Advertisement
Article Detail0/zeeodisha/odisha2472235
Zee OdishaOdisha TrendingDA hike before Diwali: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦୀପାବଳୀ ପୂର୍ବରୁ ବଢ଼ିବ ମହଙ୍ଗା ଭତ୍ତା!

DA hike before Diwali: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦୀପାବଳୀ ପୂର୍ବରୁ ବଢ଼ିବ ମହଙ୍ଗା ଭତ୍ତା!

DA hike before Diwali: ସୂଚନାନୁସାରେ, ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା 3% ବୃଦ୍ଧି କରିବା ପରେ ସରକାରୀ କର୍ମଚାରୀଙ୍କ ଡିଏ 50% ରୁ 53% କୁ ବୃଦ୍ଧି ପାଇବ। କୁହାଯାଉଛି ଯେ ଖୁବ ଶୀଘ୍ର କ୍ୟାବିନେଟ୍ ଏହାର ଅନୁମୋଦନ ଶିଘ୍ର ଦେଇପାରନ୍ତି। ଏହି ନିଷ୍ପତ୍ତି ପରେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ମଧ୍ୟ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର ବକେୟା ପାଇବେ।

DA hike before Diwali: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦୀପାବଳୀ ପୂର୍ବରୁ ବଢ଼ିବ ମହଙ୍ଗା ଭତ୍ତା!

DA hike before Diwali: ଦେଶର ପ୍ରାୟ ୧କୋଟି କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଖୁସି ଖବର। ଦୀପାବଳି ପୂର୍ବରୁ ସମସ୍ତ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ରେ 3% ବୃଦ୍ଧି ଘୋଷଣା କରାଯାଇପାରେ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୨୫ ସୁଦ୍ଧା କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି। କୁହାଯାଉଛି ଯେ ସରକାରୀ କର୍ମଚାରୀଙ୍କ ବେତନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଯୋଜନା ପ୍ରସ୍ତୁତ କରିଛନ୍ତି। କେନ୍ଦ୍ରୀୟ ସରକାରୀ କର୍ମଚାରୀମାନେ ମଧ୍ୟ ସେମାନଙ୍କର ମହଙ୍ଗା ଭତ୍ତା ବୃଦ୍ଧି ପାଇଁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି।

ସରକାରୀ କର୍ମଚାରୀମାନେ ୩ ମାସର ବକେୟା ପାଇବେ:

Add Zee News as a Preferred Source

ସୂଚନାନୁସାରେ, ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା 3% ବୃଦ୍ଧି କରିବା ପରେ ସରକାରୀ କର୍ମଚାରୀଙ୍କ ଡିଏ 50% ରୁ 53% କୁ ବୃଦ୍ଧି ପାଇବ। କୁହାଯାଉଛି ଯେ ଖୁବ ଶୀଘ୍ର କ୍ୟାବିନେଟ୍ ଏହାର ଅନୁମୋଦନ ଶିଘ୍ର ଦେଇପାରନ୍ତି। ଏହି ନିଷ୍ପତ୍ତି ପରେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ମଧ୍ୟ ଜୁଲାଇ, ଅଗଷ୍ଟ ଏବଂ ସେପ୍ଟେମ୍ବର ମାସର ବକେୟା ପାଇବେ।

ହିମାଚଳ ସରକାର ମହଙ୍ଗା ଭତ୍ତା 4% ବୃଦ୍ଧି କରିଛନ୍ତି:

୨୦୨୩ ମସିହାରେ, କେନ୍ଦ୍ର ସରକାର ଦୀପାବଳି ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ଘୋଷଣା କରିଥିଲେ। ନିକଟରେ ହିମାଚଳ ପ୍ରଦେଶ ସରକାର ଦଶହରା ପୂର୍ବରୁ ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା 4% ବୃଦ୍ଧି ଘୋଷଣା କରିଛନ୍ତି। ଏହାଦ୍ୱାରା 1.80 ଲକ୍ଷ କର୍ମଚାରୀ ଏବଂ ରାଜ୍ୟର 1.70 ଲକ୍ଷ ପେନସନଭୋଗୀ ଉପକୃତ ହେବେ। ସୂଚନା ଅନୁସାରେ ଅଲ୍ ଇଣ୍ଡିଆ ଗ୍ରାହକ ମୂଲ୍ୟ ସୂଚକାଙ୍କ (AICPI) ଆଧାରରେ ମହଙ୍ଗା ଭତ୍ତା ହିସାବ କରାଯାଏ, ଯାହା ଖୁଚୁରା ମୂଲ୍ୟର ଗତିବିଧିକୁ ଟ୍ରାକ୍ କରେ ଏବଂ ବର୍ଷକୁ ଦୁଇଥର ସଂଶୋଧିତ ହୋଇଥାଏ।

ୟୁପି ସରକାର ଏହି ବଡ ପଦକ୍ଷେପ ନେଇଛନ୍ତି:

ଏହାପୂର୍ବରୁ କେନ୍ଦ୍ର ସରକାର ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ମନା କରିଦେଇଥିଲେ। ୟୁପି ସରକାର ମାର୍ଚ୍ଚ ୨୦୨୪ ରେ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ 4% ବୃଦ୍ଧି କରିଛନ୍ତି। ମହଙ୍ଗା ଭତ୍ତା ବେତନର ଏକ ଅଂଶ। ଏହା କର୍ମଚାରୀଙ୍କ ମୌଳିକ ବେତନର ଏକ ସ୍ଥିର ପ୍ରତିଶତ ଅଟେ।

About the Author