Odisha train tragedy: ୭ ଶବ ତଳୁ ଜୀବନ୍ତ ଉଦ୍ଧାର ହେଲେ ଯୁବକ, ସାନ ଭାଇକୁ ୨ ଦିନ ଧରି ଖୋଜୁଥିଲା ବଡ଼ ଭାଇ..
Advertisement
Article Detail0/zeeodisha/odisha1725885

Odisha train tragedy: ୭ ଶବ ତଳୁ ଜୀବନ୍ତ ଉଦ୍ଧାର ହେଲେ ଯୁବକ, ସାନ ଭାଇକୁ ୨ ଦିନ ଧରି ଖୋଜୁଥିଲା ବଡ଼ ଭାଇ..

ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା (train accident case)ରେ ୨୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଟ୍ରେନ୍ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଘଟଣାସ୍ଥଳରୁ ଚିତ୍ର ଗୁଡ଼ିକ ଏତେ ଭୟଙ୍କର ଥିଲା ଯେ ଯାହା ବିଷୟରେ ଆଲୋଚନା କଲେ ଆଜି ବି ଛାତି ଥରି ଉଠୁଛି

Odisha train tragedy: ୭  ଶବ ତଳୁ ଜୀବନ୍ତ ଉଦ୍ଧାର ହେଲେ ଯୁବକ, ସାନ ଭାଇକୁ ୨ ଦିନ ଧରି ଖୋଜୁଥିଲା ବଡ଼ ଭାଇ..

Odisha train tragedy: ବାଲେଶ୍ୱର ବାହାନଗାରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା (train accident case)ରେ ୨୭୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଓ ପ୍ରାୟ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଟ୍ରେନ୍ ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା। ଘଟଣାସ୍ଥଳରୁ ଚିତ୍ର ଗୁଡ଼ିକ ଏତେ ଭୟଙ୍କର ଥିଲା ଯେ ଯାହା ବିଷୟରେ ଆଲୋଚନା କଲେ ଆଜି ବି ଛାତି ଥରି ଉଠୁଛି । ତେବେ, ପ୍ରାୟ ୫୧ ଘଣ୍ଟା ପରେ, ଟ୍ରାକରେ ଟ୍ରେନ ଚଳାଚଳ ପୁଣି ଆରମ୍ଭ ହୋଇଛି । ଏହି ଦୁର୍ଘଟଣାରୁ ବଞ୍ଚିଥିବା ଅନେକ ଜଣ ବ୍ୟକ୍ତି ନିଜ ଜୀବନରେ ଘଟିଥିବା ଏପରି ପ୍ରଥମ ଦୁର୍ଘଟଣାର ଭୟାନକ ଦୁର୍ଘଟଣାର କାହାଣୀ ବର୍ଣ୍ଣନା କରୁଛନ୍ତି । ଏପରି କିଛି ଖବର ସାମ୍ନାକୁ ଆସୁଛି ଯାହା ଜୀବନ ଓ ମୃତ୍ୟୁର ଦୋଛକିର ସ୍ପର୍ଶକାତର କାହାଣୀ (story) କହୁଛି । ସେପରି ଏକ କାହାଣୀ ହେଉଛି ଏକ ଦଶ ବର୍ଷର ଶିଶୁ (child), ଯାହାର ଜୀବନ ବହୁତ କଷ୍ଟରେ ବଞ୍ଚାଯାଇ ପାରିଛି ।

ବାହାନଗା ଭୋଗରାଇର ଦଶ ବର୍ଷ ବୟସ୍କା ଦେବୀଶ ପାତ୍ର ବାହାନଗା ବଜାରରେ ଟ୍ରେନ୍ ଦୁର୍ଘଟଣା ପରେ ୭ ମୃତଦେହ ତଳେ ଫସି ରହିଥିଲେ । ତାଙ୍କ କପାଳ ଓ ମୁହଁ ସମେତ ଅନେକ ସ୍ଥାନରେ ଆଘାତ ଲାଗିଥିଲା। ଶନିବାର ଦିନ ଗ୍ରାମବାସୀଙ୍କ ସହାୟତାରେ ତାଙ୍କ ବଡ଼ ଭାଇ ତାଙ୍କୁ ଉଦ୍ଧାର କରିଥିଲେ । ଷଷ୍ଠ ଶ୍ରେଣୀର ଛାତ୍ର ଦେବାଶିଷ ଏସସିବି ମେଡିକାଲ୍ କଲେଜ (scb medical college) ଓ ହସ୍ପିଟାଲର ସର୍ଜରୀ ବିଭାଗରେ ଚିକିତ୍ସିତ ହେଉଛନ୍ତି । ସେ ଶୁକ୍ରବାର ଦିନ କରୋମଣ୍ଡୋଳ ଏକ୍ସପ୍ରେସରେ ପରିବାର ସଦସ୍ୟଙ୍କ ସହ ଭଦ୍ରକ (bhadrak) ଯାଉଥିଲେ।

