Indian Railway: ରେଳବାଇ ଅଡିଟୋରିୟମ ଠାରେ ପାଳିତ ହେଲା ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ
Advertisement
Article Detail0/zeeodisha/odisha2064704

Indian Railway: ରେଳବାଇ ଅଡିଟୋରିୟମ ଠାରେ ପାଳିତ ହେଲା ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ

 Ati Vishisht Rail Seva Puraskar 2023: ବୁଧବାର ଭୁବନେଶ୍ୱର ସ୍ଥିତ ରେଳବାଇ ଅଡିଟୋରିୟମ ଠାରେ ପାଳିତ ହୋଇଯାଇଛି ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ।

 Indian Railway: ରେଳବାଇ ଅଡିଟୋରିୟମ ଠାରେ ପାଳିତ ହେଲା ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ

Distinguished Railway Service Award 2023: ଜାନୁଆରୀ ୧୭ ତାରିଖ ବୁଧବାର ପୂର୍ବତଟ ରେଳବାଇ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରେଳବାଇ ଅଡିଟୋରିୟମ ଠାରେ ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମା ସମସ୍ତ ରେଳବାଇ କର୍ମଚାରୀଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ମନୋଭାବକୁ ପ୍ରଶଂସା କରିବା ସହିତ ନିଷ୍ଠାପର ସେବା ତଥା କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ ହୋଇଥିବା କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିଶିଷ୍ଟ ରେଳ ସେବା-୨୦୨୩ ପୁରସ୍କାର ସମାରୋହ ପାଳନ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ମନୋଜ ଶର୍ମା ଉତ୍ସର୍ଗୀକୃତ, ନିଷ୍ଠାପର ସେବା, କାର୍ଯ୍ୟଦକ୍ଷତା ସହିତ ଉଲ୍ଲେଖନୀୟ ଅବଦାନ ପାଇଁ ବିଶେଷ ପୁରସ୍କାର "ବିଶିଷ୍ଟ ରେଳ ସେବା ପୁରସ୍କାର ରେଳବାଇ କର୍ମଚାରୀଙ୍କୁ ପ୍ରଦାନ କରି ସମ୍ମାନିତ କରିଛନ୍ତି। ମୋଟ ୪୬ ଜଣ ରେଳ କର୍ମଚାରୀଙ୍କୁ ବ୍ୟକ୍ତିଗତ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଦୁଇଟି ଦଳଗତ ପୁରସ୍କାର ପ୍ରଦାନ କରାଯାଇଛି। ଯେଉଁମାନେ ସଙ୍କଟ ସମୟରେ ରେଳବାଇ ଟ୍ରାଫିକ ପୁନରୁଦ୍ଧାର କାର୍ଯ୍ୟରେ ନିୟୋଜିତ ରହି ଦିନ ରାତି କଠିନ ପରିଶ୍ରମ କରି ରେଳ ଚଳାଚଳକୁ ସ୍ୱାଭାବିକ କରିବାପାଇଁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। 

ଏହି ଅବସରରେ ବିଭିନ୍ନ ଦକ୍ଷତା ଶୀଲଡ଼ ପ୍ରଦାନ କରାଯାଇଥିଲା। ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳକୁ ପୂର୍ବତଟ ରେଳବାଇର ସର୍ବୋତ୍ତମ ମାନ୍ୟତା ଦିଆଯାଇ ସାମଗ୍ରିକ ଦକ୍ଷତା ଶୀଲଡ଼ ପ୍ରଦାନ କରାଯାଇଥିଲା। ୱାଲଟିୟର ରେଳ ମଣ୍ଡଳର ଶ୍ରୀକାକୁଲମ୍ ରୋଡ୍ ରେଳ ଷ୍ଟେସନ୍ ବଡ଼ ରେଳ ଷ୍ଟେସନ ବର୍ଗରେ ଏବଂ ସମ୍ବଲପୁର ରେଳ ମଣ୍ଡଳର ବରଗଡ ରୋଡ୍ ଷ୍ଟେସନ୍  ଛୋଟ ଷ୍ଟେସନ ବର୍ଗରେ ଶ୍ରେଷ୍ଠ ପରିଚ୍ଛନ୍ନତା କ୍ଷେତ୍ରରେ କ୍ଲିନଲିନେସ ସିଲ୍ଡ ପାଇଥିଲା।

ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୩ ଉତ୍ସବରେ ଅନ୍ୟ ଅତିଥିଙ୍କ ମଧ୍ୟରେ ପୂର୍ବତଟ ରେଳବାଇ ମହିଳା କଲ୍ୟାଣ ସଙ୍ଗଠନ ସଭାପତି ଦିବ୍ୟା ଶର୍ମା, ଅତିରିକ୍ତ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ଯୋଗଦାନ କରିଥିବାବେଳେ ସମସ୍ତ ପ୍ରମୁଖ ବିଭାଗୀୟ ଅଧିକାରୀଙ୍କ ସହିତ ଖୋର୍ଦ୍ଧା ରୋଡ଼, ସମ୍ବଲପୁର, ୱାଲଟିୟର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ। 

ବିଶିଷ୍ଟ ରେଳ ସେବା ପୁରସ୍କାର ୨୦୨୩ ସମାରୋହରେ ପୂର୍ବତଟ ରେଳପଥର ବରିଷ୍ଠ ଉପ ମହାପ୍ରବନ୍ଧକ ସଞ୍ଜୟ ମହାପାତ୍ର ଅତିଥିଙ୍କୁ ସ୍ୱାଗତ କରିବା ସହ ତାଙ୍କର ବକ୍ତବ୍ୟରେ ପୁରସ୍କାର ଗ୍ରହଣ କରିଥିବା ରେଳ କର୍ମଚାରୀଙ୍କୁ ପ୍ରୋତ୍ସାହିତ କରିଥିଲେ। ରେଳବାଇ ଉପ ମହାପ୍ରବନ୍ଧକ ବିଶ୍ୱଜିତ୍ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।