୁ ଅଧିକ ଲାଇକ୍ ପାଇସାରିଛି। ବିରଳ ବାଘର ଫଟୋ ଦେଖିବା ପରେ ଲୋକେ ସେମାନଙ୍କ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ।