Atiq Wife Shaista Parveen: ଟେନସନ ଦେଉଛି ଅତିକ୍ ର ପତ୍ନୀ, ସୁଟର ଗ୍ୟାଙ୍ଗ ସହ ରଚୁଛି ଏହି ଷଡ଼ଯନ୍ତ୍ର !
Advertisement
Article Detail0/zeeodisha/odisha1663684

Atiq Wife Shaista Parveen: ଟେନସନ ଦେଉଛି ଅତିକ୍ ର ପତ୍ନୀ, ସୁଟର ଗ୍ୟାଙ୍ଗ ସହ ରଚୁଛି ଏହି ଷଡ଼ଯନ୍ତ୍ର !

Shaista connection with Umesh Pal Murder case: ଗ୍ୟାଙ୍ଗଷ୍ଟାର ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦ(Gangstar atiq ahmad )ଏବଂ ତାଙ୍କ ଭାଇ ଅଶରଫର ହତ୍ୟା ପରେ ଉଠୁଛି ପଡୁଛି ପୁରା ୟୁପି (up)। ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବିରୋଧି । ଏନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ସେପଟେ ଉତ୍ତରପ୍ରଦେଶ ପୋଲିସ (up police) ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦଙ୍କ ପତ୍ନୀ ସାଇସ୍ତା ପରଭିନଙ୍କୁ (Atiq Wife Shaista Parveen) ଖୋଜୁଛି ପୋଲିସ୍ ।

ସୌଜନ୍ୟ- ସୋସିଆଲ ମିଡ଼ିଆ

Shaista connection with Umesh Pal Murder case: ଗ୍ୟାଙ୍ଗଷ୍ଟାର ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦ(Gangstar atiq ahmad )ଏବଂ ତାଙ୍କ ଭାଇ ଅଶରଫର ହତ୍ୟା ପରେ ଉଠୁଛି ପଡୁଛି ପୁରା ୟୁପି (up)। ଉତ୍ତରପ୍ରଦେଶର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ବିରୋଧି । ଏନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ । ସେପଟେ ଉତ୍ତରପ୍ରଦେଶ ପୋଲିସ (up police) ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦଙ୍କ ପତ୍ନୀ ସାଇସ୍ତା ପରଭିନଙ୍କୁ (Atiq Wife Shaista Parveen) ଖୋଜୁଛି ପୋଲିସ୍ । ସାହିସ୍ତା ପରଭିନଙ୍କ ମୁଣ୍ତ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି (50 thousand prize )ଘୋଷଣା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ(Yogi Adityanath) । ତେବେ, ବର୍ତ୍ତମାନ ସାହିସ୍ତାଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ସାହିସ୍ତାଙ୍କ ଏକ ଭିଡିଓ ଭାଇରାଲ ( video viral) ହେବାରେ ଲାଗିଛି । (Shaista Parveen)ସାହିସ୍ତା ସୁଟର ସବୀରଙ୍କ (shooter Sabir)ସହ ବୁଲୁଥିବାର ଦେଖିବାକୁ ମିଳିଛି ।

ସୁଟର ସବୀରଙ୍କ ସହ ସାହିସ୍ତାଙ୍କର କ'ଣ ରହିଛି ସମ୍ପର୍କ?
ତେବେ, ଏହି ଭିଡିଓକୁ ଦେଖିଲେ ଜଣାପଡୁଛି ଯେ, ଲେଡି ଡନ୍ ସାହିସ୍ତା ଏହି ସୁଟରଙ୍କୁ ପୂର୍ବରୁ ଜାଣିଛନ୍ତି । ଯଦି ଗଣମାଧ୍ୟମ ରିପୋର୍ଟକୁ ବିଶ୍ବାସ କରାଯାଏ ତେବେ, ଉମେଶା ପାଲ ହତ୍ୟା ମାମଲାରେ ଏହି ସୁଟରଙ୍କ ହାତ ରହିଛି । କାହିଁକିନା ଏହି ଉମେଶ ପାଲ୍ ହତ୍ୟା ପୂର୍ବରୁ  ସୁଟର ସବୀରଙ୍କର ସାହିସ୍ତାଙ୍କ ଘରକୁ ଯିବା ଆସିବା ଲାଗି ରହିଥିଲା । ପୂର୍ବ ପ୍ରସ୍ତୁତି ମୁତାବକ,ଉମେଶଙ୍କୁ ହତ୍ୟା କାରଯାଇଛି ।  ଏଥିରେ ଏହି ସୁଟରଙ୍କ ହାତ ରହିଛି । ଉମେଶ ପାଲ୍ ହତ୍ୟା ମାମଲାର ଅନ୍ୟତମ ଅଭିଯୁକ୍ତ ହେଉଛି ଅତିକର ପତ୍ନୀ ସାହିସ୍ତା ପରବିନ୍(Shaista Parveen) । ସୁଟର ଗ୍ୟାଙ୍ଗସହ ସାହିସ୍ତା ଦେଶ ବାହାରକୁ ଯିବା ପାଇଁ ଷଡଯନ୍ତ୍ର ରଚୁଛି ବୋଲି ଚର୍ଚ୍ଚା ହେଉଛି । ତେବେ, ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ, ଉମେଶ ପାଲ୍ ହତ୍ୟା ପରଠୁ ସାହିସ୍ତା ପୋଲିସକୁ ଚକମା ଦେଇ ଫେରାର ରହିଛି । ୟୁପି ପୋଲିସ (up police) ଦୀର୍ଘ ଦିନ ଧରି ସାହିସ୍ତାଙ୍କୁ ଖୋଜୁଛି । (Gangstar atiq ahmad ) ଗ୍ୟାଙ୍ଗଷ୍ଟାର ତଥା ମାଫିଆ ଡନ୍ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫର ହତ୍ୟା ପରେ ସାହିସ୍ତା ପୋଲିସ୍ ନିକଟରେ ଆତ୍ମସମର୍ପଣ କରିବ ବୋଲି ସମସ୍ତେ ଆଶା କରୁଥିଲେ। କିନ୍ତୁ ସେ ପୋଲିସ୍ ନିକଟକୁ ଆସିନଥିଲେ। ଏପରିକି ସ୍ବାମୀଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ସେ ଆସିନ ଥିଲା । 

 

ଏହାବି ପଢନ୍ତୁ : Odia jawan Martyred: ଗୁମୁରି ଗୁମୁରି କାନ୍ଦୁଛି ଖଣ୍ଡାୟତ ସାହି, ଗାଁ ଶ୍ମଶାନରେ ହେଲା ସହିଦ ଦେବାଶିଷଙ୍କ ଶେଷକୃତ୍ୟ

ଏହାବି ପଢନ୍ତୁ : Akshaya Tritiya 2023: ଅକ୍ଷୟ ତୃତୀୟାରେ କରନ୍ତୁ ଏହି ଶୁଭ କାମ, ବର୍ଷସାରା ହେବ ଧନର ବର୍ଷା!

