China Eastern Airlines: ଯାତ୍ରା ବେଳେ ଖରାପ ହୋଇଗଲା ବିମାନ ଇଞ୍ଜିନ୍; ବଞ୍ଚି ଯାଇଥିବା ଯାତ୍ରୀ କହିଲେ ଭୟଙ୍କର କାହାଣୀ
Advertisement
Article Detail0/zeeodisha/odisha2005826

China Eastern Airlines: ଯାତ୍ରା ବେଳେ ଖରାପ ହୋଇଗଲା ବିମାନ ଇଞ୍ଜିନ୍; ବଞ୍ଚି ଯାଇଥିବା ଯାତ୍ରୀ କହିଲେ ଭୟଙ୍କର କାହାଣୀ

China Eastern Airlines Flight Engine Failed: ପୁନର୍ବାର ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛି ଚୀନୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଷ୍ଟର୍ନ ଏୟାରଲାଇନ୍ସ। ଯାହାର ଏକ ବିମାନର ଇଞ୍ଜିନ ଯାତ୍ରା ବେଳେ ଖରାପ ହୋଇ ଯାଇଥିବାର କୁହାଯାଉଛି। 

China Eastern Airlines: ଯାତ୍ରା ବେଳେ ଖରାପ ହୋଇଗଲା ବିମାନ ଇଞ୍ଜିନ୍; ବଞ୍ଚି ଯାଇଥିବା ଯାତ୍ରୀ କହିଲେ ଭୟଙ୍କର କାହାଣୀ

China Eastern Airlines Flight Engine Failed during Boarding: ଦୀର୍ଘ ଦୂରତା ବିଶିଷ୍ଟ ସ୍ଥାନକୁ ଯାତ୍ରା କରିବା ପାଇଁ ବିମାନ ହେଉଛି ଏକ ସାଧାରଣ ଏବଂ ସୁବିଧାଜନକ ଉପାୟ। ବିମାନ ଯାତ୍ରା କେବଳ ଆପଣଙ୍କ ସମୟ ସଞ୍ଚୟ କରେ ନାହିଁ ବରଂ ସୁରକ୍ଷା ମଧ୍ୟ ସୁନିଶ୍ଚିତ କରିଥାଏ। ହେଲେ ନିକଟରେ ବିମାନ ଯାତ୍ରା ବେଳେ ଘଟିଥିବା ଏକ ଘଟଣା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛି ଚୀନୀ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଷ୍ଟର୍ନ ଏୟାରଲାଇନ୍ସ। ଯାହାର ଏକ ବିମାନ ଯାତ୍ରା ବେଳେ ଏକ ଗୁରୁତର ଯାନ୍ତ୍ରିକ ସମସ୍ୟାର ସାମ୍ନା କରିଥିବାର କୁହାଯାଉଛି। ଏହି ଘଟଣାର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଯାତ୍ରା ବେଳେ ଖରାପ ହୋଇଗଲା ଚୀନୀ ବିମାନ ଇଞ୍ଜିନ୍
ଚୀନ ଇଷ୍ଟର୍ନ ଏୟାରଲାଇନ୍ସ (China Eastern Airlines) ଦ୍ୱାରା ପରିଚାଳିତ ଏକ ବିମାନର ଇଞ୍ଜିନ ଯାତ୍ରା ବେଳେ ବିଫଳ (China Eastern Airlines Flight Engine Failed during Boarding) ହୋଇଯାଇଥିଲା। ଏହି ବିମାନ (Shanghai Hong Kong Flight) ଚୀନ୍ ର ଆର୍ଥିକ ରାଜଧାନୀ କୁହାଯାଉଥିବା ସାଂଘାଇ ସହରରୁ (China Finance Capital Shanghai City) ଦେଶର ଅନ୍ୟତମ ପ୍ରମୁଖ ସ୍ୱୟଂଶାସିତ ଅଞ୍ଚଳ ହଂକଂ (China Autonomous Region Hong Kong) ଅଭିମୁଖେ ଯାତ୍ରା କରୁଥିଲା। ବିମାନ ଇଞ୍ଜିନ ବିଫଳ ହୋଇଯାଇଥିବା ନେଇ ଜାଣିବା ପରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଏହି ଘଟଣାର ଏକ ଭିଡ଼ିଓ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ (China Eastern Airlines Flight Engine Fail Viral Video) ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ଲୋକ ଚକିତ ହୋଇପଡ଼ିଛନ୍ତି। ଏଭଳି ଆଶ୍ଚର୍ଯ୍ୟଜନକ ଘଟଣାର ଭିଡିଓ ଜଣେ ଯାତ୍ରୀ ରେକର୍ଡ କରିଥିଲେ। ଏନେଇ କୁହାଯାଉଛି ଯେ ବିମାନର ଇଞ୍ଜିନ ମଧ୍ୟରେ ତ୍ରୁଟି ଦେଖାଦେଇଥିଲା। ଯାତ୍ରୀଙ୍କ ସୁରକ୍ଷା ପାଇଁ ବିମାନ ଜରୁରୀକାଳୀନ ଅବତରଣ କରିବା ନେଇ କୁହାଯାଇଥିଲା। ଆଶ୍ୱସ୍ତିର କଥା ଏହା ଯେ ଏହି ବିମାନ ବିମାନରେ ଆଶା କରାଯାଉଥିବା ଲୋକଙ୍କ ଠାରୁ କମ୍ ଯାତ୍ରୀ ଯାତ୍ରା କରୁଥିଲେ। ଯାହାର ଅନେକ ସିଟ୍ ଖାଲି ରହିଥିଲା। ଏହି ଭିଡିଓ ଆମେରିକୀୟ ଗଣମାଧ୍ୟମ ନ୍ୟୁୟର୍କ ପୋଷ୍ଟ ଦ୍ୱାରା ସେୟାର କରାଯାଇଛି।

