Bank Holidays: ମଇ ମାସରେ ଅଛି କି ଜରୁରୀ କାମ? ଏହି ଦିନ ବନ୍ଦ ରହିବ ବ୍ୟାଙ୍କ
Advertisement
Article Detail0/zeeodisha/odisha2217789

Bank Holidays: ମଇ ମାସରେ ଅଛି କି ଜରୁରୀ କାମ? ଏହି ଦିନ ବନ୍ଦ ରହିବ ବ୍ୟାଙ୍କ

ଆପଣ ଏଟିଏମ କାର୍ଡ ମାଧ୍ୟମରେ ଟଙ୍କା ଉଠାଇ ପାରିବେ। ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡ ମାଧ୍ୟମରେ ଆପଣ ଟଙ୍କା ଉଠାଇ ପାରିବେ। ଏହା ବ୍ୟତୀତ ଆପଣ ଅନଲାଇନରେ ମଧ୍ୟ ନେଣଦେଣ କରିପାରିବେ। 

Bank Holidays: ମଇ ମାସରେ ଅଛି କି ଜରୁରୀ କାମ? ଏହି ଦିନ ବନ୍ଦ ରହିବ ବ୍ୟାଙ୍କ

Bank Holidays: ଏପ୍ରିଲ୍ ମାସ ପ୍ରାୟ ଶେଷ ହେବାକୁ ଯାଉଛି। ଚଳିତ ମାସ ଆରମ୍ଭରୁ ଆରବିଆଇ ସୂଚନା ଦେଇଛି ଯେ ବ୍ୟାଙ୍କଗୁଡିକ ଏହି ମାସରେ ମୋଟ ୧୪ ଦିନ ବନ୍ଦ ରହିବ। ୨୭ ଏପ୍ରିଲ ଚତୁର୍ଥ ଶନିବାର ଏବଂ ୨୮ ଏପ୍ରିଲ ୨୦୨୪ ରବିବାର ହେତୁ ବ୍ୟାଙ୍କ ଛୁଟି ରହିବ। ଏହା ପରେ ବ୍ୟାଙ୍କଗୁଡିକ ଆସନ୍ତା ମାସରେ ଅର୍ଥାତ୍ ମେ ମାସରେ ବନ୍ଦ ରହିବ। ଆସନ୍ତୁ ଜାଣିବା ମେ ମାସରେ ବ୍ୟାଙ୍କ ଛୁଟି କେବେ ଏବଂ କେଉଁଠାରେ ହେବ?

ମେ ମାସରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ
ଆରବିଆଇ ଅନୁଯାୟୀ ମୋଟ ୧୨ ଦିନ ବ୍ୟାଙ୍କ ଛୁଟି ହେବ। ଏହି ସମୟ ମଧ୍ୟରେ ଅନେକ ପର୍ବ ଅଛି। ଏହା ବ୍ୟତୀତ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ବ୍ୟତୀତ ରବିବାର ଛୁଟି ମଧ୍ୟ ଅନ୍ତର୍ଭୁକ୍ତ। ମେ ମାସରେ ରବୀନ୍ଦ୍ରନାଥ ଟାଗୋର ଜୟନ୍ତୀ, ନଜରୁଲ ଜୟନ୍ତୀ, ଅକ୍ଷୟ ତୃତୀୟା ପରି ପର୍ବ ପାଳନ ହେବ।

ଅକ୍ଷୟ ତୃତୀୟାରେ ବନ୍ଦ ରହିବ କି ବ୍ୟାଙ୍କ
ଅକ୍ଷୟ ତୃତୀୟାରେ ବ୍ୟାଙ୍କ ଛୁଟି ହେବ କି ନାହିଁ ବୋଲି ଯଦି ଆପଣଙ୍କ ମନରେ ପ୍ରଶ୍ନ ରହିଛି, ତେବେ ଏଠାରେ କହି ରଖୁ କି ଏହି ଦିନ ବ୍ୟାଙ୍କ ବନ୍ଦ ରହିବ। ଅକ୍ଷୟ ତୃତୀୟା ୧୦ ମଇ ୨୦୨୪ରେ ପାଳନ କରାଯିବ। ଏହି ସମୟ ମଧ୍ୟରେ ବ୍ୟାଙ୍କଗୁଡିକ ବନ୍ଦ ରହିବ। ତେବେ ଅକ୍ଷୟ ତୃତୀୟା ଦିନ ବ୍ୟାଙ୍କ ସମଗ୍ର ଦେଶରେ ନୁହେଁ ବରଂ କିଛି ରାଜ୍ୟରେ ବନ୍ଦ ରହିବ।

