Karan Johar Love Story: ପ୍ରେମ କାହାଣୀ କହିଲେ କରଣ ଜୋହର, ଟ୍ୱିଙ୍କଲ ଖାନ୍ନାଙ୍କୁ ବାହା ହେବାକୁ ଇଚ୍ଛା ଥିଲା
Advertisement
Article Detail0/zeeodisha/odisha1930497

Karan Johar Love Story: ପ୍ରେମ କାହାଣୀ କହିଲେ କରଣ ଜୋହର, ଟ୍ୱିଙ୍କଲ ଖାନ୍ନାଙ୍କୁ ବାହା ହେବାକୁ ଇଚ୍ଛା ଥିଲା

Karan Johar Love Story: କରଣ କହିଛନ୍ତି ଯେ ଯେତେବେଳେ ସେ ଦଶମ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ  ଏକ ସ୍କୁଲ ଝିଅ ଉପରେ ତାଙ୍କର କ୍ରସ୍ ହୋଇଥିଲା । 

Karan Johar Love Story: ପ୍ରେମ କାହାଣୀ କହିଲେ କରଣ ଜୋହର, ଟ୍ୱିଙ୍କଲ ଖାନ୍ନାଙ୍କୁ ବାହା ହେବାକୁ ଇଚ୍ଛା ଥିଲା

Karan Johar Love Story: କରଣ ଜୋହର କେବେ ବି ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରିବାକୁ ପଛଘୁଞ୍ଚା ଦେଇ ନାହାଁନ୍ତି । ନିକଟରେ, ୱି ଆର୍ ୟଙ୍ଗ ନାମକ ଏକ ପୋଡକାଷ୍ଟରେ ପହଞ୍ଚି ଥିବା କରଣ ପ୍ରକାଶ କରିଛନ୍ତି ଯେ ଯେତେବେଳେ ସେ ଦଶମ ଶ୍ରେଣୀ (10th class)ରେ ପଢ଼ୁଥିଲେ, ସେତେବେଳେ  ଏକ ସ୍କୁଲ ଝିଅ ଉପରେ ତାଙ୍କର କ୍ରସ୍ ହୋଇଥିଲା । କରଣ କହିଛନ୍ତି, ସେ ଖୁବ୍ ସୁନ୍ଦର ଝିଅଟେ ଥିଲା, ପ୍ରତ୍ୟେକ ପୁଅ ସେହି ଝିଅକୁ ପସନ୍ଦ କରନ୍ତି, ତେଣୁ ମୁଁ ଭାବିଲି ମୁଁ ମଧ୍ୟ ସେମାନଙ୍କ ସହ ଯୋଗଦେବି ଏବଂ ତାଙ୍କ ପ୍ରେମରେ ପଡ଼ିବା ପାଇଁ ଚାହିଁଲି। ମୁଁ ତାଙ୍କୁ ଦିନେ ଏକ କାର୍ଡ ଦେଲି । ସେଦିନ ରୋଜ୍ ଡେ କିମ୍ବା ଭାଲେଣ୍ଟାଇନ୍ ଡେ (Valentine's Day) ନଥିଲା । ସେ ମୋ କାର୍ଡ ନେଲେ ଓ ମୋତେ କଲ୍ କଲେ । ବୋଧହୁଏ ସେ ପ୍ରଥମେ ମୋର ବାସ୍ତବତା ଯାଞ୍ଚ କରୁଥିଲେ, କାରଣ ସେ ଭାବିଥିଲେ କି ମୁଁ ତାଙ୍କ ସହ ପ୍ରେମ (Love) ହେବାର ଅଭିନୟ କରୁଛି । ତା’ପରେ ସେ ମୋତେ କହିଲେ, ତୁମେ ମୋତେ ଏହି କାର୍ଡ ଦେବାକୁ ଚାହୁଁ ନଥିଲ ନା ? ମୁଁ କହିଲି, ନା, ତୁମେ ବହୁତ ଭଲ ଏବଂ ମୁଁ ତୁମକୁ ବହୁତ ପସନ୍ଦ କରେ । ସେ କହିଲା, ହଁ କିନ୍ତୁ ତୁମେ ମୋତେ ଏହି କାର୍ଡ ଏବଂ ଗୋଲାପ କାହିଁକି ଦେବାକୁ ଚାହୁଁ ନଥିଲ? ଏହା ପରେ କରଣ କହିଥିଲେ ଯେ ସେ ଭାଲେଣ୍ଟାଇନ୍ସ ଡେରେ ସେହି ଝିଅକୁ ଉପହାର ଦେବାକୁ ଚାହୁଁଥିଲେ, ଯାହା ଦ୍ବାରା ସେ ରାଗିବେନି ।

