Shocking News:ରେସ୍ତୋରାଁରେ ଖାଇବା ପରେ ମହିଳା ୱେଟରଙ୍କୁ ଏତିକି ଲକ୍ଷ ଟଙ୍କା ଟିପ୍ ଦେଲେ ବ୍ୟକ୍ତି
Advertisement
Article Detail0/zeeodisha/odisha1582024

Shocking News:ରେସ୍ତୋରାଁରେ ଖାଇବା ପରେ ମହିଳା ୱେଟରଙ୍କୁ ଏତିକି ଲକ୍ଷ ଟଙ୍କା ଟିପ୍ ଦେଲେ ବ୍ୟକ୍ତି

Shocking News: ଏକ ହୋଟେଲରେ ଖାଦ୍ୟ ପାଇବା ପରେ ଆସିଥିବା ବିଲ୍‌ଠାରୁ କେଇ ଗୁଣା ଅଧିକ ଟିପ୍ସ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜଣେ ବ୍ୟକ୍ତି। ଏହି କୋଟିପତି ବ୍ୟକ୍ତି ଜଣକ ଖାଇବା ପରେ ମହିଳା ୱେଟରଙ୍କୁ ୮ ଲକ୍ଷ ଟଙ୍କା ଟିପ୍ ଦେଇଥିଲେ।

ସୌ(ସୋସିଆଲ ମିଡିଆ)

Shocking News: ହୋଟେଲ କିମ୍ବା ରେସ୍ତୋରାଁରେ ଖାଇବା ପରେ ପ୍ରାୟତଃ ଲୋକମାନେ ୱେଟର ମାନଙ୍କୁ ଟିପ୍ ଦିଅନ୍ତି। ହୋଟେଲରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ଟିପ୍ ପାଇ ବେଶ ଖୁସି ହୋଇଥାଆନ୍ତି । କହିବାକୁ ଗଲେ ଏହା ଏକ ଭଲ ଅଭ୍ୟାସ ମଧ୍ଯ । ତେବେ ସାଧାରଣତଃ ଲୋକେ ୧୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ଟିପ୍ ଦେଇଥାଆନ୍ତି । କିନ୍ତୁ ଆପଣ ଜାଣି ଆଶ୍ଟର୍ଯ୍ୟ ହେବେ ଯେ, ନିକଟରେ ଜଣେ ବ୍ୟକ୍ତି ହୋଟେଲରେ ଖାଇବା ପରେ ୱେଟରଙ୍କୁ ୧୦୦ କି ୨୦୦ ନୁହେଁ ପ୍ରାୟ ୮ ଲକ୍ଷ ଟଙ୍କା ଟିପ୍ ଦେଇଛନ୍ତି । କାନକୁ ବିଶ୍ୱାସ ହେଉନଥିବା ଏହି ଘଟଣାଟି କିନ୍ତୁ ବାସ୍ତବରେ ଘଟିଛି ।

fallback

ସୂଚନା ଅନୁସାରେ, ଅଷ୍ଟ୍ରେଲିଆର ମେଲବର୍ଣ୍ଣ(Australia Melbourne) ସହରସ୍ଥିତ ଏକ ରେଷ୍ଟୁରାଣ୍ଟରେ ଲରେନ୍‌ ନାମକ ଜଣେ ମହିଳା ୱେଟର କାମ କରନ୍ତି। ଖାଦ୍ୟ ପରଶି ସାରିବା ପରେ ମହିଳା ୱେଟର ଜଣଙ୍କ ଗ୍ରାହକଙ୍କ ନିକଟକୁ ଯାଇ ବିଲ୍ ଦେଇଥିଲେ । ତେବେ ଗ୍ରାହକ ଜଣଙ୍କ ଏହି ବିଲରେ ଆଉ ୮ ଲକ୍ଷ ଟଙ୍କା ଯୋଡ଼ିବା ପାଇଁ କହିଥିଲେ । ମହିଳା ୱେଟର ଜଣଙ୍କ ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ ଯେ, ୪୨ ହଜାର ଟଙ୍କା ବିଲ୍‌ରେ ଗ୍ରାହକ ଜଣଙ୍କ ତାଙ୍କୁ ପ୍ରାୟ  ୮ ଲକ୍ଷ ଟଙ୍କା ଟିପ୍ ଦେଇଛନ୍ତି। ଏତେ ଟଙ୍କା ଟିପ୍ସ ଆକାରରେ ପାଇ ମହିଳା ୱେଟର ଜଣକ ଆଶ୍ଟର୍ଯ୍ୟ ହେବା ସହ ଖୁସିରେ କାନ୍ଦି ପକାଇଥିଲେ। ଏହି ଟିପ୍ ରୁ କିଛି ଟଙ୍କା ସେ ନିଜ ସହକର୍ମୀ ମାନଙ୍କୁ ମଧ୍ୟ ଦେଇଥିଲେ । ତେବେ ଟିପ୍ ଦେଇଥିବା ବ୍ୟକ୍ତି ଜଣକ ଜଣେ କ୍ରିପ୍ଟୋ ବ୍ୟବସାୟୀ(Crypto Businessman) ବୋଲି ଜଣାପଡ଼ିଛି ।