ସୂଚନା ଅନୁସାରେ, ଏ-ପ୍ରିଲ୍ ୧୫ ତାରିଖ ରାତିରେ, ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଆଶରଫ ଅହମ୍ମଦଙ୍କୁ ପ୍ରୟାଗରାଜରେ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଗୁଳି କରି ହତ୍ୟା କରାଯାଇଛି । ସୂଚନାନୁସାରେ, ତିନି ଜଣ ଅଭିଯୁକ୍ତ ଅତିକ୍ ଓ ତାଙ୍କ ଭାଇ ଆଶରଫ ଉପରକୁ ଗୁଳି ଚଳାଇଥିଲେ ।  ଘଟଣାସ୍ଥାଳରେ ଦୁଇ ଭାଇଙ୍କ ମୃତ୍ୟୁ ହୋଇଥିଲା ।   ଏହି ଦୁଇ ଭାଇଙ୍କୁ ସର୍ବ ସମ୍ମୁଖରେ ଗୁଳି କରି ହତ୍ୟା କରିଥିବା ତିନି ଅଭିଯୁକ୍ତ ହେଉଛନ୍ତି ଲୋଭଲେସ ତିଓ୍ବାରୀ(Lavlesh Tiwari), ସନି ଓ ଅରୁଣ ମୋର୍ଯ୍ୟ । ଏହି ତିନି ଜଣ ପ୍ରି ପ୍ଲାନ କରି ରିପୋର୍ଟର ଭାବରେ ସେଠାରେ ଉପସ୍ଥିତି ଥିଲେ ସେହି ଦୁଇ ଭାଇଙ୍କ ପ୍ରତିକ୍ରିୟା ନେବା ପାଇଁ । ହେଲେ ମିଡିଆ ଆଗରେ ବାଇଟ୍ ଦେବା ଆରମ୍ଭ କରିବାରୁ ରିପୋର୍ଟର ବେଶରେ ଯାଇଥିବା ଏହି ତିନି ଅଭିଯୁକ୍ତ ଗ୍ୟାଙ୍ଗଷ୍ଟାର ଅତିକ୍ ଅହମଦ୍ ଓ ତା’ର ଭାଇ ଅସରଫକୁ ( atique ahmed encounter )ଆଖି ବୁଜା ଗୁଳି ମାଡ କରିଥିଲେ । ତେବେ,ଏ-ହି ତିନି ଅଭିଯୁକ୍ତଙ୍କୁ ପଚରା ଉଚରା ପରେ ପୋଲିସ ହାତରେ ଆଉ ଏକ ପ୍ରମାଣ ଲାଗିଛି ।  ଗ୍ୟାଙ୍ଗଷ୍ଟର ଅତିକ୍ ଅହମ୍ମଦ ଓ ତାଙ୍କ ଭାଇ ଆଶରଫ ଅହମ୍ମଦ ହତ୍ୟାକାଣ୍ତରେ ତିନି ଜଣ ନୁହେ, ବରଂ ୫ ଜଣଙ୍କ ହାତ ଥିବା ଅଭିଯୁକ୍ତମାନେ କହିଛନ୍ତି । 

 

ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦଙ୍କ ହତ୍ୟା ପରେ ତାଙ୍କ ପରିବାରକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ପ୍ରକାଶ ପାଇଛି । କେବଳ ଅତିକ ନୁହେଁ ତାଙ୍କ ପରିବାରର ସମସ୍ତଙ୍କ ବିରୋଧରେ ବହୁ ଅପରାଧିକ ମାମଲା ରହିଛି । କିନ୍ତୁ ଗତ ୬ ବର୍ଷରେ ଉତ୍ତରପ୍ରଦେଶ ପୋଲିସ ଅତିକ, ତାଙ୍କ ପରିବାର ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉମେଶ ପାଲ ହତ୍ୟାକାଣ୍ଡ ମାମଲାରେ ଉତ୍ତରପ୍ରଦେଶର ସ୍ପେଶାଲ ଟାକ୍ସ ଫୋର୍ସ ଏପ୍ରିଲ ୧୩ ତାରିଖ ଦ୍ୱିପ୍ରହରରେ ଝାନସୀରେ ଅତିକଙ୍କ ପୁଅ ଅସଦ ଓ ଜଣେ ସୁଟର ମୁଲାଦକୁ ଏନକାଉଂଟର କରି ମାରିଦେଇଥିଲା । ତେବେ ଅତିକ ଏବଂ ତାଙ୍କ ପରିବାରର ଅପରାଧିକ କାରବାର ବହୁତ ଲମ୍ବା ।

ଅସଦ ଅହମ୍ମଦ,ଅତିକଙ୍କ ତୃତୀୟ ପୁଅ :
ଏପ୍ରିଲ ୧୩ରେ ଝାନ୍ସୀରେ ଅସଦକୁ ଗୁଳି କରିଥିଲା ଏସ୍ଟିଏଫ୍ । ଅସଦଙ୍କ ନାଁରେ କେବଳ ଗୋଟିଏ ମାମଲା ରହିଥିଲା । ଉମେଶ ପାଲ ଏବଂ ତାଙ୍କ ସହଯୋଗୀଙ୍କୁ ହତ୍ୟା ଅଭିଯୋଗ । ଅସଦ ପ୍ରୟାଗରାଜ ଏବଂ ଲକ୍ଷ୍ନୌରେ ପାଠ ପଢୁଥିଲେ । ବିଦେଶ ଯାଇ ଆଇନ ପାଠ ପଢିବାକୁ ଚାହୁଁଥିଲେ । ଏଥିପାଇଁ ପାସପୋର୍ଟ ପାଇଁ ଆବେଦନ କରିଥିଲେ ଅସଦ।ପୋଲିସ ଭେରିଫିକେସନରେ ନେଗେଟିଭ୍ ରିପୋର୍ଟ ଦିଆଯାଇଥିଲା । ଏପ୍ରିଲ ୧୫ରେ ଅସଦର ଶେଷକୃତ୍ୟ ପୟାଗରାଜରେ ହୋଇଥିଲା