Also Read: Chinese Airlines Food: ଅନୁବାଦ ପାଇଁ ଚର୍ଚ୍ଚାରେ ଚୀନ୍ ଏୟାରଲାଇନ୍ସ ଖାଦ୍; ଜାଣନ୍ତୁ ପୁରା ଘଟଣାକ୍ରମ

ଭିଡ଼ିଓ ଭାଇରାଲ ପରେ ପ୍ରତିକ୍ରିୟା ରଖିଲେ ଲୋକେ 
ଚୀନ ଇଷ୍ଟର୍ନ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ବିମାନର ଇଞ୍ଜିନ ବିଫଳ ହୋଇଯିବାରୁ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ ବିମାନରେ ପ୍ରବଳ କମ୍ପନ ହୋଇଥିଲା। ଏହି ଘଟଣାର ଭିଡିଓ ଦେଖିବା ପରେ ଅନେକ ଲୋକ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଭିଡିଓ ଦେଖିବା ପରେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ। ଯାତ୍ରୀ ନିରାପଦରେ ଅବତରଣ କରି ପାରିଥିବାରୁ ସେମାନେ ବହୁତ ଖୁସି ବୋଲି ଅନେକ ଲୋକ କହିଛନ୍ତି। କେତେକ ଲୋକ ଏହା ମଧ୍ୟ କହିଛନ୍ତି ଯେ ସାଂଘାତିକ ପରିବେଶରେ ଯାତ୍ରୀ ଚିନ୍ତିତ ହୋଇପଡ଼ିଥିଲେ। ଏନେଇ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ସେମାନେ ସମସ୍ତେ ଶାନ୍ତ ଥିଲେ ଏବଂ ସୁରକ୍ଷିତ ଅବତରଣ କରିବା ପାଇଁ ସେମାନଙ୍କ ପାଇଲଟ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରିଥିଲେ। ଯଦି ମୁଁ ହୋଇଥାନ୍ତି, ତାହେଲେ ମୁଁ ବିମାନ ବାହାରକୁ ଯିବାକୁ ଚେଷ୍ଟା କରିଥାନ୍ତି। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ବିମାନରେ ବସିଥିବା ସମସ୍ତ ଯାତ୍ରୀଙ୍କ ସାହସ ଏବଂ ଧୈର୍ଯ୍ୟ ମୋତେ ପ୍ରଭାବିତ କରିଛି।