Boycott Bollywood Trend: "ବଲିଉଡ ବଏକଟ୍ ଟ୍ରେଣ୍ଡ " ସୋସିଆଲ ମିଡିଆ ଦୁନିଆରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାର ଫଳସ୍ୱରୂପ ଅନେକ ବଲିଉଡ ଫିଲ୍ ଭଲ ବ୍ୟବସାୟ କରିବା ସହ ହିଟ୍ ପରିବର୍ତ୍ତେ କ୍ଷତିଗ୍ରସ୍ତ ହେଉଛି।
Trending Photos
UP CM Yogi Adityanath: ଏବେ ବଲିଉଡ ଉପରେ ସଂକଟର କଳା ବାଦଲ ଛାଇ ରହିଥିବା ଭଳି ଜଣାପଡୁଛି। କାରଣ ବିଗତ କିଛି ବର୍ଷ ହେବ ବଲିଉଡ ଆର୍ଥିକ ଦୃଷ୍ଟିକୋଣରୁ ଜବରଦସ୍ତ କ୍ଷତି ସହିଛି। ଆଉ ଏହାର କାରଣ ହେଉଛି "ବଲିଉଡ ବଏକଟ୍ ଟ୍ରେଣ୍ଡ। " ସୋସିଆଲ ମିଡିଆ ଦୁନିଆରେ ଏହି ପ୍ରସଙ୍ଗ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାର ଫଳସ୍ୱରୂପ ଅନେକ ବଲିଉଡ ଫିଲ୍ ଭଲ ବ୍ୟବସାୟ କରିବା ସହ ହିଟ୍ ପରିବର୍ତ୍ତେ କ୍ଷତିଗ୍ରସ୍ତ ହେଉଛି।
ଏଭଳି ସମସ୍ୟାର ମୁକ୍ତି ପାଇବା ପାଇଁ ବଲିଉଡ ଏବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶରଣକୁ ଆସିଯାଇଛି। ଏହି କ୍ରମରେ ଗୁରୁବାର ବଲିଉଡ ଅଭିନେତା ସୁନୀଲ ଶେଟ୍ଟୀ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବା ସହ ଏକ ନିବେଦନ ମଧ୍ୟ କରିଛନ୍ତି। ଏନେଇ ସେ କହିଛନ୍ତି ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପ ପ୍ରତି ଘୃଣା ଦୂର କରିବାରୁ ଏବଂ ସୋସିଆଲ ମିଡିଆ ଜରିଆରେ କରାଯାଉ ହେଉଥିବା "ବଲିଉଡ ବଏକଟ୍ର ଟ୍ରେଣ୍ଡ" କବଳରୁ ମୁକ୍ତି ପାଇବାକୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ବଲିଉଡ ଅଭିନେତା।
ନିକଟରେ ୨ ଦିନିଆ ମୁମ୍ବାଇ ଗସ୍ତରେ ଯାଇଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏହି ଅବସରରେ ସେ ଏକ ରୋଡ ଶୋ ମଧ୍ୟ କରିଥିଲେ। ଏହା ସହିତ ଆସନ୍ତା ୧୦ ଫେବୃଆରୀରୁ ୧୨ ପର୍ଯ୍ୟନ୍ତ ରାଜଧାନୀ ଲକ୍ଷ୍ନୌ ଠାରେ ଅନୁଷ୍ଠିତ ହେବାକୁ ଥିବା ୩ ଦିନିଆ 'ୟୁପି ଗ୍ଲୋବାଲ୍ ଇନଭେଷ୍ଟର୍ ସମ୍ମିଳନୀ' କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଶିଳ୍ପପତି ଏବଂ ଉଦ୍ୟୋଗୀଙ୍କୁ ଉତ୍ତର ପ୍ରଦେଶ ଆସିବା ଲାଗି ଆମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।
ଏହି ଅବସରରେ ରାଜ୍ୟର ନୋଏଡାସ୍ଥିତ ଫିଲ୍ମ ସିଟି ଠାରେ ସୁଟିଂ ଏବଂ ପୁଞ୍ଜି ବିନିଯୋଗ ସମ୍ଭାବନା ଉପରେ ଆଲୋଚନା କରିବା ପାଇଁ ଆୟୋଜିତ ହୋଇଥିଲା ଏକ ବୈଠକ। ଯେଉଁଥିରେ ଯୋଗ ଦେଇ ବଲିଉଡ ଅଭିନେତା ସୁନୀଳ ଶେଟ୍ଟୀ ଚଳଚ୍ଚିତ୍ର ଜଗତର ସମସ୍ୟା ଉପସ୍ଥାପନ କରିଥିଲେ। ବଲିଉଡ ଉପରେ ଲଗାଯାଉଥିବା ଦାଗକୁ ହଟାଇବାରେ ପ୍ରଧାନମନ୍ତ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ସେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ନିବେଦନ କରିଛନ୍ତି। ଏହି ବୈଠକରେ ବଲିଉଡ ଅଭିନେତା ସୁନୀଳ ଶେଟ୍ଟୀଙ୍କ ସହ ସୁଭାଷ ଘାଇ, ଜ୍ୟାକି ଶ୍ରଫ, ରାଜକୁମାର ସନ୍ତୋଷୀ, ମନମୋହନ ଶେଟ୍ଟୀ ଏବଂ ବୋନି କପୁରଙ୍କ ସମେତ ଚଳଚ୍ଚିତ୍ର ଜଗତର ଅନେକ ଲୋକ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୀର୍ଘ ଦିନ ଧରି ସୋସିଆଲ ମିଡ଼ିଆ ମାଧ୍ୟମରେ ବଲିଉଡ ଫିଲ୍ମ ଏବଂ ତାରକାଙ୍କ ବିରୋଧରେ ବୟକଟ ଟ୍ରେଣ୍ଡ ଚଳାଯାଉଛି। ନିକଟରେ ଶାହାରୁଖ ଖାନଙ୍କ ଆଗାମୀ ଚଳଚ୍ଚିତ୍ର ପଠାନ ମଧ୍ୟ ବିବାଦୀୟ ହୋଇପଡିଛି। ଏହି ଚଳଚ୍ଚିତ୍ରର 'ବେସରାମ ରଙ୍ଗ' ଗୀତ ଏବେ ବିବାଦ ଘେରରେ ରହିଛି।
ଏହା ପୂର୍ବରୁ ବୁଧବାର ବଲିଲଡ ଅଭିନେତା ଅକ୍ଷୟ କୁମାର ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟି ପ୍ରସ୍ତାବିତ ନୋଏଡା ଫିଲ୍ମ ସିଟି ପ୍ରକଳ୍ପ ଉପରେ ଆଲୋଚନା କରିଥିଲେ। ଏନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ଯୋଗୀ ଆଦିତ୍ୟନାଥ ଯେଉଁ ସହରରେ ପହଞ୍ଚିଥିଲେ ସେହି ସହରର ଏକ ହୋଟେଲ ଠାରେ ଉଭୟଙ୍କ ମଧ୍ୟରେ ପ୍ରାୟ ୩୦-୩୫ ମିନିଟ ଧରି ଏକ ବୈଠକ ହୋଇଥିଲା। ଏନେଇ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ଅଭିନେତା ଅକ୍ଷୟ କୁମାର ତାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର "ରାମ ସେତୁ" ଦେଖିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପ ଉତ୍ତର ପ୍ରଦେଶ ସରକାରଙ୍କ ଦ୍ୱାରା ବିକଶିତ ହେଉଥିବା ଫିଲ୍ମ ସିଟି ଅପେକ୍ଷାରେ ରହିଛି। କାରଣ ଏହା ଏକ ନୂତନ ବିକଳ୍ପ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାମାଜିକ ସଚେତନତା ସୃଷ୍ଟି ତଥା ସାମାଜିକ ତଥା ଜାତୀୟ ଆଲୋଚନାକୁ ପ୍ରୋତ୍ସାହିତ କରିବାରେ ଚଳଚ୍ଚିତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତାଙ୍କ ସରକାର ଖୁବ୍ ଶୀଘ୍ର ଏକ ନୂଆ ଚଳଚ୍ଚିତ୍ର ନୀତି ପ୍ରଣୟନ କରିବେ। ଜନସଚେତନତା ବୃଦ୍ଧିରେ ସିନେମା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଚଳଚ୍ଚିତ୍ର ନିର୍ମାଣ ସେମାନଙ୍କ ଫିଲ୍ମ ପାଇଁ କାହାଣୀ ଚୟନ କରିବା ସମୟରେ ସାମାଜିକ ତଥା ଜାତୀୟ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଆବଶ୍ୟକ। ଏହି ଅବସରରେ ଅଭିନେତା ଅକ୍ଷୟ କୁମାର ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ରାମସେତୁ ସ୍କ୍ରିପ୍ଟ ପ୍ରସ୍ତୁତ କରିବା ପୂର୍ବରୁ କରାଯାଇଥିବା ଗବେଷଣା, ପ୍ରସ୍ତୁତି ଏବଂ ବୈଜ୍ଞାନିକ ଦିଗ ବିଷୟରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଅବଗତ କରିବା ସହ ଏହି ଫିଲ୍ମ ଦେଖିବା ପାଇଁ ଅନୁରୋଧ କରିଛନ୍ତି।