Delhi IGI Airport: ଦିଲ୍ଲୀ ବିମାନ ବନ୍ଦରରେ ଚାଲିବ ଏୟାର ଟ୍ରେନ; ଜାଣନ୍ତୁ ଏହାର ବିଶେଷତ୍ୱ
Advertisement
Article Detail0/zeeodisha/odisha1949447

Delhi IGI Airport: ଦିଲ୍ଲୀ ବିମାନ ବନ୍ଦରରେ ଚାଲିବ ଏୟାର ଟ୍ରେନ; ଜାଣନ୍ତୁ ଏହାର ବିଶେଷତ୍ୱ

Delhi International Airport Limited: ଖୁବଶୀଘ୍ର ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ଯାତ୍ରୀଙ୍କୁ ମିଳିବାକୁ ଯାଉଛି ଏକ ଅତ୍ୟାଧୁନିକ ସୁବିଧା। ଯାହା ବିଶ୍ୱର କିଛି ହାତ ଗଣତି ସହରରେ ଉପଲବ୍ଧ ରହିଛି।

Delhi IGI Airport: ଦିଲ୍ଲୀ ବିମାନ ବନ୍ଦରରେ ଚାଲିବ ଏୟାର ଟ୍ରେନ; ଜାଣନ୍ତୁ ଏହାର ବିଶେଷତ୍ୱ

Delhi Indira Gandhi International Airport: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର ଠାରେ ଯାତ୍ରୀଙ୍କୁ ମିଳିବାକୁ ଯାଉଛି ଏକ ନୂଆ ସୁବିଧା। ଦିଲ୍ଲୀ ଆଇଜିଆଇ ଏୟାରପୋର୍ଟ ଟର୍ମିନାଲ୍ କୁ ଟର୍ମିନାଲ୍ ସହ ଯୋଡ଼ିବା ପାଇଁ ଏକ ଏୟାର ଟ୍ରେନ୍ ଚଳାଇବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। ପ୍ରାୟ ୬ କିମି ଲମ୍ବା ମାର୍ଗରେ ମୋଟ ୪ ଷ୍ଟେସନ୍ ରହିବ। ଯାହା ଦ୍ୱାରା ଯାତ୍ରୀଙ୍କୁ ଗୋଟିଏ ଟର୍ମିନାଲ ଠାରୁ ଅନ୍ୟ ଟର୍ମିନାଲ ପର୍ଯ୍ୟନ୍ତ ଯିବା ଲାଗି ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏୟାର ଟ୍ରେନ୍ ମାଧ୍ୟମରେ ଅଳ୍ପ ସମୟ ମଧ୍ୟରେ ଏହି ଦୂରତା ଅତିକ୍ରମ କରିବାକୁ ସକ୍ଷମ ହେବେ ଯାତ୍ରୀ

ଜାତୀୟ ଗଣମାଧ୍ୟମ ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଏୟାର ଟ୍ରେନ ଯୋଜନାକୁ (Air Train Facility at Delhi Airport) କାର୍ଯ୍ୟକାରୀ ପାଇଁ ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏନେଇ କୁହାଯାଇଛି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ପଠାଯାଇଥିବା ପ୍ରସ୍ତାବ ଉପରେ ଏହାର ଉତ୍ତର ଆସିଛି। ଖୁବ ଶୀଘ୍ର ଏୟାର ଟ୍ରେନ ଯୋଜନାକୁ କାର୍ଯ୍ୟକାରୀ କରାଯାଇପାରେ। ବର୍ତ୍ତମାନ ବିମାନ ଯାତ୍ରୀ ସଟଲ୍ ମାଧ୍ୟମରେ ଗୋଟିଏ ଟର୍ମିନାଲ ଠାରୁ ଅନ୍ୟ ଟର୍ମିନାଲ ପର୍ଯ୍ୟନ୍ତ ଯାଇଥାଏ। ଯାହା ବହୁତ ସମୟ ନେଇଥାଏ। ଏଭଳି ପରିସ୍ଥିତିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ବାୟୁ ମାର୍ଗରେ ଚଳାଚଳ କରୁଥିବା ଟ୍ରେନ ସେବା ଆରମ୍ଭ କରିବା ପାଇଁ ଏକ ପ୍ରସ୍ତାବ ଦିଆଯାଇଥିଲା।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (Ministry of Civil Aviation India) ସୂତ୍ରରୁ ଜଣାପଡିଛି ଯେ ଦିଲ୍ଲୀସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (Delhi International Airport Limited) ସ୍ୱୟଂଚାଳିତ ପାସେଞ୍ଜର ମୋଭର (Automated Passenger Mover) ପ୍ରସ୍ତାବ ଦେଇଛି। ବିମାନ ଚଳାଚଳ ମନ୍ତ୍ରଣାଳୟ ଏହି ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛି। ଏନେଇ କୁହାଯାଇଛି ଯେ ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷ (Delhi  International Airport Authority) ଏହି ପ୍ରସ୍ତାବ ଉପରେ ବିଚାର କରିବାକୁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (Airport Authority of India) ଉଦ୍ଦେଶ୍ୟରେ କହିଛି।