ଟ୍ୱିଙ୍କଲ ଖନ୍ନାଙ୍କୁ ବିବାହ କରିବାକୁ ଚାହୁଁଥିଲେ 

ଏହାପୂର୍ବରୁ କରଣ ତାଙ୍କ ଜୀବନୀ ଏନ ଅନସ୍ଵିଟେବଲ୍ ବାୟୋରେ ପ୍ରକାଶ କରିଥିଲେ ଯେ ସେ ପିଲାଦିନରୁ ଟ୍ୱିଙ୍କଲ ଖାନ୍ନାଙ୍କୁ ଭଲ ପାଉଥିଲେ। ଦୁହେଁ ଗୋଟିଏ ବୋର୍ଡିଂ ସ୍କୁଲ (Boarding school)ରେ ପଢ଼ୁଥିଲେ ଯାହା କରଣ ପାଞ୍ଚ-ଛଅ ଦିନ ମଧ୍ୟରେ ଛାଡିଥିଲେ । କରଣ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ଟ୍ୱିଙ୍କଲଙ୍କୁ ଧ୍ୟାନରେ ରଖି କୁଛ କୁଛ ହୋତା ହେ'ର ଟିନା ଚରିତ୍ର ଲେଖିଥିଲେ କିନ୍ତୁ ସେ ସେହି ଭୂମିକା କରିବାକୁ ମନା କରିଦେଇଥିଲେ।

କରଣ ବିବାହ କରିନଥିଲେ

କରଣ ଏକ ସାକ୍ଷାତକାରରେ ମଧ୍ୟ କହିଛନ୍ତି ଯେ ଟ୍ୱିଙ୍କଲ ହିଁ ଏକମାତ୍ର ଝିଅ ଯାହାକୁ ସେ ବିବାହ କରିବାର ସ୍ୱପ୍ନ ଦେଖିଥିଲେ, କିନ୍ତୁ ତାଙ୍କ ପ୍ରତି ନିଜ ଭାବନା କେବେବି ପ୍ରକାଶ କରିପାରି ନଥିଲେ। ଆପଣଙ୍କୁ କହିବାକୁ ଚାହିଁବୁ କିଁ ୫୧ ବର୍ଷୀୟ କରଣ ଏବେ ବି ବିବାହ କରିନାହାଁନ୍ତି ଏବଂ ସେ ସରୋଗେସି ମାଧ୍ୟମରେ ଦୁଇ ସନ୍ତାନର ପିତା ହୋଇଛନ୍ତି ।

Also Read- Air Pollution in Mumbai: ବିଗିଡିଲା ମୁମ୍ବାଇ ସ୍ଥିତି, ବଢିଲା ବାୟୁ ପ୍ରଦୂଷଣ !

Also Read- Jhansi Rebirth News: ପୁନର୍ଜନ୍ମର ଆଶ୍ଚର୍ଯ୍ୟଜନକ କାହାଣୀ, ସାପ ହୋଇ ପ୍ରତିଶୋଧ ନେଉଛି ସାନ ଭାଈ