କେବେ ଓ କେଉଁଠାରେ ବନ୍ଦ ରହିବ ବ୍ୟାଙ୍କ
୦୧.୦୫.୨୦୨୪: ମଇ ପହିଲା ଶ୍ରମିକ ଦିବସ ଓ ମହାରାଷ୍ଟ୍ର ଦିବସ ଭାବେ ପାଳନ ହୋଇଥାଏ। ଏହି କାରଣରୁ ବ୍ୟାଙ୍କ ବନ୍ଦ ରହିବ। ତେଲଙ୍ଗାନା, ମୁମ୍ବାଇ, ନାଗପୁର, ପାଣାଜୀ, ପାଟନା, ଇମ୍ଫାଲ, କୋଚ୍ଚି, କୋଲକାତା, ବେଲାପୁର, ବେଙ୍ଗାଲୁରୁ, ଆନ୍ଧ୍ରପ୍ରଦେଶ, ଚେନ୍ନାଇ, ଗୌହାଟି ଓ ତିରୁୱନନ୍ତପୁରମରେ ବ୍ୟାଙ୍କ ବନ୍ଦ ରହିବ। 

୦୫.୦୫.୨୦୨୪: ରବିବାର ସାପ୍ତାହିକ ଛୁଟି ଥିବାରୁ ପୂରା ଦେଶରେ ବ୍ୟାଙ୍କ ବନ୍ଦ ରହିବ। 
୦୮.୦୫.୨୦୨୪: ବୁଧବାର ରବୀନ୍ଦ୍ର ନାଥ ଟାଗୋରଙ୍କର ଜୟନ୍ତୀ ପଡ଼ୁଥିବାରୁ କୋଲକାତାରେ ବ୍ୟାଙ୍କ ବନ୍ଦ ରହିବ।
୧୦.୦୫.୨୦୨୪: ଶୁକ୍ରବାର ବସୱ ଜୟନ୍ତ ଓ ଅକ୍ଷୟ ତୃତୀୟା ପଡ଼ୁଥିବାରୁ ବେଙ୍ଗାଲୁରୁରେ ବ୍ୟାଙ୍କ ଛୁଟି ରହିବ। 
୧୧.୦୫.୨୦୨୪: ଶନିବାର ଚତୁର୍ଥ ଶନିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। 
୧୨.୦୫.୨୦୨୪: ରବିବାର ସାପ୍ତାହିକ ଛୁଟି ରହୁଥିବାରୁ ବ୍ୟାଙ୍କ ବନ୍ଦ ରହିବ।
୧୬.୦୫.୨୦୨୪: ଗୁରୁବାର ରାଜ୍ୟ ଦିବସ କାରଣରୁ ଗ୍ୟାଙ୍ଗଟକରେ ବ୍ୟାଙ୍କ ବନ୍ଦ ରହିବ। 
୧୯.୦୫.୨୦୨୪: ରବିବାର ସାପ୍ତାହିକ ଛୁଟି କାରଣରୁ ବ୍ୟାଙ୍କ ବନ୍ଦ ରହିବ।
୨୦.୦୫.୨୦୨୪: ସୋମବାର ଲୋକସଭା ନିର୍ବାଚନ କାରଣରୁ ବେଲାପୁର ଓ ମୁମ୍ବାଇରେ ବ୍ୟାଙ୍କ ବନ୍ଦ ରହିବ। 
୨୩.୦୫.୨୦୨୪: ବୁଦ୍ଧ ପୂର୍ଣ୍ଣିମା କାରଣରୁ ଡେରାଡୁନ, ଜମ୍ମୁ, ଚଣ୍ଡିଗଡ, କୋଲକାତା, ନୂଆଦିଲ୍ଲୀ, ନାଗପୁର, ରାଞ୍ଚି, ସିମଲା, ଅଗରତାଲା, ଆଇଜୋଲ, ବେଲାପୁର, ଭୋପାଳ, ଡେରାଡୁନ, ଇଟାନଗର, ଲକ୍ଷ୍ନୌ, ମୁମ୍ବାଇ, ରାୟପୁର ଓ ଶ୍ରୀନଗରରେ ବ୍ୟାଙ୍କ ବନ୍ଦ ରହିବ। 
୨୫.୦୫.୨୦୨୪: ଚତୁର୍ଥ ଶନିବାର ପଡ଼ୁଥିବାରୁ ଏହି ଦିନ ବ୍ୟାଙ୍କ ବନ୍ଦ ରହିବ।
୨୬.୦୫.୨୦୨୪: ରବିବାରକୁ ସାପ୍ତାହିକ ଛୁଟି କାରଣରୁ ବ୍ୟାଙ୍କ ବନ୍ଦ ରହିବ। 

ବନ୍ଦ ସତ୍ତ୍ୱେ କରିପାରିବେ କାରବାର
ଆପଣ ଏଟିଏମ କାର୍ଡ ମାଧ୍ୟମରେ ଟଙ୍କା ଉଠାଇ ପାରିବେ। ଡେବିଟ କାର୍ଡ କିମ୍ବା କ୍ରେଡିଟ କାର୍ଡ ମାଧ୍ୟମରେ ଆପଣ ଟଙ୍କା ଉଠାଇ ପାରିବେ। ଏହା ବ୍ୟତୀତ ଆପଣ ଅନଲାଇନରେ ମଧ୍ୟ ନେଣଦେଣ କରିପାରିବେ।