BSNL Recharge Plan: ଦିନକୁ ୩ଟଙ୍କାରୁ କମ୍ ଖର୍ଚ୍ଚ, ପୂରା ୩୦୦ ଦିନ ମିଳିବ ଲାଭ, ଜାଣନ୍ତୁ କେମିତି
Advertisement
Article Detail0/zeeodisha/odisha2510335

BSNL Recharge Plan: ଦିନକୁ ୩ଟଙ୍କାରୁ କମ୍ ଖର୍ଚ୍ଚ, ପୂରା ୩୦୦ ଦିନ ମିଳିବ ଲାଭ, ଜାଣନ୍ତୁ କେମିତି

BSNL Recharge Plan: ବେସରକାରୀ କମ୍ପାନୀମାନଙ୍କୁ ଚ୍ୟାଲେଞ୍ଜ ଦେଇ ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ 300 ଦିନର ଏକ ଶସ୍ତା ପ୍ରିପେଡ୍ ପ୍ଲାନ ଆରମ୍ଭ କରିଛି । ଯେଉଁଥିରେ ଉପଭୋକ୍ତାମାନଙ୍କର ଦିନକୁ 3ଟଙ୍କାରୁ କମ୍ ଖର୍ଚ୍ଚ ହେବ ।

BSNL Recharge Plan: ଦିନକୁ ୩ଟଙ୍କାରୁ କମ୍ ଖର୍ଚ୍ଚ, ପୂରା ୩୦୦ ଦିନ ମିଳିବ ଲାଭ, ଜାଣନ୍ତୁ କେମିତି

BSNL Recharge Plan: ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ନିଜ ଗ୍ରାହକମାନଙ୍କ ସୁବିଧା ପାଇଁ ଅନେକ ଦୀର୍ଘକାଳୀନ ବୈଧତା ପ୍ଲାନ ପ୍ରଦାନ କରୁଛି । ସରକାରୀ ଟେଲିକମ୍ କମ୍ପାନୀର ନିୟମିତ ରିଚାର୍ଜ ପ୍ଲାନ 26 ଦିନରୁ 395 ଦିନ ପର୍ଯ୍ୟନ୍ତ ରହିଛି । ଯେଉଁଥିରେ ଉପଭୋକ୍ତାମାନେ ଅସୀମିତ କଲିଂ, ମାଗଣା ଜାତୀୟ ରୋମିଂ, ଡାଟା ଏବଂ ମୂଲ୍ୟଯୁକ୍ତ ସେବାଗୁଡିକର ଲାଭ ଉଠାଇପାରିବେ । ବିଏସଏନଏଲର ଶସ୍ତା ରିଚାର୍ଜ ପ୍ଲାନ କାରଣରୁ ଗତ ଦୁଇ ମାସ ମଧ୍ୟରେ 55 ଲକ୍ଷରୁ ଅଧିକ ନୂଆ ଉପଭୋକ୍ତା ଯୋଡି ହୋଇଥିବା ସୂଚନା ରହିଛି । ଘରୋଇ ଟେଲିକମ୍ କମ୍ପାନୀ ଜିଓ, ​​ଏୟାରଟେଲ ଏବଂ ଭୋଡାଫୋନ୍-ଆଇଡିଆରକୁ ଟକ୍କର ଦେଇ ବିଏସଏନଏଲ ମଧ୍ୟ ଆଗକୁ ବଢିବାକୁ ପ୍ରୟାସ ଜାରି ରଖିଛି ।

ଦୈନିକ ଖର୍ଚ୍ଚ 3ଟଙ୍କାରୁ କମ୍
300 ଦିନର ଦୀର୍ଘ ବୈଧତା ସହିତ ବିଏସଏନଏଲର ଏକ ଶସ୍ତା ରିଚାର୍ଜ ପ୍ଲାନ ରହିଛି । ଯେଉଁଥିରେ ଗ୍ରାହକମାନେ ଅସୀମିତ କଲିଂ, ଡାଟା ଏବଂ ମାଗଣା SMS ର ଲାଭ ପାଇବାକୁ ସକ୍ଷମ ହେଉଛନ୍ତି । ଭାରତ ସଞ୍ଚାର ନିଗମ ଲିମିଟେଡର ଏହି ରିଚାର୍ଜ ପ୍ଲାନର ଦାମ ମାତ୍ର 797 ଟଙ୍କା । ଅର୍ଥାତ୍ ଏଥିପାଇଁ ଆପଣଙ୍କୁ ପ୍ରତିଦିନ 3 ଟଙ୍କାରୁ କମ୍ ଖର୍ଚ୍ଚ କରିବାକୁ ପଡିବ । ଏହି ପ୍ଲାନରେ ଅସୀମିତ ଭଏସ୍ କଲିଂ ଏବଂ ଜାତୀୟ ରୋମିଂର ଲାଭ ପ୍ରଥମ 60 ଦିନ ପାଇଁ ଆପଣ ପାଇପାରିବେ । ଦେଶର ଯେକୈଣସି ନେଟୱାର୍କକୁ ଆପଣ ଏହି ସେବା ମାଧ୍ୟମରେ କଲିଂ ସହିତ ଏସଏମଏସ କରିବାକୁ ସକ୍ଷମ ହେବେ ।

ଏହି ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନରେ ଉପଭୋକ୍ତାମାନେ ପ୍ରଥମ 60 ଦିନ ପାଇଁ ଦୈନିକ 2GB ହାଇ ସ୍ପିଡ୍ ଡାଟା ପାଇବେ । ଆପଣ 40kbps ବେଗରେ ଅସୀମିତ ଇଣ୍ଟରନେଟ୍ ଡାଟା ବ୍ୟବହାରର ଲାଭ ପାଇବେ । କେବଳ ଏତିକି ନୁହେଁ, ଏହି ପ୍ରିପେଡ୍ ପ୍ଲାନରେ ଗ୍ରାହକଙ୍କୁ ପ୍ରଥମ 60 ଦିନ ପାଇଁ ପ୍ରତିଦିନ 100ଟି ମାଗଣା SMS ସୁବିଧା ପ୍ରଦାନ କରାଯାଉଛି । ଯଦି ଆପଣ ନିଜ BSNL ନମ୍ବରକୁ ଆକ୍ଟିଭ୍ ରଖିବାକୁ ଚାହୁଁଛନ୍ତି ତାହେଲେ ମଧ୍ୟ ଏହି ପ୍ଲାନଟି ଆପଣଙ୍କ ପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇପାରେ ।

BSNL 4G ଉନ୍ମୋଚନ ପାଇଁ ପ୍ରସ୍ତୁତି 
ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ସରକାରୀ ଟେଲିକମ କମ୍ପାନୀ ବିଏସଏନଏଲ ଖୁବଶୀଘ୍ର ବ୍ୟବସାୟିକ 4G ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛି। କମ୍ପାନୀ ପକ୍ଷରୁ ନିକଟରେ କୁହାଯାଇଥିଲା ଯେ, 50,000 ନୂଆ 4G ମୋବାଇଲ୍ ଟାୱାର ସ୍ଥାପନ କରାଯାଇଛି । ସେଥିମଧ୍ୟରୁ 41,000 ଟାୱାର କାର୍ଯ୍ୟକ୍ଷମ ହୋଇଛି। କମ୍ପାନୀ ଏପରି ସ୍ଥାନରେ 5000 ମୋବାଇଲ୍ ଟାୱାର ସ୍ଥାପନ କରିଛି ଯେଉଁଠାରେ ଟେଲିକମ୍ ଅପରେଟର ନାହିଁ । ଉପଭୋକ୍ତାମାନଙ୍କୁ ଉନ୍ନତ ସଂଯୋଗ ଯୋଗାଇବା ପାଇଁ ଭାରତ ସଞ୍ଚାର ନିଗମ ଲିମିଟେଡ୍ ସର୍ବଦା ପ୍ରୟାସ ଜାରି ରଖିଛି । କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ କହିଥିଲେ ଯେ, ବିଏସଏନଏଲର 4G ସେବା ଆସନ୍ତା ବର୍ଷ ଜୁନରେ କାର୍ଯ୍ୟକ୍ଷମ ହୋଇପାରେ । ଏଥିପାଇଁ କମ୍ପାନୀ 1 ଲକ୍ଷ ନୂଆ ମୋବାଇଲ୍ ଟାୱାର ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ।

Also Read- Lucky Zodiac Sign: ୧୨ ନଭେମ୍ୱରରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ଭାଇରାଲ୍ ହେଉଛି ନିଶା ମହାରଣାଙ୍କ କିଛି ଫଟୋ, କ୍ଲିକ୍ କରି ଦେଖନ୍ତୁ