Asia's Billionaire Capital: ବେଜିଂକୁ ପଛରେ ପକାଇଲା ମୁମ୍ବାଇ: ଏସିଆର ସର୍ବାଧିକ ଅରବପତି ହୋଇଛନ୍ତି ଠୁଳ
Advertisement

Asia's Billionaire Capital: ବେଜିଂକୁ ପଛରେ ପକାଇଲା ମୁମ୍ବାଇ: ଏସିଆର ସର୍ବାଧିକ ଅରବପତି ହୋଇଛନ୍ତି ଠୁଳ

Hurun list: ଭୁବନେଶ୍ୱର: ମୁମ୍ବାଇ ସାରା ଏସିଆର ଅରବପତିଙ୍କ ରାଜଧାନୀ ହୋଇଛି। ହୁରୁନ୍‍ ଗବେଷଣା ସଂସ୍ଥା ଦ୍ୱାରା ପ୍ରସ୍ତୁତ ରହିପୋର୍ଟ ଅନୁସାରେ ବେଜିଂର ୧୬୦୦ ବର୍ଗକିଲୋମିଟର ଅଞ୍ଚଳରେ ଯେତିକି ଧନୀ ରହିଛନ୍ତି ମୁମ୍ବାଇର ମାତ୍ର ୬୦୩ ବର୍ଗ ମିଟର ପରିମିତ ଅଞ୍ଚଳରେ ତା’ଠୁ ଅଧିକ ଅରବପତି ରହିଛନ୍ତି। ବିଶ୍ୱର ଅନ୍ୟ ପ୍ରମୁଖ ସହରଗୁଡ଼ିକୁ ଦେଖଲେ ମୁମ୍ବାଇର ସ୍ଥାନ ତୃତୀୟ ରହିଥିବା ଏହି ରିପୋର୍ଟରେ କୁହାଯାଇଛି।

ସୌଜନ୍ୟ-ସୋସିଆଲ ମିଡି଼ଆ

୨୦୨୪ ବର୍ଷ ପାଇଁ ଏହି ତାଲିକା ଘୋଷଣା କରିଛି ହୁରୁନ୍‍। ଏଥିରେ କୁହାଯାଇଛି ଯେ ଚୀନରେ ଏବେ ୮୧୪ ଜଣ ଅରବପତି ରହିଛନ୍ତି। ଏହି ତୁଳନାରେ ଭାରତରେ ସମୁଦାୟ ଅରବପତିଙ୍କ ସଂଖ୍ୟା ହେଉଛି ୨୭୧। କିନ୍ତୁ ବେଜିଂରେ ସର୍ବାଧିକ ୯୧ ଜଣ ଅରବପତି ରହୁଥିବାବେଳେ ମୁମ୍ବାଇରେ ରହୁଛନ୍ତି ୯୨ଜଣ ଅରବପତି। ସେହିପରି ବିଶ୍ୱକୁ ତୁଳନା କଲେ ସର୍ବାଧିକ ଅରବପତି ନ୍ୟୁୟର୍କ ସହରରେ ଦେଖିବାକୁ ମିଳିଥାନ୍ତି। ସେଠାରେ ଏବେ ୧୧୯ଜଣ ଅରବପତି ରହିଥିବା ବଳେ ଲଣ୍ଡନ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅରବପତିଙ୍କ ସହର ହୋଇ ରହିଛି। ଏଠାରେ ୯୭ଜଣ ଅରବପତିଙ୍କ ନିବାସ ବୋଲି ଏହି ରିପୋର୍ଟରେ କୁହାଯାଇଛି।

