Ghazipur Accident: ଭୟଙ୍କର ଦୁର୍ଘଟଣା; ବରଯାତ୍ରୀ ବସ୍ ଉପରେ ଖସିଲା ବିଜୁଳି ତାର, ୬ ଜୀବନ୍ତ ଦଗ୍ଧ
Advertisement

Ghazipur Accident: ଭୟଙ୍କର ଦୁର୍ଘଟଣା; ବରଯାତ୍ରୀ ବସ୍ ଉପରେ ଖସିଲା ବିଜୁଳି ତାର, ୬ ଜୀବନ୍ତ ଦଗ୍ଧ

Ghazipur Accident: ଗାଜିପୁରରେ ଏକ ଭୟଙ୍କର ଦୁର୍ଘଟଣା ସାମ୍ନାକୁ ଆସିଛି । ଏହି ବସ୍ ଦୁର୍ଘଟଣାରେ ୬ ଲୋକଙ୍କର ମୃତ୍ୟୁ ହୋଇଛି । ବିବାହ କାର୍ଯ୍ୟକ୍ରମ ପାଇଁ ବସରେ ବରଯାତ୍ରୀ ଯାଇଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ବସଟି ଆସିଥିଲା ।

Ghazipur Accident: ଭୟଙ୍କର ଦୁର୍ଘଟଣା; ବରଯାତ୍ରୀ ବସ୍ ଉପରେ ଖସିଲା ବିଜୁଳି ତାର, ୬ ଜୀବନ୍ତ ଦଗ୍ଧ

Ghazipur Accident: ଉତ୍ତରପ୍ରଦେଶର ଗାଜିପୁରରୁ ଏକ ଭୟଙ୍କର ବସ୍ ଦୁର୍ଘଟଣାର ଚିତ୍ର ସାମ୍ନାକୁ ଆସିଛି। ମାର୍ଦା ଥାନା ନିକଟରେ ବିବାହ ଶୋଭାଯାତ୍ରାରେ ବାହାରିଥିବା ଏକ ବସ୍ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯିବାରୁ ୬ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିଦ୍ୟୁତ ତାର ଲାଗିବା ଫଳରେ ବସଟିରେ ନିଆଁ ଲାଗିଯାଇଥିଲା । କିଛି ବରଯାତ୍ରୀ ବସ୍ ଭିତରେ ରହି ଚିତ୍କାର କରିଥିଲେ । ଦୀର୍ଘ ସମୟ ଧରି ବରଯାତ୍ରୀ ବସଟି ଜଳୁଥିବାର ଦେଖିବାକୁ ମିଳିଥିଲା । ବିଦ୍ୟୁତ୍ ଲାଗିବା କାରଣରୁ କିଛି ଯାତ୍ରୀ ବସରୁ ବାହାରକୁ ବାହାରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଘଟଣା ଜଣାପଡିବା ପରେ ପ୍ରଶାସନିକ ଅଧିକାରୀଙ୍କୁ ଘଟଣାସ୍ଥଳକୁ ପଠାଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବସଟିରେ ବରଯାତ୍ରୀଙ୍କ ସଂଖ୍ୟା ଅଧିକ ରହିଥିଲା । କୌଣସି ପ୍ରକାରେ ବସରେ ବିଦ୍ୟୁତ ପ୍ରବାହ ବନ୍ଦ ହେବା ପରେ ଲୋକମାନେ ବାହାରକୁ ଆସିବାରେ ସକ୍ଷମ ହୋଇଥିଲେ । ଅଗ୍ନିକାଣ୍ଡରେ କିଛି ଲୋକ ଚେତାଶୂନ୍ୟ ହୋଇଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।

ଗାଜିପୁରରେ ଘଟିଥିବା ଏହି ଭୟଙ୍କର ବସ୍ ଦୁର୍ଘଟଣା ପରେ ସିଏମ୍ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି । ସେ ପ୍ରଶାସନିକ ଅଧିକାରୀମାନଙ୍କୁ  ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସିଏମ୍ ଯୋଗୀ କହିଛନ୍ତି ଯେ, ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଆହତଙ୍କ ଉନ୍ନତ ଚିକିତ୍ସା ପାଇଁ ବ୍ୟବସ୍ଥା କରନ୍ତୁ । ଏହି ଦୁର୍ଘଟଣାରେ ମୃତକଙ୍କ ପ୍ରତି ସିଏମ୍ ଯୋଗୀ ସମବେଦନା ଜଣାଇଛନ୍ତି।

ଗାଜୀପୁରର ମାର୍ଦା ମହାହରଦମ୍ ନିକଟରେ ବସଟି ୧୧କେଭି ତାର ସହ ସଂସ୍ପର୍ଶରେ ଆସିବା ପରେ ଆଖି ପିଛୁଳାକେ ନିଆଁ ଲାଗିଯାଇଥିଲା । କିଛି ସମୟ ମଧ୍ୟରେ ନିଆଁ ଭୟଙ୍କର ରୂପ ନେଇଗଲା । ମିଳିଥିବା ସୂଚନା ମୁତାବକ ୬ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।
ବସ୍‌ଟିରେ ସମୁଦାୟ ୫୦ ଯାତ୍ରୀ ଥିବା ଜଣାପଡିଛି । ନିଆଁ ଏତେ ଭୟଙ୍କର ଥିଲା ଯେ, ନିଆଁ ଲିଭାଇବା ପାଇଁ ବସ୍ ନିକଟରେ ଯିବା ପାଇଁ କେହି ସାହସ ଜୁଟାଇପାରିନଥିଲେ । ଦୁର୍ଘଟଣାଗ୍ରସ୍ତ ବସଟି CNGରେ ଚାଲୁଥିଲା ।
ଅଗ୍ନିକାଣ୍ଡରେ ବସ୍ ନଷ୍ଟ ହୋଇଯାଇଥିଲା

Also Read- Bollywood News: ବକ୍ସ ଅଫିସରେ ରେକର୍ଡ କଲା ଅଜୟ ଦେବଗନଙ୍କ 'ସୈତାନ'

Also Read- Rahu-Ketu Gochar 2024: ରାହୁ-କେତୁଙ୍କ ରାଶି ପରିବର୍ତ୍ତନ ପ୍ରଭାବରୁ ୩ରାଶିକୁ ବଡ଼ ସଙ୍କଟ