ଏହା ମଧ୍ଯ ପଢନ୍ତୁ-Shocking News: ବିବାହ ବାର୍ଷିକୀ ଭୁଲିଗଲା ସ୍ୱାମୀ, ବାପା-ଭାଇଙ୍କୁ ଡ଼ାକି ସ୍ତ୍ରୀ….

ଏହା ମଧ୍ଯ ପଢନ୍ତୁ-Shocking News: ହିନ୍ଦୀ କହିବା ହୋଇଗଲା ଅପରାଧ, ହିନ୍ଦୀ ଭାଷାଭାଷୀ ଲୋକଙ୍କୁ ମାଡ଼ ମାରିଲେ ଅଜଣା ବ୍ୟକ୍ତି

ଲରେନ୍‌ ଏବେ ଏକ ବିଶ୍ୱ ବିଦ୍ୟାଳୟରେ ପାଠ ପଢୁଛନ୍ତି। ନିଜ ଖର୍ଚ୍ଚ ବହନ କରିବା ପାଇଁ ସେ ହୋଟେଲରେ କାର୍ଯ୍ୟ କରନ୍ତି। ମିଳିଥିବା ଏହି ଟିପ୍ ର ବିଲ୍‌କୁ ସେ ନିଜ ପାଖରେ ସାଇତି ରଖିବା ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ୮ ଲକ୍ଷ ଟଙ୍କାର ଟିପ୍‌ସ ମିଳିଥିବା ନେଇ ତାଙ୍କୁ ଏବେ ମଧ୍ୟ ବିଶ୍ୱାସ ହେଉନଥିବା ସେ କହିଛନ୍ତି। ଲରେନ୍‌ଙ୍କ କହିବା ଅନୁସାରେ, ବିଲ୍‌ କରିବା ପରେ ବ୍ୟକ୍ତି ଜଣକ ସେଥିରେ ୮ ଲକ୍ଷ ଟଙ୍କା ଯୋଡ଼ିବା ପାଇଁ କହିଥିଲେ । ଏହା ଶୁଣି ସେ ଆଶ୍ଚର୍ଯ୍ୟ ହେବା ସହ ନିଜ ସାଥିଙ୍କୁ କ’ଣ କରିବେ ବୋଲି ପଚାରିଥିଲେ । ବିଲ୍‌ କରିବା ସମୟରେ ଭାବ ବିହ୍ୱଳ ହୋଇ ସେ କାନ୍ଦି ପକାଇଥିବା କହିଛନ୍ତି। ତେବେ ମିଳିଥିବା ୮ ଲକ୍ଷ ଟଙ୍କାରୁ ନିଜ ସହକର୍ମୀ ମାନଙ୍କୁ ୨.୫ ଲକ୍ଷ ଟଙ୍କା ଦେଇଛନ୍ତି । ଏହାସହ ବାକି ଟଙ୍କାରେ ସେ ବିଦେଶ ଯାତ୍ରା କରିବା ସହ ନୂଆ ଜିନିଷ ଶିଖିବା ନେଇ ନିଷ୍ପତ୍ତି ନେଇଛନ୍ତି।