ଅତିକଙ୍କ ଦୁଇ ଭାଇ,ଅସରଫ, ଖଲିକ ପାଜମୀ :
ଅସରଫ ଉମେଶ ପାଲ ହତ୍ୟା ମାମଲା ଅଭିଯୁକ୍ତ । ୨୦୦୫ରେ ରାଜୁ ପାଲ ହତ୍ୟା ମାମଲାରେ ମଧ୍ୟ ଅଭିଯୁକ୍ତ । ଲକ୍ଷ୍ନୌ ସିବିଆଇ ଅଦାଲତରେ ଦୁଇଟି ମାମଲା ରହିଥିଲା।
ଖଲିକ ପାଜମୀଙ୍କ ବିରୋଧରେ ୫୨ଟି ଅପରାଧିକ ମାମଲା ରହିଛି । ହତ୍ୟା, ଅପହରଣ, ହତ୍ୟା ପାଇଁ ଉଦ୍ୟମ ଭଳି ଅପରାଧିକ ମାମଲା ରହିଛି ।

ସାଇସ୍ତା,ଅତିକ ଅହମ୍ମଦଙ୍କ ସ୍ତ୍ରୀ
ଉମେଶ ପାଲ ହତ୍ୟା ମାମଲାର ଅଭିଯୁକ୍ତ ସାଇସ୍ତା ।ଉମେଶ ପାଲ ହତ୍ୟା ପରଠୁ ଫେରାର ସାଇସ୍ତା । ଅତିକ ଅହମ୍ମଦଙ୍କ ସ୍ତ୍ରୀ ସାଇସ୍ତାକୁ ଖୋଜୁଛି ପୋଲିସ ।
୨୦୦୯ରେ ପ୍ରୟାଗରାଜରେ ୩ଟି ଠକେଇ ମାମଲା ରହିଛି । 

ଉମର ଓ ଅଲୀ,ଅତିକଙ୍କ ପୁଅ
ଲକ୍ଷ୍ନୌ ବ୍ୟବସାୟୀ ମୋହିତ ଜୟସ୍ୱାଲଙ୍କ ଅପରହଣ ମାମଲାର ମୁଖ୍ୟ ଅଭିଯୁକ୍ତ । ଅଗଷ୍ଟ ୨୦୨୨ରେ ଲକ୍ଷ୍ନୌରେ ଆତ୍ମସମର୍ପଣ କରିଥିଲେ ଉମର। ଅପହରଣ ମାମଲାରେ ଏବେ ଜେଲରେ ଉମର ଅହମ୍ମଦ । ଅତିକ ଅହମ୍ମଦର ଦ୍ୱିତୀୟ ପୁଅ ହେଉଛି ଅଲୀ ଅହମ୍ମଦ। ଅଲୀ ଅହମ୍ମଦଙ୍କ ବିରୋଧରେ ପ୍ରୟାଗରାଜରେ ୪ଟି ମାମଲା ରହିଛି । ମରଣାନ୍ତକ ଆକ୍ରମଣ ଏବଂ ବଟି ଆଦାୟ ସହ ଅନ୍ୟାନ୍ୟ ମାମଲା ଅଛି ।  ଜୁଲାଇ ୨୦୨୧ରେ ପୟାଗରାଜରେ ଆତ୍ମସମର୍ପଣ କରିଥିଲେ ଅଲୀ।
ଏବେ ଅଲୀ ମଧ୍ୟ ଜେଲରେ ସଜା କାଟୁଛି ।