ଖାଲି ସେତିକି ନୁହେଁ ମୁମ୍ବାଇ ଏ ବର୍ଷ ଅର୍ବାଧିକ ଅରବପତି ସୃଷ୍ଟି କରିଛି। ଏଠାରେ ୨୬ଜଣ ନୂଆ ଅରବପତି ଏବର୍ଷ ସୃଷ୍ଟି ହୋଇଥିବାବେଳେ ବେଜିଂରେ ୧୮ଜଣ ନୂଆ ଅରବପତି ସୃଷ୍ଟି ହୋଇଛନ୍ତି। ମୁମ୍ବାଇ ତଳକୁ ବେଜିଂ, ସାଙ୍ଘାଇ, ସେନ୍‍ଝେନ ଓ ହଂକଂ ସହର ରହିଛି।  ମୁମ୍ବାଇରେ ଥିବା ସମସ୍ତ ଅରବପତିଙ୍କ ମୋଟ ସମ୍ପତ୍ତି ୪୪୫ ବିଲିୟନ ଡଲାର ହୋଇଥିବା ବେଳେ ବେଜିଂରେ ଥିବା ସମସ୍ତ ଅରବପତିଙ୍କ ସମ୍ପତ୍ତି ମିଶାଇଲେ ୨୬୫ ବିଲିୟନ୍‍ ଡଲାର ହେବ। ପୁଣି ମୁମ୍ବାଇରେ ଏହି ସମ୍ପତ୍ତି ୪୭ ପ୍ରତିଶତ ବଢ଼ିଥିବାବେଳେ ବେଜିଂରେ ୨୮ ପ୍ରତିଶତ ହାନୀ ହୋଇଛି।  ସବୁଠାରୁ ଅଧିକ ସମ୍ପତ୍ତି ମୁମ୍ବାଇରେ ମୁକେଶ ଅମ୍ବାନୀଙ୍କ ପାଖରେ ରହିଥିବା ବେଳେ ଏବର୍ଷ ସବୁଠାରୁ ଅଧିକ ସମ୍ପତ୍ତି ସ୍ଥାବର ସମ୍ପତ୍ତି (ରିୟଲ ଇଷ୍ଟେଟ) ବ୍ୟବସାୟୀ ମଙ୍ଗଲ ପ୍ରଭାତ ଲୋଧା ଅଧିଗ୍ରହଣ କରିଛନ୍ତି।
 
ବିଶ୍ୱସ୍ତରରେ ସବୁଠାରୁ ଅଧିକ ଧନୀ ତାଲିକାରେ ମୁକେଶ ଅମ୍ବାନୀ ୧୦ମ ସ୍ଥାନରେ ରହିଥିବାବେଳେ ଗୌତମ ଅଦାନୀ ୧୫ତମ ସ୍ଥାନରେ ରହିଛନ୍ତି। ଏଚ୍‍ସିଏଲ୍‍ ମୁଖ୍ୟ ଶିବନାଦର ଓ ତାଙ୍କ ପରିବାର ବିଶ୍ୱ ଧନୀ ତାଲିକାରେ ୧୬ ସ୍ଥାନ ଉପରକୁ ଉଠି ୩୪ରେ ପହଞ୍ଚିଛନ୍ତି। କିନ୍ତୁ ସିରମ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ମାଲିକ ସାଇରସ୍‍ ପୁନାଓ୍ୱାଲା ଙ୍କ ସମ୍ପତ୍ତି ହାନୀ ହୋଇଛି। ଏବେ ସେ ବିଶ୍ୱ ଧନୀ ତାଲିକାରେ ୯ ସ୍ଥାନ ତଳକୁ ଖସି ୫୫ରେ ପହଞ୍ଚିଛନ୍ତି। ତାଙ୍କର ସମୁଦାୟ ସମ୍ପତ୍ତି ୮୨ ବିଲିୟନ ଡଲାର ବୋଲି ରିପୋର୍ଟରେ କୁହାଯାଇଛି। ଅନ୍ୟ ପ୍ରମୁଖ ଅରବପତିଙ୍କ ମଧ୍ୟରେ ରହିଛନ୍ତି, ସନ୍‍ ଫାର୍ମାସ୍ୟୁଟିକାଲ୍‍ ମାଲିକ ଦିଲ୍ଲୀପ ସରାଙ୍ଗଭି, କୁମାର ମଙ୍ଗଳମ ବିର୍ଲା, ରାଧାକୃଷ୍ଣ ଧମନୀ ପ୍ରମୁଖ ଉଲ୍ଳଖନୀୟ।