Fertilizer Plant Ammonia Gas Leak Chennai: ଆମେନିଆ ଗ୍ୟାସ୍ ଲିକ୍ ପରେ ପ୍ରଭାବିତ ଲୋକଙ୍କ ପରିବାର ବୁଧବାର ସକାଳେ ସାର କାରଖାନା ପରିସରରେ ଏକାଠି ହୋଇ ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଦାବି କରିଥିଲେ।
Trending Photos
Ammonia Gas Leak in Chennai Fertilizer Plant: ଚେନ୍ନାଇ ସ୍ଥିତ ଏକ ସାର କାରଖାନାର ପାଇପ ଲାଇନ ମଧ୍ୟରୁ ଆମୋନିୟା ଗ୍ୟାସ ଲିକ ହେବାକୁ ନେଇ ଖେଳିଯାଇଛି ଆତଙ୍କ। ଏହି ଘଟଣାରେ ୨୫ ଜଣ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚେନ୍ନାଇ ସ୍ଥିତ ଏନୋର ଅଞ୍ଚଳ ଅବସ୍ଥିତ କରମଣ୍ଡଳ କମ୍ପାନୀ ଠାରେ ଆମୋନିୟା ଗ୍ୟାସ ଲିକ ହୋଇଥିବାର କୁହାଯାଉଛି। ମଙ୍ଗଳବାର ରାତି ପ୍ରାୟ ୧୧.୪୫ ସମୟରେ ଲୋକେ ଉତ୍ତର ଚେନ୍ନାଇ ଅଞ୍ଚଳର ବାୟୁରେ ଏକ ଅଦ୍ଭୁତ ପ୍ରକାରର ଗନ୍ଧ ସମ୍ପର୍କରେ ଅଭିଯୋଗ କରିଥିଲେ। ପରେ ଜଣାପଡିଥିଲା ଯେ ଆମୋନିୟା ଗ୍ୟାସ୍ ଲିକ୍ ହୋଇଛି। ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବା, ବାନ୍ତି ସହ ଛାତିରେ ଜଲାପୋଡ଼ା ଭଳି ସମସ୍ୟାର ସାମ୍ନା କରିଥିବା ନେଇ କହିଥିଲେ ସ୍ଥାନୀୟ ଲୋକେ। କିଛି ସମୟ ପାଇଁ ଲୋକେ କିଛି ବୁଝିପାରିଲେ ନାହିଁ। ହେଲେ ଯେତେବେଳେ ଜଣାପଡ଼ିଲା ଯେ ଆମୋନିଆ ଗ୍ୟାସ ଲିକ୍ ହୋଇଛି, ସେତେବେଳେ ଲୋକ ଭୟଭୀତ ହୋଇ ନିଜ ଘରୁ ବାହାରକୁ ବାହାରି ଆସିଥିଲେ।
ଉତ୍ତର ଚେନ୍ନାଇ ଅଞ୍ଚଳରେ (North Chennai Area) ରହୁଥିବା ଲୋକେ ତେଲ ଲିକ୍ (Oil Leakage) ହେତୁ ପୂର୍ବରୁ ଅସୁବିଧାର ସାମ୍ନା କରି ସାରିଛନ୍ତି। ଏବେ ଆମୋନିୟା ଗ୍ୟାସ୍ ଲିକ୍ (Ammonia Gas Leak) ସେମାନଙ୍କ ସମସ୍ୟାକୁ ଆହୁରି ବଢାଇ ଦେଇଛି। ମଙ୍ଗଳବାର ରାତି ପର୍ଯ୍ୟନ୍ତ ମେଡ଼ିକାଲ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ଲୋକଙ୍କୁ ଡାକ୍ତରଖାନାରେ ପହଞ୍ଚିବାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିଥିଲା। କିଛି ଲୋକ ଅଟୋରିକ୍ସା ଏବଂ ମୋଟର ସାଇକେଲ ସାହାଯ୍ୟ ନେଇଥିଲେ। ଯଦିଓ କର୍ତ୍ତୃପକ୍ଷ ମଧ୍ୟ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ପାଇଁ ପ୍ରସ୍ତୁତ ହୋଇଥିଲେ। ଚିନ୍ନା କୁପପମ୍, ପେରିଆ କୁପପମ୍, ନେତାଜୀ ନାଗର ଏବଂ ବର୍ମା ନଗର ଅଞ୍ଚଳ ଅଧିକ ପ୍ରଭାବିତ ହୋଇଥିଲା।
ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ଲୋକେ ଦେଇଥିଲେ ଚେତାବନୀ
ସମୁଦ୍ରକୂଳରେ ରହୁଥିବା ମତ୍ସ୍ୟଜୀବୀ ଏବଂ ସ୍ଥାନୀୟ ଲୋକେ ଏକ ଅଜବ ଧରଣର ଶବ୍ଦ ଶୁଣିବାକୁ ପାଇଥିଲେ। ସାମୁଦ୍ରିକ ପାଇପ ଲାଇନ ଉପରେ ଜଳ ପ୍ରବାହିତ ହେଉଥିବାର ସେମାନେ ଦେଖିବାକୁ ପାଇଥିଲେ। କରମାଣ୍ଡଳ ଇଣ୍ଟରନ୍ୟାସନାଲ ଲିମିଟେଡ (Coromandel International Limited) କହିଛି ଯେ ନିୟମିତ କାର୍ଯ୍ୟ ସମୟରେ କିଛି ଅଜବ ଘଟଣା ଘଟିଥିଲା। ଆମୋନିଆ ଗ୍ୟାସ୍ ଲିକ୍ ରୋକିବାକୁ କମ୍ପାନୀା ପକ୍ଷରୁ ଯଥାଶୀଘ୍ର ପ୍ରୟାସ ଆରମ୍ଭ କରାଯାଇଥିଲା। ନିରାପତ୍ତା ଏବଂ ଉଚ୍ଚ ମାନକ ପାଳନ ପାଇଁ କମ୍ପାନୀ ପକ୍ଷରୁ ନିଶ୍ଚିତତା କରାଯିବା ସତ୍ତ୍ୱେ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ସୁବ୍ରମଣ୍ୟନ୍ (TamilNadu Health Minister Subramanian) ସରକାରୀ ଷ୍ଟାନଲି ମେଡିକାଲ୍ କଲେଜ ହସ୍ପିଟାଲ (Stanley Medical College Hospital) ପରିଦର୍ଶନ କରିଥିଲେ। ସେଠାରେ ମନ୍ତ୍ରୀ ପହଞ୍ଚି ପରିସ୍ଥିତିର ଆକଳନ କରିବା ସହ ପ୍ରଭାବିତ ଲୋକଙ୍କ ସହ ଆଲୋଚନା କରିଥିଲେ।
ସବୁଦିନ ପାଇଁ ବନ୍ଦ ହେଉ ସାର କାରଖାନା
ଏହି ଘଟଣା ପରେ ପୋଲିସ କର୍ମଚାରୀ ରାଜରାସ୍ତାରେ ଏକାଠି ହୋଇଥିବା ଉତ୍ତ୍ୟକ୍ତ ଲୋକଙ୍କୁ ଶାନ୍ତ କରିଥିଲେ। କମ୍ପାନୀ ଅଧିକାରୀ ଲୋକଙ୍କୁ ଘରକୁ ଫେରିବା ପାଇଁ ଅନୁରୋଧ କରିଥିଲେ। କୌଣସି ଅସୁବିଧା ନାହିଁ ବୋଲି ଲୋକଙ୍କୁ ଆଶ୍ୱାସନା ଦେଇଥିଲେ କମ୍ପାନୀ କର୍ତ୍ତୃପକ୍ଷ। ହେଲେ ପ୍ରଭାବିତ ଲୋକଙ୍କ ପରିବାର ବୁଧବାର ସକାଳେ ସାର କାରଖାନା ପରିସରରେ ଏକାଠି ହୋଇ ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ଦାବି କରିଥିଲେ। ବର୍ତ୍ତମାନ ତାମିଲନାଡୁ ସରକାର ସାର କାରଖାନାକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋକେ କହିଛନ୍ତି ଯେ ଏଭଳି ଘଟଣା କାରଣରୁ ସେମାନଙ୍କ ଜୀବନ ବିପଦରେ ଅଛି। ଏପରି ଅବହେଳା ସୁରକ୍ଷା ପ୍ରୋଟୋକଲ, ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ଆବାସିକ ଅଞ୍ଚଳ ସହି କଳ କାରଖାନାର ଅସ୍ଥିତ୍ୱ ଉପରେ ପ୍ରଶ୍ନ ଉଠାଇଛି।