ଦେବାଶିଷ ଗଣମାଧ୍ୟମକୁ କହିଛନ୍ତି, “ମୋ ବାପା ଭଦ୍ରକ ପାଇଁ କରୋମଣ୍ଡୋଳ ଏକ୍ସପ୍ରେସ (coromandel express) ରେ ଟିକେଟ ବୁକ୍ କରିଥିଲେ, ଯେଉଁଠାରେ ମାମୁଁ ଓ ମାଉସୀ ଆମକୁ ନେବାକୁ ଅପେକ୍ଷା କରିଥିଲେ। ସେଠାରୁ ଆମେ ପୁରୀ (puri) ଯିବାକୁ ଯୋଜନା କରିଥିଲୁ । ମୋ ବାପା, ମା ଏବଂ ବଡ ଭାଇ ଏହି ଯାତ୍ରା ଯୋଜନା କରିଥିଲେ ଏବଂ ସମସ୍ତେ ମୋ ସହ ଯାତ୍ରା କରୁଥିଲେ। "

ଆହୁରି ମଧ୍ୟ ସେ କହିଛନ୍ତି, “ଶୁକ୍ରବାର ସନ୍ଧ୍ୟାରେ ଟ୍ରେନ୍ ବାଲେଶ୍ୱର ଛାଡିବାର କିଛି ମିନିଟ୍ ପରେ ମୁଁ ମୋ ମାଆଙ୍କ ପାଖରେ ବସିଥିଲି । ସନ୍ଧ୍ୟା ୭ଟା ପାଖାପାଖି ସମୟରେ ହଠାତ୍ ଏକ ବଡ଼ ଧକ୍କା ଲାଗିଲା, ତା’ପରେ ଅଧିକ ଜୋରରେ ପାଟିତୁଣ୍ଡ ସହ ଶବ୍ଦ ହେଲା । ଆଉ ତା'ପରେ ସବୁକିଛି ଅନ୍ଧାର ହୋଇଗଲା । ମୁଁ ଚେତା ହରାଇଲି, ମୁଁ ଯେତେବେଳେ ଆଖି ଖୋଲିଲି, ସେତେବେଳେ ମୁଁ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କଲି । ମୃତ ଦେହର ଗଦା ତଳେ ଫସି ରହିଥିଲି । ସେହି ସମୟରେ ’ତାଙ୍କ ବଡ଼ ଭାଇ ସୁଭାଶିଷ, ଦଶମ ଶ୍ରେଣୀର ଛାତ୍ର, ତାଙ୍କୁ ଅନ୍ଧାରରେ ଖୋଜୁଥିଲେ ।

ଭଗବାନଙ୍କ ଦୟାରୁ ଜୀବନ ଫେରି ପାଇଛି ବୋଲି ଦେବାଶିଷ ମତ ଦେଇଛନ୍ତି । ହୋସ୍ ଆସିବା ପରେ ଯେତେବେଳେ ସେ ପରିସ୍ଥିତି ବିଷୟରେ ଜାଣିଲେ ସେତେବେଳେ ସେ ଖୁବ୍ ଇମୋସନାଲ ହୋଇଗଲେ । ତେବେ କିପରି ଆଖି ପଲକରେ ଘଟଣା ସବୁ ଘଟିଗଲା ତାହା ସମସ୍ତଙ୍କ କଳ୍ପନା ବାହାରେ ଥିଲା । ଏତେ ଶୀଘ୍ର ଅଘଟଣ ଘଟିଗଲା ଯେ, କେହି ନିଜକୁ ବଞ୍ଚାଇବାର ସୁଯୋଗଟିଏ ପାଇଲେ ନାହିଁ । ଟ୍ରେନ୍ ରେ ଥିବା ସୁସ୍ଥ ବ୍ୟକ୍ତି କିଛି କ୍ଷଣରେ ପାଲଟିଗଲେ ମୃତଦେହ । କିଛି ବ୍ୟକ୍ତି ଏବେ ବି ହସ୍ପିଟାଲରେ ଚିକିତ୍ସାଧୀନ । ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ନିଜେ ଦୀର୍ଘ ସମୟ ଧରି ଘଟଣାସ୍ଥଳରେ ଉପସ୍ଥିତ ରହିବା ସହ ଘଟଣା ସମ୍ପର୍କରେ ଅଫିସରମାନଙ୍କୁ ତଦନ୍ତ କରିବାକୁ ଦାୟିତ୍ୱ ଦେଇଛନ୍ତି । ଏଥିସହ ମୃତ ଓ ଆହତ ବ୍ୟକ୍ତିଙ୍କ ପରିବାରକୁ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଇଛି ।

also read- ଟ୍ରେନରେ ଯାତ୍ରା କରୁଛନ୍ତି କି ? ଏହା ଆଦୌ ଭୁଲନ୍ତୁ ନାହିଁ, ମାତ୍ର ୩୫ ପଇସାର ବୀମାରେ ପାଇବେ ୧୦ ଲକ୍ଷ ଟଙ୍କା