ସ୍ତ୍ରୀ ତୃପ୍ତିଙ୍କ ପାଖକୁ ଫେରିବି, ପୁଅ ସହ ଜନ୍ମଦିନ ପାଳିବି: ବାବୁସାନ
Advertisement
Article Detail0/zeeodisha/odisha1279869

ସ୍ତ୍ରୀ ତୃପ୍ତିଙ୍କ ପାଖକୁ ଫେରିବି, ପୁଅ ସହ ଜନ୍ମଦିନ ପାଳିବି: ବାବୁସାନ

ସ୍ତ୍ରୀ ତୃପ୍ତିଙ୍କ ନିକଟକୁ ଖୁବ ଶୀଘ୍ର ଫେରିବେ ବୋଲି ବାବୁସାନ କହିଛନ୍ତି। 

ସ୍ତ୍ରୀ ତୃପ୍ତିଙ୍କ ପାଖକୁ ଫେରିବି, ପୁଅ ସହ ଜନ୍ମଦିନ ପାଳିବି: ବାବୁସାନ

ଭୁବନେଶ୍ୱର: ସ୍ତ୍ରୀ ତୃପ୍ତିଙ୍କ ନିକଟକୁ ଖୁବ ଶୀଘ୍ର ଫେରିବେ। ପୁଅ ସହ ଜନ୍ମଦିନ ପାଳିବେ ବୋଲି କହିଛନ୍ତି ଅଭିନେତା ବାବୁସାନ ମହାନ୍ତି। ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ସେ ଏଭଳି କହିଛନ୍ତି। ଚେନ୍ନାଇରୁ ଫେରିବା ପରେ ଖୁବଶୀଘ୍ର ଗଣମାଧ୍ୟମକୁ ସୂଚନା ଦେବେ ବୋଲି ତାଙ୍କ ମା ଅପରାଜିତା ମହାନ୍ତ କହିଥିଲେ। ତାଙ୍କର ପ୍ରତିକ୍ରିୟା ନେବାକୁ ରାଜ୍ୟବାସୀ ଅପେକ୍ଷା କରି ରହିଥିଲେ। ଆଜି ସନ୍ଧ୍ୟାରେ ତାଙ୍କ ଘର ନିକଟରେ ଉପସ୍ଥିତ ଥିବା ସାମ୍ବାଦିକଙ୍କୁ ଭେଟି ପୁଅ ସହ ଜନ୍ମଦିନ ପାଳନ କରିବାକୁ ସେ ପ୍ରତିଶୃତି ଦେଇଥିଲେ। 

ସାମ୍ବାଦିକମାନଙ୍କୁ ଘରକୁ ଯାଇ ବିଶ୍ରାମ ନେବାକୁ ମଧ୍ୟ ବାବୁସାନ କହିଥିଲେ। ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ କି ଆସନ୍ତାକାଲି ତାଙ୍କ ଜନ୍ମଦିନ। ବାପା ମାଙ୍କ ସହିତ ଜନ୍ମଦିନ ପାଳନ କରିବେ। ପତ୍ନୀ ତୃପ୍ତି ଓ ପୁଅକୁ ଘରକୁ ଡାକିବେ। ଯଦି ପତ୍ନୀ ଓ ପୁଅ ଘରକୁ ନ ଆସନ୍ତି ତେବେ ସେ ତାଙ୍କ ନିକଟକୁ ଯିବେ ବୋଲି ସୂଚନା ଦେଇଛନ୍ତି। ପୋଲିସ ଜେରା ସରିବା ପରେ ଅନ୍ୟ ଘଟଣା ଉପରେ ବିସ୍ତୃତ ଭାବେ ସୂଚନା ଦେବେ ବୋଲି ବାବୁସାନ କହିଥିଲେ।