ଟର୍ମିନାଲ-୧ ଠାରୁ ଟର୍ମିନାଲ୍-୩ ମଧ୍ୟରେ ନିର୍ମିତ ହେବ ୪ ଷ୍ଟେସନ୍
ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ ଠାରୁ ଟର୍ମିନାଲ୍-୩ ମଧ୍ୟରେ ନିର୍ମିତ ହେବ ୪ ଷ୍ଟେସନ୍। ପ୍ରାୟ ୬ କିଲୋମିଟର ଲମ୍ବା ମାର୍ଗରେ ଚାରୋଟି ଷ୍ଟେସନ୍ ରହିବ। ତାହା ହେଉଛି ଟର୍ମିନାଲ-୧, ଏରୋସିଟି, କାର୍ଗୋ ଟର୍ମିନାଲ୍ ଏବଂ ଟର୍ମିନାଲ୍-୩। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପୂର୍ବରୁ, ଚିକାଗୋ, ସାଂଘାଇ ଏବଂ ଫ୍ରାଙ୍କଫର୍ଟ ପରି ସହରରେ ଏପରି ସୁବିଧା ଉପଲବ୍ଧ ରହିଛି। ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଏହି ସୁବିଧା ଆରମ୍ଭ କରିବା ପାଇଁ ସିଙ୍ଗାପୁରର ବିଶେଷଜ୍ଞଙ୍କ ଠାରୁ ମଧ୍ୟ ସହାୟତା ନିଆଯିବ।

ଏୟାର ଟ୍ରେନ୍ ପ୍ରକଳ୍ପ ପାଇଁ ଖର୍ଚ୍ଚ ହେବ କେତେ ଟଙ୍କା
ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଏୟାର ଟ୍ରେନ୍ ପ୍ରକଳ୍ପ ପାଇଁ ଅନେକ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଏହି ପରିଯୋଜନା ପାଇଁ ୩୪୦୦ କୋଟି ଟଙ୍କା ବଜେଟ୍ ପ୍ରସ୍ତୁତ କରାଯାଇଛି। ଏୟାର ଟ୍ରେନ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଅର୍ଥର ଅଭାବ ରହିଛି। ଯାହାକୁ User Development Fee ମାଧ୍ୟମରେ ଭରଣା କରାଯିବ। ଏହା ବ୍ୟତୀତ ଏରୋସିଟି ହୋଟେଲ ଏବଂ ଅଫିସ ଠାରେ ଦୁଇଟି ଅତିରିକ୍ତ ରହଣୀସ୍ଥଳ ଲାଗି ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଯାହା ସମ୍ପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏୟାର ଟ୍ରେନ୍ ରହଣୀସ୍ଥଳ ସଂଖ୍ୟା ବଢାଇବା ପାଇଁ ପାଣ୍ଠି ଯୋଗାଣ କରିବାକୁ କୁହାଯାଇଛି। ଏନେଇ ୨୫୦୦ କୋଟି ଟଙ୍କା ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ଦ୍ୱାରା ସଂଗ୍ରହ କରାଯିବ। ଏହା ସହିତ User Development Fee ଦ୍ୱାରା ପ୍ରାୟ ୧୦୦୦ କୋଟି ଟଙ୍କା ସଞ୍ଚୟ ହୋଇପାରିବ। ଏହି ପ୍ରକଳ୍ପ ସମ୍ପର୍କରେ ଦିଲ୍ଲୀସ୍ଥିତ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ଅଗତ କରିଛି। ହେଲେ ଏ ପର୍ଯ୍ୟନ୍ତ ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।