ଆଇସକ୍ରିମରେ ଆଙ୍ଗୁଠି ପରେ ଏବେ ଆଳୁ ଚିପ୍ସରୁ ମିଳିଲା ମଲା ବେଙ୍ଗ
Advertisement
Article Detail0/zeeodisha/odisha2300599

ଆଇସକ୍ରିମରେ ଆଙ୍ଗୁଠି ପରେ ଏବେ ଆଳୁ ଚିପ୍ସରୁ ମିଳିଲା ମଲା ବେଙ୍ଗ

ଆଳୁ ଚିପ୍ସ ପ୍ୟାକେଟରୁ ଏକ ମଲା ବେଙ୍ଗ ବାହାରିଥିବା ଅଭିଯୋଗ ହୋଇଛି । ଗତ ବୁଧବାର ଦିନ ଜାମନଗର ମ୍ୟୁନିସିପାଲିଟି କର୍ପୋରେସନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

ଆଇସକ୍ରିମରେ ଆଙ୍ଗୁଠି ପରେ ଏବେ ଆଳୁ ଚିପ୍ସରୁ ମିଳିଲା ମଲା ବେଙ୍ଗ

Rotten Frog in Potato Chips: ଯଦି ଆପଣ ବଜାରରେ ମିଳୁଥିବା ପ୍ୟାକେଟ୍ ଖାଦ୍ୟ କିଣି ନଦେଖି ଖାଉଛନ୍ତି ତେବେ ସାବଧାନ ହେଇଯାନ୍ତୁ । କାରଣ ବର୍ତ୍ତମାନ ସୋସିଆଲ ମିଡିଆରେ ଏପରି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଆଇସକ୍ରିମରେ ମଣିଷ ଆଙ୍ଗୁଠି ବାହାରିବା ଖବର ବର୍ତ୍ତମାନ ଚର୍ଚ୍ଚାରେ ଥିବା ସମୟରେ ବର୍ତ୍ତମାନ ଆଳୁ ଚିପ୍ସର ଏକ ପ୍ୟାକେଟରୁ ମଲା ବେଙ୍ଗ ବାହାରିଛି । ଏହା ଜଣାପଡିବା ପରେ ବର୍ତ୍ତମାନ ଘଟଣାର ଅନୁସନ୍ଧାନ ଚାଲିଛି ।

ନିକଟରେ ମୁମ୍ବାଇରେ ଏକ ଆଇସ୍କ୍ରିମ୍ ପ୍ୟାକେଟରୁ କଟା ଆଙ୍ଗୁଳି ମିଳିଥିଲା । ଏବେ ପୁଣି ଥରେ ଗୁଜୁରାଟରେ ଆଳୁ ଚିପ୍ସ ପ୍ୟାକେଟରୁ ଏକ ମଲା ବେଙ୍ଗ ବାହାରିଥିବା ଅଭିଯୋଗ ହୋଇଛି । ଗତ ବୁଧବାର ଦିନ ଜାମନଗର ମ୍ୟୁନିସିପାଲିଟି କର୍ପୋରେସନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଜାମନଗର ମ୍ୟୁନିସିପାଲିଟି କର୍ପୋରେସନର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆଳୁ ଚିପ୍ସ ପ୍ୟାକେଟର ନମୁନା ସଂଗ୍ରହ କରାଯାଇଛି ।

ଏହି ସମଗ୍ର ପ୍ରସଙ୍ଗରେ, ଖାଦ୍ୟ ସୁରକ୍ଷା ଅଧିକାରୀ ଡି.ବି ପାରମାର କହିଛନ୍ତି ଯେ, ଜସ୍ମିନ ପଟେଲ ନାମକ ଜଣେ ଝିଅ ତାଙ୍କୁ ବାଲାଜୀ ୱାଫର୍ସ ଦ୍ୱାରା ନିର୍ମିତ କ୍ରଞ୍ଚେକ୍ସର ଏକ ପ୍ୟାକେଟରୁ ମଲା ବେଙ୍ଗ ମିଳିଥିବାର ସୂଚନା ଦେଇଛନ୍ତି । ଝିଅଟିର ଅଭିଯୋଗ ପରେ ଆମେ ଦୋକାନରେ ପହଞ୍ଚିଲୁ ଯେଉଁଠାରୁ ସେ ଚିପ୍ସର ପ୍ୟାକେଟ୍ କିଣିଥିଲେ । ଅନୁସନ୍ଧାନରୁ ଜଣାପଡିଛି ଯେ, ଏହା ପ୍ରକୃତରେ ଏକ ମଲା ବେଙ୍ଗ, ଯାହା ଶୁଖିକି ସମ୍ପୂର୍ଣ୍ଣ ପତଳା ହୋଇଯାଇଥିଲା । ବର୍ତ୍ତମାନ, ମ୍ୟୁନିସିପାଲିଟି କର୍ପୋରେସନ କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଆଳୁ ଚିପ୍ସ ପ୍ୟାକେଟର ନମୁନା ସଂଗ୍ରହ କରାଯାଇଛି । ଜସ୍ମିନ୍ ପଟେଲ ନାମକ ଜଣେ ଝିଅ ଦାବି କରିଛନ୍ତି ଯେ, ତାଙ୍କର ୪ ବର୍ଷର ଭଣଜା ଏକ ଦୋକାନରୁ ଏହି ପ୍ୟାକେଟ୍ କିଣିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଭଣଜାଙ୍କ ସହିତ ତାଙ୍କର ଆଉ ଜଣେ ସମ୍ପର୍କୀୟ ଉକ୍ତ ଆଳୁ ଚିପ୍ସ ଖାଇଥିଲେ ।

Also Read- Mangal Gochar 2024: ବୃଷ ରାଶିରେ ମଙ୍ଗଳ ଚଳନ, ୬ଟି ରାଶିର ଭାଗ୍ୟ ଉଜ୍ୱଳ