Congress Manifesto: ଆଜି ଆସିବ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କାହା ଉପରେ ରହିବ ଫୋକସ୍...
Advertisement

Congress Manifesto: ଆଜି ଆସିବ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କାହା ଉପରେ ରହିବ ଫୋକସ୍...

Congress Manifesto: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ନିର୍ବାଚନୀ ଇସ୍ତାହାର ଜାରି କରିବେ ବୋଲି ସୂଚନା ମିଳିଛି । ନୂଆଦିଲ୍ଲୀରେ ଥିବା ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ମେନିଫେଷ୍ଟୋ ଜାରି କରିବେ ଖଡଗେ ଏବଂ ରାହୁଲ । ସକାଳ ପ୍ରାୟ ସାଢେ ୧୧ଟା ସମୟରେ ନିର୍ବାଚନୀ ଇସ୍ତାହାର ଜାରି ହୋଇପାରେ ବୋଲି କୁହାଯାଉଛି ।

Congress Manifesto: ଆଜି ଆସିବ କଂଗ୍ରେସର ନିର୍ବାଚନୀ ଇସ୍ତାହାର, ଜାଣନ୍ତୁ କାହା ଉପରେ ରହିବ ଫୋକସ୍...

Congress Manifesto: କଂଗ୍ରେସର ନିର୍ବାଚନୀ ଇସ୍ତାହାର ଆଜି ସାମ୍ନାକୁ ଆସିବ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ନିର୍ବାଚନୀ ଇସ୍ତାହାର ଜାରି କରିବେ ବୋଲି ସୂଚନା ମିଳିଛି । ନୂଆଦିଲ୍ଲୀରେ ଥିବା ଏଆଇସିସି କାର୍ଯ୍ୟାଳୟରେ କଂଗ୍ରେସ ମେନିଫେଷ୍ଟୋ ଜାରି କରିବେ ଖଡଗେ ଏବଂ ରାହୁଲ । ସକାଳ ପ୍ରାୟ ସାଢେ ୧୧ଟା ସମୟରେ ନିର୍ବାଚନୀ ଇସ୍ତାହାର ଜାରି ହୋଇପାରେ ବୋଲି କୁହାଯାଉଛି ।

କଂଗ୍ରେସ ପକ୍ଷରୁ ଜାରି କରାଯିବାକୁ ଥିବା ଇସ୍ତାହାରରେ ବିଶେଷ କରି କୃଷକ, ମହିଳା ଏବଂ ଯୁବବର୍ଗଙ୍କୁ ଧ୍ୟାନ ଦିଆଯାଇଛି । ଯେଉଁଥିରେ ୫ ନ୍ୟାୟ ଓ ୨୫ ଗ୍ୟରେଣ୍ଟିକୁ ମଧ୍ୟ ସାମିଲ କରାଯାଇଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ଦେଖିବାକୁ ମିଳିଛି । ଭବିଷ୍ୟତକୁ ପରିବର୍ତ୍ତନ କରିବା ସହ ବିଭିନ୍ନ ଜନପ୍ରିୟ ଆଭିମୁଖ୍ୟ ନେଇ ଏହି ଇସ୍ତାହାର ରଖାଯାଇପାରେ ବୋଲି କୁହାଯାଉଛି । ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଏବଂ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇସ୍ତାହାର ଜାରି କରିବା ସମୟରେ କଣ ଉଦବୋଧନ ଦେବେ ସେନେଇ କଳ୍ପନାଜଳ୍ପନା ବଢିଛି । ଦଳ ପକ୍ଷରୁ ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରତିଶୃତି ଦିଆଯିବ ବୋଲି ଚର୍ଚ୍ଚା ହେଉଛି ।

Also Read- Shukra Gochar 2024: ୩ ସପ୍ତାହ ପର୍ଯ୍ୟନ୍ତ ଏହି ୫ ରାଶିର ବ୍ୟକ୍ତି ହେବେ ମାଲେମାଲ !

Also Read- Gold Silver Price: ୭୦ ହଜାର ପାର କଲା ସୁନା ଦର, ଜାଣନ୍ତୁ ଆଜିର ଦର