Israel-Hamas War: ଇସ୍ରାଏଲ୍-ହାମାସ୍ ମଧ୍ୟରେ ହୋଇଗଲା ଯୁଦ୍ଧ ବିରାମ; ଉଭୟ ପକ୍ଷ ମଧ୍ୟରେ ହେଲା କେଉଁ ଚୁକ୍ତି?
Advertisement
Article Detail0/zeeodisha/odisha1976917

Israel-Hamas War: ଇସ୍ରାଏଲ୍-ହାମାସ୍ ମଧ୍ୟରେ ହୋଇଗଲା ଯୁଦ୍ଧ ବିରାମ; ଉଭୟ ପକ୍ଷ ମଧ୍ୟରେ ହେଲା କେଉଁ ଚୁକ୍ତି?

Israel-Hamas War Latest Update: ଗତ ଅକ୍ଟୋବର ୭ ତାରିଖରୁ ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଆସିଛି ଏକ ବଡ଼ ଖବର।

Israel-Hamas War: ଇସ୍ରାଏଲ୍-ହାମାସ୍ ମଧ୍ୟରେ ହୋଇଗଲା ଯୁଦ୍ଧ ବିରାମ; ଉଭୟ ପକ୍ଷ ମଧ୍ୟରେ ହେଲା କେଉଁ ଚୁକ୍ତି?

Israel Hamas War Ceasefire Deal: ପ୍ରାୟ ମାସେରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିବା ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଆସିଛି ବଡ଼ ଖବର। ଯାହା ସମଗ୍ର ବିଶ୍ୱକୁ ଆଶ୍ୱସ୍ତି ପ୍ରଦାନ କରିଛି।  ଇସ୍ରାଏଲ-ହମାସ ମଧ୍ୟରେ ୪ ଦିନିଆ ଯୁଦ୍ଧ ବିରାମ ନଭେମ୍ବର ୨୪ ତାରିଖ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଯୁଦ୍ଧ ଆରମ୍ଭରୁ ଇସ୍ରାଏଲ୍ ପାଲେଷ୍ଟାଇନ ଗାଜା ଅଞ୍ଚଳରେ ହମାସ ଆତଙ୍କବାଦୀ ସଙ୍ଗଠନକୁ ମୂଳପୋଛ କରିବା ପାଇଁ ଜୋରଦାର ଆକ୍ରମଣ କରିବା ଜାରିରଖିଛି। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ କାର୍ଯ୍ୟାନୁଷ୍ଠାନରେ ଉତ୍ତର ଗାଜା କ୍ଷେତ୍ର ପ୍ରାୟତଃ ଧୂଳିସାତ ହୋଇଯାଇଛି। ସେପଟେ ଉଭୟ ଇସ୍ରାଏଲ-ହମାସ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି।

ଯୁଦ୍ଧ ବିରାମ ପ୍ରଦାନ କରିବ ଆଶ୍ୱସ୍ତି
ଇସ୍ରାଏଲ ଉପରେ ଆକ୍ରମଣ କରିବା ସମୟରେ ହମାସ ଦ୍ୱାରା ବନ୍ଧକ ହୋଇଥିବା ଲୋକଙ୍କୁ ମୁକ୍ତ କରିବା ପାଇଁ ଯୁଦ୍ଧ ବିରାମ କରାଯାଇଛି। ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରାମ ହେବା ଦ୍ୱାରା ଗାଜା ଅଞ୍ଚଳରେ ରହୁଥିବା ପାଲେଷ୍ଟାଇନୀୟ ନାଗରିକଙ୍କୁ ଆଶ୍ୱସ୍ତି ମିଳିବେ ବୋଲି ଆଶା କରାଯାଉଛି। ଏହା ସହିତ ହମାସ ଦ୍ୱାରା ବନ୍ଧକ ରହିଥିବା ପରିବାର ଲୋକଙ୍କ ପାଇଁ ଯୁଦ୍ଧ ବିରାମ ଏକ ଆଶାର କିରଣ ଭାବେ ଉଭା ହୋଇଛି। ଉଭୟ ଇସ୍ରାଏଲ-ହମାସ ମଧ୍ୟରେ ହୋଇଥିବା ବୁଝାମାଣା ସର୍ତ୍ତ ଅନୁଯାୟୀ ଉଭୟ ପକ୍ଷ ୪ ଦିନ ପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ କରିବାକୁ ରାଜି ହୋଇଛନ୍ତି। ଏନେଇ ହୋଇଥିବା ଚୁକ୍ତିନାମା ଅନୁସାରେ ଇସ୍ରାଏଲ ଦ୍ୱାରା ବନ୍ଦୀ ହୋଇଥିବା ପାଲେଷ୍ଟାଇନ ବନ୍ଦୀଙ୍କୁ ମଧ୍ୟ ମୁକ୍ତ କରାଯିବ।

