Chandrayaan 3 Mission Update Today: ଯଦି ଚନ୍ଦ୍ର ପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ପୁନର୍ବାର କାମ କରିବା ନ କରନ୍ତି, ତାହେଲେ ଚନ୍ଦ୍ରାୟନ ଅଭିଯାନ ସହ କ'ଣ ହେବ?
Trending Photos
Chandryaan 3 Mission: ଚନ୍ଦ୍ରର ଦକ୍ଷିଣ ମେରୁରେ ବିକ୍ରମ ଲ୍ୟାଣ୍ଡର୍ ଏବଂ ପ୍ରଜ୍ଞାନ ରୋଭର ସହିତ ସମ୍ପର୍କ ସ୍ଥାପନ କରିବାକୁ ଇସ୍ରୋ ଚେଷ୍ଟା କରୁଛି। ଯଦିଓ ଏ ପର୍ଯ୍ୟନ୍ତ ଯୋଗାଯୋଗ ହୋଇ ପାରିନାହିଁ। ସେପ୍ଟମ୍ବର ୨୨ ତାରିଖ ଶୁକ୍ରବାର ଚନ୍ଦ୍ର ପୃଷ୍ଠରେ ଦିନ ହେବା ଆରମ୍ଭ ହୋଇଛି। ଆଶା କରାଯାଉଛି ଯେ ବିକ୍ରମ ଲ୍ୟାଣ୍ଡର୍ ଏବଂ ପ୍ରଜ୍ଞାନ ରୋଭର ଚନ୍ଦ୍ର ପୃଷ୍ଠରେ କାମ କରିବା ଆରମ୍ଭ କରିବେ। ହେଲେ ଏସବୁ ମଧ୍ୟରେ ଗୋଟିଏ ପ୍ରଶ୍ନ ଉଠୁଛି। ଯେ ଯଦି ଚନ୍ଦ୍ର ପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ପୁନର୍ବାର କାମ କରିବା ନ କରନ୍ତି, ତାହେଲେ କ'ଣ ଚନ୍ଦ୍ରାୟନ ଅଭିଯାନ ବିଫଳତା ହୋଇଯିବ?
ଏନେଇ କ'ଣ କହୁଛନ୍ତି ବୈଜ୍ଞାନିକ?
ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର (Vikram Lander Pragyan Rover) ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଅହମ୍ମଦାବାଦ ସ୍ଥିତ ସ୍ପେସ୍ ଆପ୍ଲିକେଶନ କେନ୍ଦ୍ର (Space Application Center Ahemadabad) ନିର୍ଦ୍ଦେଶକ ନୀଲେଶ ଏମ.ଦେଶାଇ। ଏନେଇ ନିର୍ଦ୍ଦେଶକ ଦେଶାଇ କହିଛନ୍ତି ଯେ ସେପ୍ଟେମ୍ବର ୨୨ ତାରିଖରେ ସୂର୍ଯ୍ୟୋଦୟ ହେବା ପରେ ଉଭୟ ଲ୍ୟାଣ୍ଡର୍ ଏବଂ ରୋଭର କାମ କରିବ ବୋଲି ଆଶା କରାଯାଉଛି। ଏହାକୁ ପୃଥିବୀ ପୃଷ୍ଠରୁ କାର୍ଯ୍ୟକ୍ଷମ କରାଯାଇ ପାରିବ ନାହିଁ। ଲ୍ୟାଣ୍ଡର ଏବଂ ରୋଭର ସହ ସୋଲାର ପ୍ୟାନେଲ ସଂଯୁକ୍ତ ହୋଇଛି। ଏହି ସୋଲାର ପ୍ୟାନେଲ ସହାୟତାରେ ଏହାକୁ ଶକ୍ତି ମିଳିବ। ଶକ୍ତି ମିଳିବା ପରେ ଉଭୟେ କାମ କରିବା ଆରମ୍ଭ କରିବେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଙ୍କେତ ଗ୍ରହଣ କରାଯାଇ ନାହିଁ। ଯଦିଓ ପ୍ରୟାସ ଜାରି ରହିଛି, ଉଭୟ ଲ୍ୟାଣ୍ଡର ଏବଂ ରୋଭର ସ୍ୱୟଂଚାଳିତ ଭାବରେ ପୁନର୍ଜୀବିତ ହେବ।
କେବେ ଜାଗ୍ରତ ହେବେ ବିକ୍ରମ ଏବଂ ପ୍ରଜ୍ଞାନ?
ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସଙ୍କେତ ଦେଇନାହାଁନ୍ତି। ବର୍ତ୍ତମାନ ଚନ୍ଦ୍ରାୟନ ଅଭିଯାନ ସହ କ'ଣ ହେବ ବୋଲି ପ୍ରଶ୍ନ ଉଠୁଛି। ଏହାର ଜବାବ ରଖି ନିର୍ଦ୍ଦେଶକ ଦେଶାଇ କହିଛନ୍ତି ଯେ, ଯୋଗାଯୋଗ ସ୍ଥାପିତ ହୋଇନଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ। କାରଣ ଉଭୟ ବିକ୍ରମ ଏବଂ ପ୍ରଜ୍ଞାନ ସେମାନେ କରିବାକୁ ଥିବା ସମସ୍ତ କାର୍ଯ୍ୟ କରି ସାରିଛନ୍ତି। ଯଦି ସେମାନଙ୍କ ସମ୍ପର୍କ ସ୍ଥାପିତ ହୁଏ ତାହେଲେ ଆହୁରି ଅଧିକ ଭଲ ହେବ। ଯଦି ଉଭୟେ ପୁନର୍ବାର ଜାଗ୍ରତ ହୁଅନ୍ତି ତାହେଲେ ଚନ୍ଦ୍ର ପୃଷ୍ଠରେ ଅଧିକ ପରୀକ୍ଷଣ କରାଯାଇ ପାରିବ। ପୂର୍ବତନ ଇସ୍ରୋ ବୈଜ୍ଞାନିକ ଏମ.ଆନ୍ନାଦୁରାଇ କହିଛନ୍ତି ଯେ ସେ ଆଶା କରୁଛନ୍ତି ଯେ ଆମେ ଆଉ କିଛି ଅଧିକ ପରୀକ୍ଷଣ କରିବାରେ ସଫଳ ହେବୁ।
ଅଗଷ୍ଟ ୨୩ ତାରିଖରେ ହୋଇଥିଲା ସ୍ୱାଭାବିକ ଅବତରଣ
ଆପଣଙ୍କୁ କହିରଖୁଛୁ ଯେ ସେପ୍ଟେମ୍ବର ୨ ଏବଂ ୪ ତାରିଖରେ ବିକ୍ରମ ଲ୍ୟାଣ୍ଡର ଏବଂ ପ୍ରଜ୍ଞାନ ରୋଭର ଶୟନ (Sleep Mode of Lander Vikram Rover Pragyan) ଅବସ୍ଥାରେ ରଖାଯାଇଥିଲା। ସାଧାରଣତଃ ଚନ୍ଦ୍ର ପୃଷ୍ଠର ତାପମାତ୍ରା ହେଉଛି ବିଯୁକ୍ତ ୧୫୦ ଡିଗ୍ରୀ ସେଣ୍ଟିଗ୍ରେଡ୍। ଏଭଳି ପରିସ୍ଥିତିରେ ଯନ୍ତ୍ରପାତି କାମ କରିବାର ସମ୍ଭାବନା ମାତ୍ର ୫୦ ପ୍ରତିଶତ ରହିଛି। ବୈଜ୍ଞାନିକ ଆଶା କରୁଛନ୍ତି ଯେ ସୂର୍ଯ୍ୟଙ୍କ ଠାରୁ ଆଲୋକ ପାଇବା ପରେ ସେମାନେ ଜାଗ୍ରତ ହେବେ। ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରୟାନ-୩ ଅଭିଯାନ ଆରମ୍ଭ (Chandrayaan 3 Mission Launch Date) ହୋଇଥିଲା। ବିକ୍ରମ ଲ୍ୟାଣ୍ଡର-ପ୍ରଜ୍ଞାନ ରୋଭର ଅଗଷ୍ଟ ୨୩ ତାରିଖରେ ଚନ୍ଦ୍ର ପୃଷ୍ଠରେ ସ୍ୱାଭାବିକ ଅବତରଣ (Chandrayaan 3 Mission Landing Date) କରିଥିଲେ।