Defence Budget 2023: ଏଥର ବଢିଲା ପ୍ରତିରକ୍ଷା ବଜେଟ୍, ସୀମାରେ ଚୀନ-ପାକିସ୍ଥାନ ସହ ଉତ୍ତେଜନା ମଧ୍ୟରେ ନିଆଗଲା ନିଷ୍ପତ୍ତି
Advertisement
Article Detail0/zeeodisha/odisha1554029

Defence Budget 2023: ଏଥର ବଢିଲା ପ୍ରତିରକ୍ଷା ବଜେଟ୍, ସୀମାରେ ଚୀନ-ପାକିସ୍ଥାନ ସହ ଉତ୍ତେଜନା ମଧ୍ୟରେ ନିଆଗଲା ନିଷ୍ପତ୍ତି

Defence Budget 2023 India: ସଂସଦରେ ଆଗତ ହୋଇଛି ୨୦୨୩-୨୪ବର୍ଷର କେନ୍ଦ୍ରୀୟ ବଜେଟ। ଭାରତ ସରକାର ପ୍ରତିରକ୍ଷା ବଜେଟ ପରିଣାଣକୁ ପ୍ରାୟ ୭୦ ହଜାର କୋଟି ଟଙ୍କା ବୃଦ୍ଧି କରିଛନ୍ତି। ଆଗାମୀ ୨୦୨୩-୨୪ ପାଇଁ କେନ୍ଦ୍ର ସରକାର ପ୍ରତିରକ୍ଷା ବଜେଟ ପାଇଁ ୫.୯୪ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି।

Defence Budget 2023: ଏଥର ବଢିଲା ପ୍ରତିରକ୍ଷା ବଜେଟ୍, ସୀମାରେ ଚୀନ-ପାକିସ୍ଥାନ ସହ ଉତ୍ତେଜନା ମଧ୍ୟରେ ନିଆଗଲା ନିଷ୍ପତ୍ତି

India Defence Budget 2023: ଫେବୃଆରୀ ୧ ତାରିଖ ବୁଧବାର ସଂସଦରେ ଆଗତ ହୋଇଛି ୨୦୨୩-୨୪ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ। ସୀମାରେ ଚୀନ-ପାକିସ୍ଥାନ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ 
ଭାରତ ସରକାର ପ୍ରତିରକ୍ଷା ବଜେଟ ପରିଣାଣକୁ ପ୍ରାୟ ୭୦ ହଜାର କୋଟି ଟଙ୍କା ବୃଦ୍ଧି କରିଛନ୍ତି। ଆଗାମୀ ୨୦୨୩-୨୪ ପାଇଁ କେନ୍ଦ୍ର ସରକାର ପ୍ରତିରକ୍ଷା ବଜେଟ ପାଇଁ ୫.୯୪ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି। ଅଧିକାଂଶ ବଜେଟ୍ ଯବାନଙ୍କ ମୌଳିକ ଆବଶ୍ୟକତା ପୂରଣ ଲାଗି ବ୍ୟବହୃତ ହେବ।

ଗତ ୨୦୨୨-୨୩ ଆର୍ଥିକ ବର୍ଷରେ ଭାରତ ସରକାର ପ୍ରତିରକ୍ଷା ବଜେଟ ପରିମାଣକୁ ୯.୮୬ ପ୍ରତିଶତ ବୃଦ୍ଧି କରିଥିଲେ। ଗତ ଥରର ବଜେଟ ଲାଗି ବ୍ୟୟ ବରାଦ ହୋଇଥିବା ରାଶି ସେନା କର୍ମଚାରୀଙ୍କ ଦରମା ଏବଂ ଅନ୍ୟାନ୍ୟ ପ୍ରତିରକ୍ଷା କାର୍ଯ୍ୟ ପାଇଁ ଖର୍ଚ୍ଚ ହୋଇଥିଲା। ଗତ ଥର ସରକାର ପ୍ରତିରକ୍ଷା ବଜେଟ ପରିମାଣ ୪୭ ହଜାର କୋଟି ଟଙ୍କା ବଢାଇଥିଲେ। ଗତ ଥର ପ୍ରତିରକ୍ଷା ବଜେଟ୍ ପରିମାଣ ୫.୨୫ ଲକ୍ଷ କୋଟି ଟଙ୍କା ରହିଥିଲା। 

ବିଗତ ୫ ବର୍ଷରେ କେତେ ରହିଛି ପ୍ରତିରକ୍ଷା ବଜେଟ୍ ପରିମାଣ ଏବଂ କେବେ ହୋଇଛି ବୃଦ୍ଧି?