ଯୁଦ୍ଧ ବିରାମ ଲାଗି କିଏ କରିଥିଲେ ମଧ୍ୟସ୍ଥତା?
ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ବିରାମ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା, ଇଜିପ୍ଟ ଏବଂ କତାର ମଧ୍ୟସ୍ଥତା କରିଥିଲେ। ନଭେମ୍ବର ୨୨ ତାରିଖ ବୁଧବାର ଏ ସମ୍ପର୍କରେ ଘୋଷଣା କରାଯାଇଥିଲା। ଅନେକ ସପ୍ତାହ ଧରି ଚାଲିଥିବା ଗୁପ୍ତ ଆଲୋଚନା ପରେ ଏନେଇ ନିଷ୍ପତ୍ତି ନିଆଯାଇଥିଲା।

ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିରେ ସ୍ଥାନ ପାଇଲା କେଉଁ ପ୍ରସଙ୍ଗ? 

  • ଉଭୟ ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ବିରାମ ପାଇଁ ଏକ ବଡ଼ ଚୁକ୍ତି ହୋଇଛି। ଏ ସମ୍ପର୍କରେ କତାର ଘୋଷଣା କରିଛି ଯେ ହମାସ ୫୦ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ କରିବ।
  • ଏହାର ପ୍ରତିବଦଳରେ ଇସ୍ରାଏଲ ୧୫୦ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ। ଉଭୟ ପକ୍ଷ ଦ୍ୱାରା ମୁକ୍ତ କରାଯାଉଥିବା ଅଧିକାଂଶ ବନ୍ଧକ ଲୋକ ମହିଳା ଏବଂ ନାବାଳକ ହେବେ।
  • ଏହି ଯୋଜନା ଅନୁଯାୟୀ ପ୍ରଥମେ ହମାସ୍ ଇସ୍ରାଏଲ୍ ବନ୍ଧକଙ୍କୁ ମୁକ୍ତ କରିବ। ପରେ ଇସ୍ରାଏଲ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବ।
  • ଇସ୍ରାଏଲ୍ କହିଛି ଯେ ମୁକ୍ତ ହୋଇଥିବା ପ୍ରତ୍ୟେକ ୧୦ ଜଣ ଅତିରିକ୍ତ ବନ୍ଧକଙ୍କ ପାଇଁ ଯୁଦ୍ଧ ବିରାମ ଗୋଟିଏ ଦିନ ବୃଦ୍ଧି କରାଯିବ।

ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଚୁକ୍ତିରୁ ବାଦ ପଡ଼ିଲା କେଉଁ ପ୍ରସଙ୍ଗ? 

  • ଇସ୍ରାଏଲ-ହମାସ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ଅନେକ ପରିବାର ନିଜ ପ୍ରିୟଜନଙ୍କୁ ଫେରି ପାଇ ଖୁସି ହେବେ। ହେଲେ ବହୁ ସଂଖ୍ୟକ ବନ୍ଧକ ହାମାସ ଦ୍ୱାରା ବନ୍ଦୀ ଅବସ୍ଥାରେ ରହିବେ। ଯେଉଁଥିରେ ପୁରୁଷ, ମହିଳା, ବୃଦ୍ଧ ବ୍ୟକ୍ତି ଏବଂ ବିଦେଶୀ ନାଗରିକ ସାମିଲ ହେବେ।
  • ଅନ୍ୟପକ୍ଷରେ ଏହି ଚୁକ୍ତି ହାମାସ ପାଇଁ ଏହାର ଚାହିଦା ବଢାଇବା ପାଇଁ ଦ୍ୱାର ଖୋଲିଛି। ଏହି ଆଶାରେ ଇସ୍ରାଏଲ୍ ଅଧିକ ବନ୍ଧକ ମୁକ୍ତ କରିବାକୁ ଅଧିକ ରିହାତି ଦେବ।
  • ଗାଜା ଅଞ୍ଚଳର ହମାସ ନେତା ତଥା ଅକ୍ଟୋବର ୭  ତାରିଖରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ୟେହିୟା ସିନୱାର ମଧ୍ୟ ଅଧିକ ବନ୍ଧକଙ୍କୁ ମୁକ୍ତ କରିବାକୁ କହି ୪ ଦିନର ଯୁଦ୍ଧ ବିରାମକୁ ଆହୁରି ଆଗକୁ ବଢାଇବା ପାଇଁ ଚେଷ୍ଟା କରିପାରନ୍ତି। ଦୀର୍ଘ ସମୟ ଧରି ଯୁଦ୍ଧ ବିରାମ ହେବା ଇସ୍ରାଏଲ ପାଇଁ ଯୁଦ୍ଧ ଆରମ୍ଭ କରିବା କଷ୍ଟକର ହୋଇଯିବ।