Bangladesh Train Accident: ବାଂଲାଦେଶରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା; ୨୦ ମୃତ, ଶତାଧିକ ଆହତ
Advertisement
Article Detail0/zeeodisha/odisha1928215

Bangladesh Train Accident: ବାଂଲାଦେଶରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା; ୨୦ ମୃତ, ଶତାଧିକ ଆହତ

Bangladesh Train Accident News: ସୋମବାର ବାଂଲାଦେଶ ଠାରେ ଘଟିଯାଇଛି ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।

 

Bangladesh Train Accident: ବାଂଲାଦେଶରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା; ୨୦ ମୃତ, ଶତାଧିକ ଆହତ

Bangladesh Train Accident Today: ଅକ୍ଟୋବର ୨୩ ତାରିଖ ସୋମବାର ବାଂଲାଦେଶ ଠାରେ ଘଟିଯାଇଛି ଏକ ବଡ଼ ଧରଣର ରେଳ ଦୁର୍ଘଟଣା। ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ ଜଣରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ମୃତାହତ ଲୋକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏନେଇ ବାଂଲାଦେଶ ରେଳବାଇ ଅଧିକାରୀଙ୍କ କହିବା ଅନୁସାରେ ସୋମବାର ଏକ ଯାତ୍ରୀବାହୀ ଟ୍ରେନ୍ ସହ ଏକ ମାଲ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୋମବାର ବାଂଲାଦେଶରେ ଦୁଇଟି ଟ୍ରେନ୍ ମଧ୍ୟରେ ମୁହାଁମୁହିଁ ଧକ୍କାରେ ଅତି କମରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଥିଲେ। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏନେଇ ବିଭାଗୀୟ ଅଧିକାରୀ କହିଛନ୍ତି ଯେ ଏକ ଯାତ୍ରୀବାହୀ ଟ୍ରେନ୍ ଏବଂ ମାଲ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

କେଉଁଠି-କିପରି-କେବେ ଘଟିଲା ଦୁର୍ଘଟଣା?
ଭୈରବ ରେଳବାଇ ଥାନା ଦାୟିତ୍ୱରେ ରହିଥିବା ଅଧିକାରୀ ସିରାଜୁଲ ଇସଲାମ ଗଣମାଧ୍ୟମକୁ କହିଛନ୍ତି ଯେ ଚଟ୍ଟଗ୍ରାମ ଅଭିମୁଖେ ଯାଉଥିବା ମାଲ ଗାଡ଼ି କିଶୋରଗଞ୍ଜ ଠାରେ ଢାକା ଅଭିମୁଖେ ଯାତ୍ରା କରୁଥିବା ଏଗାରୋ ସିନ୍ଦୁର ଏକ୍ସପ୍ରେସ ସହିତ ମୁହାଁମୁହିଁ ଧକ୍କା ହେବାରୁ ଏଭଳି ଦୁର୍ଘଟଣା ଘଟିଛି।

ଜାରି ରହିଛି ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ
ବାଂଲାଦେଶ ଅଗ୍ନିଶମ ସେବା ତଥା ନାଗରିକ ସୁରକ୍ଷା ଗଣମାଧ୍ୟମ ମୁଖ୍ୟ ଶାହାଜାହଁ ସିକଦର କହିଛନ୍ତି ଯେ, ଦୁର୍ଘଟଣା ପରେ ଏ ପର୍ଯ୍ୟନ୍ତ ପ୍ରାୟତ ୧୫ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ବଢିପାରେ।  ଅଗ୍ନିଶମ ସେବା ବିଭାଗର ବାରରୁ (୧୨) ଅଧିକ ୟୁନିଟ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଗ୍ନିଶମ ସେବା  ଅଧିକାରୀ ଜଣଙ୍କ କହିଛନ୍ତି। 

ଦୁର୍ଘଟଣା ସ୍ଥଳରେ ଫସି ରହିଛନ୍ତି ଅନେକ ଲୋକ 
ଭୈରବ ରେଳ ଷ୍ଟେସନ ଠାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ସୂତ୍ରରୁ ବାଲାଂଦେଶ ନ୍ୟୁଜ ୨୪ ପକ୍ଷରୁ କୁହାଯାଇଛି ଯେ କ୍ଷତିଗ୍ରସ୍ତ କୋଚ ତଳେ ଅନେକ ଲୋକ ଫସି ରହିଛନ୍ତି। ଢାକା ରେଳବାଇ ପୋଲିସ ଅଧିକ୍ଷକ ଅନୱାର ହୋସେନ କହିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଅନୁଯାୟୀ ମାଲ ଗାଡ଼ି, ଏଗାରୋ ସିନ୍ଦୁର ଏକ୍ସପ୍ରେସ ସହ ପଛପଟୁ ଧକ୍କା ହୋଇଛି।

ବାଂଲାଦେଶ ପୋଲିସ କହିବା ଅନୁସାରେ ସୋମବାର ଦେଶର ରାଜଧାନୀ ଢାକା ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିବା ଭୈରବ ଅଞ୍ଚଳରେ ଏକ ରେଳ ଦୁର୍ଘଟଣା ଘଟିଯାଇଛି। ସ୍ଥାନୀୟ ପୋଲିସ ଅଧିକାରୀ ସିରାଜୁଲ ଇସଲାମ କହିଛନ୍ତି ଯେ ଉଦ୍ଧାର ଅଭିଯାନ ଚାଲିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହୋଇପାରେ। ରିପୋର୍ଟ ଅନୁଯାୟୀ ଟ୍ରେନ୍ ତଳେ ଅନେକ ଲୋକ ଫସି ରହିଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ବହୁ ଆହତ କ୍ଷତିଗ୍ରସ୍ତ କୋଚ୍ ତଳେ ପଡ଼ି ରହିଥିଲେ। ଅଗ୍ନିଶମ ସେବା କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।

ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଛି। ରିପୋର୍ଟ ଅନୁଯାୟୀ ଆହତଙ୍କୁ ମେଡ଼ିକାଲ ପଠାଇବାରେ ସ୍ଥାନୀୟ ଲୋକ ସାହଯୋଗ କରିଛନ୍ତି। ଢାକା ରେଳବାଇ ପୋଲିସ ଅଧିକ୍ଷକ ଅନୱାର ହୋସେନ କହିଛନ୍ତି ଯେ ପ୍ରାରମ୍ଭିକ ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ମାଲ ଗାଡ଼ି ପଛ ପଟୁ ଏଗାରୋ ସିନ୍ଧୁର ଏକ୍ସପ୍ରେସ ସହ ଧକ୍କା ହୋଇଥିଲେ।