ସଫଳ ହେଲା ପ୍ରୟାସ; ବୋରୱେଲ ମଧ୍ୟରୁ ଉଦ୍ଧାର ହେଲା ରାହୁଲ
Advertisement

ସଫଳ ହେଲା ପ୍ରୟାସ; ବୋରୱେଲ ମଧ୍ୟରୁ ଉଦ୍ଧାର ହେଲା ରାହୁଲ

୧୧ ବର୍ଷୀୟ ରାହୁଲ ସାହୁକୁ ଉଦ୍ଧାର କରିବା ଲାଗି  ବେଶ ଲମ୍ବା ସମୟ ଧରି ଚାଲିଥିବା ଉଦ୍ଧାର ଅଭିଯାନ ସଫଳ ହୋଇଛି।

ସଫଳ ହେଲା ପ୍ରୟାସ;  ବୋରୱେଲ ମଧ୍ୟରୁ ଉଦ୍ଧାର ହେଲା ରାହୁଲ

ରାୟପୁର: ଛତିଶଗଡ଼ର ଜାଞ୍ଜଙ୍ଗୀର-ଚମ୍ପା ଅଞ୍ଚଳରେ  ବୋରୱେଲ ମଧ୍ୟରେ ଫସି ରହିଥିବା ୧୧ ବର୍ଷୀୟ ରାହୁଲ ସାହୁକୁ ଉଦ୍ଧାର କରିବାରେ ସଫଳ ହୋଇଛି ଭାରତୀୟ ସେନା। ବେଶ ଲମ୍ବା ସମୟ ଧରି ଚାଲିଥିବା ଉଦ୍ଧାର ଅଭିଯାନ ସଫଳ ହୋଇଛି। 

ଜାଣନ୍ତୁ ଉଦ୍ଧାର ଅଭିଯାନର ଘଟଣାକ୍ରମ

  • ବୋରୱେଲ ମଧ୍ୟରେ ଫସିରହିଥିବା ୧୧ ବର୍ଷୀୟ ରାହୁଲ ସାହୁଙ୍କୁ ଉଦ୍ଧାର କଲେ ଭାରତୀୟ ସେନା ଯବାନ
  • ବୋରୱେଲ ମଧ୍ୟରେ ରାହୁଲଙ୍କୁ ସଫଳତାର ସହ ଠାବ କରିଥିଲେ ଉଦ୍ଧାରକାରୀ ଦଳ
  • ଦୀନେଶ ନାମକ ଜଣେ NDRFଯବାନ ବୋରୱେଲ ମଧ୍ୟକୁ ଯାଇ ରାହୁଲଙ୍କୁ ଉପରକୁ ଉଠାଇଥିଲେ
  • ଉଦ୍ଧାର ପରେ ତାଙ୍କୁ ସିଧାସଳଖ ଡାକ୍ତରଖାନା ନେବା ପାଇଁ ସବୁଜ କରିଡର ପ୍ରସ୍ତୁତ
  • 03Bn.NDRF ଦ୍ବାରା ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ
  • ରୋବୋଟ୍ ଦ୍ବାରା ରାହୁଲଙ୍କୁ ଉଦ୍ଧାର କରିବାର ପ୍ରଥମ ଚେଷ୍ଟା ବିଫଳ ହୋଇଥିଲା
  • ଖନନ ସମୟରେ ଭେଣ୍ଟିଲେଟର/ ଧୂଆଁ ଫିଲ୍ଟର ଦ୍ୱାରା ଧୂଳି ନିୟନ୍ତ୍ରିତ କରାଯାଇଥିଲା
  • ରାହୁଲଙ୍କ ସଠିକ୍ ଅବସ୍ଥାନ ଟ୍ରାକ୍ କରିବାକୁ 'ଭିକ୍ଚିମ ଲୋକେସନ କ୍ୟାମେରା' ବ୍ୟବହାର କରାଯାଇଥିଲା
  • ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ବ୍ୟକ୍ତିଗତ ଭାବେ ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ
  • ରାହୁଲଙ୍କୁ ଉଦ୍ଧାର କରିବାକୁ ପାଇଁ ବିଳାସପୁରରୁ ଅଣାଯାଇଥିଲା ଡ୍ରିଲ୍ ମେସିନ୍
  • ଶିଶୁକୁ ଉଦ୍ଧାର କରିବା ପାଇଁ JCB ଦ୍ବାରା ସମାନ୍ତରାଳ ଗାତ ଖୋଳାଯାଇଥିଲା
  • NDRF ଦ୍ବାରା ଅତ୍ୟଧିକ ଯତ୍ନର ସହ ଡ୍ରିଲିଂ/ଟନେଲିଂ କାର୍ଯ୍ୟ କରାଯାଇଥିଲା

Also Read: Borewell Rescue Operation : ସଙ୍କଟରେ ରାହୁଲ! ଧିମେଇଲା ଉଦ୍ଧାର କାର୍ଯ୍ୟ