  • ୨୦୧୯-୨୦: ୪.୩୧ ଲକ୍ଷ କୋଟି ଟଙ୍କା
  • ୨୦୨୦-୨୧: ୪.୭୧ ଲକ୍ଷ କୋଟି ଟଙ୍କା 
  • ୨୦୨୧-୨୨: ୪.୭୮ ଲକ୍ଷ କୋଟି ଟଙ୍କା 
  • ୨୦୨୨-୨୩: ୫.୨୫ ଲକ୍ଷ କୋଟି ଟଙ୍କା 
  • ୨୦୨୩-୨୪: ୫.୯୪ ଲକ୍ଷ କୋଟି ଟଙ୍କା

ଗତ ବର୍ଷ ମେ ମାସରେ ସଂସଦୀୟ ପ୍ରତିରକ୍ଷା କମିଟି ଏକ ରିପୋର୍ଟ ଜାରି କରିଥିଲା। ଯେଉଁଥିରେ କୁହାଯାଇଥିଲା ଯେ ୧୯୬୨ ମସିହା ପରେ କେନ୍ଦ୍ର ସରକାର ୨୦୨୨  ବର୍ଷରେ ପ୍ରତିରକ୍ଷା ବଜେଟ୍ ଲାଗି ସର୍ବନିମ୍ନ ବ୍ୟୟବରାଦ କରିଛନ୍ତି। ପ୍ରତିରକ୍ଷା କମିଟି ଚିନ୍ତା ପ୍ରକଟ କରି କହିଛି ଯେ ଭାରତୀୟ ସେନା ଦୁଇଟି ଦିଗରେ ଯୁଦ୍ଧ କରୁଛି। ଏଭଳି ପରିସ୍ଥିତିରେ ପ୍ରତିରକ୍ଷା ବଜେଟ୍ କାଟିବା ପଛରେ କାରଣ କ'ଣ ତାହା ବୁଝା ପଡୁନାହିଁ। କ୍ୟାପିଟାଲ ହେଡ ଅଧୀନରେ ପ୍ରାପ୍ତ ହେଉଥିବା ପରିମାଣ ହ୍ରାସକୁ ନେଇ ମଧ୍ୟ କମିଟି ପ୍ରଶ୍ନ ଉଠାଇଥିଲା। ଯାହା ଅଧୀନରେ ସେନା ଲାଗି ଅସ୍ତ୍ରଶସ୍ତ୍ର କ୍ରୟ କରାଯାଇଥାଏ। ସଂସଦୀୟ ପ୍ରତିରକ୍ଷା କମିଟି ଅନୁଯାୟୀ ମୋଟ ବଜେଟ ପରିମାଣର ୧ ପ୍ରତିଶତରୁ କମ୍ ଅର୍ଥ ସୈନ୍ୟ ଅନୁସନ୍ଧାନ କାର୍ଯ୍ୟରେ ଖର୍ଚ୍ଚ ହୋଇଛି। ଅନ୍ୟପକ୍ଷରେ, ଶତ୍ରୁ ଦେଶ ଚୀନ୍ ସୁରକ୍ଷା ସମ୍ବନ୍ଧୀୟ ଅନୁସନ୍ଧାନ ପାଇଁ ମୋଟ ପ୍ରତିରକ୍ଷା ବଜେଟ ପରିମାଣର ୨୦ ପ୍ରତିଶତରୁ ଅଧିକ ଖର୍ଚ୍ଚ କରୁଛି। 

ଆଗାମୀ ୨୦୨୩-୨୪ ବର୍ଷ ଲାଗି କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିବା ବେଳେ ଚଳିତ ଥର ପ୍ରତିରକ୍ଷା ଲାଗି ୫.୯୪ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ଯାହା ମୋଟ ବଜେଟ ପରିମାଣର ୮ ପ୍ରତିଶତ। ଏଥର ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି।