Nabarangpur Vigilance Raid: ଭିଜିଲାନ୍ସ ଜାଲରେ (Vigilance Raid) ନବରଙ୍ଗପୁର ଉପଜିଲ୍ଲାପାଳ (Nabarangpur addl sub collector)। ଭିଜିଲାନ୍ସ ହାତରେ ଉପଜିଲ୍ଲାପାଳ ଧରାପଡିବା ପରେ ନବରଙ୍ଗପୁର ସହରରେ ଖୁସିର ମାହଲ ଦେଖିବାକୁ ମିଳିଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ଅଞ୍ଚଳର କିଛି ଲୋକେ ବାଣ ଫୁଟାଇ ପରପ୍ପରକୁ ମିଠା ଖୁଆଉ ଥିବା ଦେଖିବାକୁ ମିଳିଛି । ଜବରଦସ୍ତ ସେଲିବ୍ରେସନର ହୋଇଥିଲା। ଏହା ସହ ଆଉ କିଛି ଲୋକେ ଡିଜେ ଲଗାଇ ନାଚୁ ଥିବାର ମଧ୍ୟ ଦେଖିବାକୁ ମିଳିଥିଲା ।  ଆଦିବାସୀ ଅଧ୍ୟ୍ୟଷିତ ନବରଙ୍ଗପୁର ଜିଲ୍ଲା ଜଣେ ଦୁର୍ନୀତି ଖୋର ଅଧିକାରୀଙ୍କ ହାତରୁ ମୁକ୍ତି ପାଇଛି ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ପ୍ରଶାନ୍ତ କୁମାର ରାଉତ ଉପଜିଲ୍ଲାପାଳ ଭାବେ ଦାୟିତ୍ୱରେ ଏଠାରେ ରାହିବା ପରେ ସରକାରୀ ସ୍ତରରେ ଅନେକ ଦୁର୍ନୀତି କରୁଥିବା ଅଭିଯୋଗ ହୋଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଗତକାଲି(ଶୁକ୍ରବାର) ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ (district Additional Sub Collector Prashant Kumar Rout) ଘରେ ଭିଜିଲାନ୍ସର ଚଢ଼ାଉ ହୋଇଥିଲା ।  ଚଢ଼ାଉ ପରେ ପ୍ରଶାନ୍ତଙ୍କ ନବରଙ୍ଗପୁର ଏବଂ ଭୁବନେଶ୍ବର ଘରୁ ନଗଦ ୩ କୋଟି ୨ ଲକ୍ଷ ୩୦ ହଜାର ୮ଶହ ଟଙ୍କା ଜବତ ହୋଇଛି । ଏହା ସହ କେତେକ ସୁନା ବିସ୍କୁଟ ବି ଭିଜିଲାନ୍ସ ହାତରେ ଲାଗିଛି।  ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୯ଟି ଟିମ୍ ସାମିଲ ହୋଇଥିଲେ । ଏହି  ଚଢାଉରେ ପାଖାପାଖି ୫୦ ଅଫିସର ସାମିଲ ହୋଇଥିଲେ।


Also Read: Lipsa Mishra: ଫ୍ୟାନ୍ସଙ୍କ ମନ କିଣେ ଲିପ୍ସାଙ୍କ ଟ୍ରାଡି଼ସନାଲ ଲୁକ୍, ଦେଖନ୍ତୁ ଫଟୋ


Also Read: Shani Remedies: ଶନିବାର ଦିନ କରନ୍ତୁ ଏହି ଉପାୟ, ଶନିଦେବଙ୍କ କୃପାରୁ ଖୋଲିଯିବ ଆପଣଙ୍କ ଭାଗ୍ୟ,ହୋଇଯିବେ ମାଲେମାଲ୍!


ତେବେ , ଏଠାରେ ଆମେ ଆପଣଙ୍କୁ କହି ରଖିବୁ ଯେ, ଚଢାଉ ସମୟରେ କୋଟି କୋଟି ଟଙ୍କାର ସମ୍ପତି ଭିଜିଲାନ୍ସ ହାତରେ ଲାଗିଛି । ଏକାଧିକ ବେନାମି ଆକାଉଣ୍ଟରେ ଟଙ୍କା କାରବାର କରୁଥିଲେ ବାବୁ । ଗୋଟିଏ ବ୍ୟାଙ୍କର ପାସବୁକ, ଏଟିଏମ ଜବତ କରିଛି ଭିଜିଲାନ୍ସ । ଏଥିସହ ୪୧ ଲକ୍ଷ ଟଙ୍କାର ବୀମା କାଗଜପତ୍ର ଜବତ ହୋଇଥିବା ଜଣାପଡ଼ିଛି । ଜବତ ବ୍ୟାଙ୍କ ଆକାଉଣ୍ଟରେ ୨୦୧୯ରୁ ଏପର୍ଯ୍ୟନ୍ତ ୨୬ ଲକ୍ଷ ୨୭ ହଜାର ଟଙ୍କା ଡିପୋଜିଟ କରିଥିଲେ ପ୍ରଶାନ୍ତ ରାଉତ । ଚଢାଉ ବେଳେ ୫ଟି ପ୍ଲଟ, ୨ଟି ଚାରି ଚକିଆ ଗାଡ଼ି ଏବଂ ତାଙ୍କ ଦୁଇ ପିଲାଙ୍କ ଶିକ୍ଷା ବାବଦରେ ଖର୍ଚ୍ଚ ହୋଇଥିବା ୮୭ ଲକ୍ଷ ଟଙ୍କା ବିଷୟରେ ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ । ପାଞ୍ଚଟି ପ୍ଲଟ ଭିତରେ କିଛି ଭୁବନେଶ୍ବର ଓ କଟକରେ ଥିବା ଜଣାପଡ଼ିଛି ।


Also Read: Jaya Kishori: ଏମିତି ଫିଟ୍ ରୁହନ୍ତି ଜୟା କିଶୋରୀ, ଜାଣନ୍ତୁ ତାଙ୍କ୍ ଡାଏଟ୍ ପ୍ଲାନ୍ ବିଷୟରେ...


Also Read: Prabhas: କୋଟି କୋଟି ଟଙ୍କାର ଦାମୀ କାର୍ ଚଢନ୍ତି ପ୍ରଭାସ୍, ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ!


ସୁନା ଓ ରୂପାର ଗହଣା ମଧ୍ୟ ଜବତ ହୋଇଛି  ଯାହାର ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ଅଧିକ ହେବ । ପ୍ରଶାନ୍ତ ରାଉତଙ୍କ ଘରେ ଚଢାଉ ପରେ ତାଙ୍କୁ ଅଟକ ରଖି ମାରାଥନ ପଚରାଉଚରା କରୁଛି ଭିଜିଲାନ୍ସ । ଆଜି ସୁନ୍ଦରଗଡ ଭିଜିଲାନ୍ସ କୋର୍ଟରେ ତାଙ୍କୁ ହାଜର କରାଯିବ ବୋଲି ଜଣାପଡିଛି। ପ୍ରଶାନ୍ତ କୁମାର ରାଉତ ଜଣେ ଲାଞ୍ଚୁଆ ଅଧିକାରୀ ବୋଲି ସମସ୍ତେ ଜାଣନ୍ତି। ୨୦୧୮ରେ ସୁନ୍ଦରଗଡ଼ ଜିଲ୍ଲା ବିସ୍ରା ବ୍ଲକ୍‌ ବିଡ଼ିଓ ଥିବା ବଳେ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ ହୋଇଥିଲେ । ଏହାପରେ ଚାକିରିରୁ ନିଲମ୍ବିତ ହୋଇଥିଲେ । ପୁଣି ଥରେ ତାଙ୍କୁ ୨୦୨୦ରେ ଅତିରିକ୍ତ ଉପ ଜିଲ୍ଲପାଳ ଭାବେ ନବରଙ୍ଗପୁରରେ ଅବସ୍ଥାପିତ କରାଯାଇଥିଲା ।