ଶ୍ରୀମନ୍ଦିର ପାଇଁ ଡ୍ରେସ୍‍ କୋଡ୍‍; ଶାଳୀନତା ପୂର୍ଣ୍ଣ ପୋଷକ ନପିନ୍ଧିଲେ ଫେରିବେ ଭକ୍ତ
Advertisement
Article Detail0/zeeodisha/odisha1907861

ଶ୍ରୀମନ୍ଦିର ପାଇଁ ଡ୍ରେସ୍‍ କୋଡ୍‍; ଶାଳୀନତା ପୂର୍ଣ୍ଣ ପୋଷକ ନପିନ୍ଧିଲେ ଫେରିବେ ଭକ୍ତ

Srimandir Dress Code for Devotees: ଶାଳୀନତା ପୂର୍ଣ୍ଣ ପୋଷାକ ନ ପିନ୍ଧିଲେ ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ମୁତୟନ ଜଗନ୍ନାଥ ମନ୍ଦିର ପୋଲିସ ଏବଂ ସେବାୟତ ଆପଣଙ୍କୁ ଶ୍ରୀମନ୍ଦିରେ ପ୍ରବେଶ ଅନୁମତି ଦେବେ ନାହିଁ। 

ଶ୍ରୀମନ୍ଦିର ପାଇଁ ଡ୍ରେସ୍‍ କୋଡ୍‍; ଶାଳୀନତା ପୂର୍ଣ୍ଣ ପୋଷକ ନପିନ୍ଧିଲେ ଫେରିବେ ଭକ୍ତ

Dress Code for Devotees at Srimandir: ଆସନ୍ତା ନୂଆବର୍ଷରେ ପୁରୀରେ ଅନେକ କିଛି ନୂଆ ହେବାକୁ ଯାଉଛି। କିଛିଦିନ ପୂର୍ବେ ମୁଖ୍ୟମନ୍ତ୍ରୀଙ୍କ ସଚିବ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଡିସେମ୍ବର ପର୍ଯ୍ୟନ୍ତ ଶେଷ କରି ନୂଆବର୍ଷରୁ ଲାଗୁ କରିବାକୁ ତାଗିଦ କରିଛନ୍ତି। ସୋମବାର ଶ୍ରୀମନ୍ଦିର ପକ୍ଷରୁ ଭକ୍ତଙ୍କ ଲାଗି ଡ୍ରେସ୍‍ କୋଡ୍‍ ବ୍ୟବସ୍ଥା କରାଯାଇଛି। ମନ ଇଚ୍ଛା ପୋଷାକ ବଦଳରେ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧିବାକୁ ଶ୍ରୀମନ୍ଦିର ପ୍ରଶାସନ ପରାମର୍ଶ ଦେଇଛି। ଶାଳୀନତା ପୂର୍ଣ୍ଣ ପୋଷାକ ନ ପିନ୍ଧିଲେ ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାରରେ ମୁତୟନ ଜଗନ୍ନାଥ ମନ୍ଦିର ପୋଲିସ ଏବଂ ସେବାୟତ ଆପଣଙ୍କୁ ଶ୍ରୀମନ୍ଦିରେ ପ୍ରବେଶ ଅନୁମତି ଦେବେ ନାହିଁ। ଏ ଦିଗରେ ଆସନ୍ତାକାଲି ଠାରୁ ସେଚତନତା ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇଛନ୍ତି। 

ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ଭିତରେ ଭକ୍ତି ଭାବର ପରିବେଶକୁ ଅକ୍ଷୁର୍ଣ୍ଣ ରଖିବା ଲାଗି ଚେଷ୍ଟା କରିଛି। ଅନେକ ସମୟରେ ଯୌନ ଉଦ୍ଦୀପକ ପୋଷାକୁ ପିନ୍ଧି ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳିଥିଲା। ଏନେଇ ମନ୍ଦିରରେ ଅନ୍ୟ ଭକ୍ତ ମଧ୍ୟ ଅଭିଯୋଗ ଆଣିଥିଲେ। ଶ୍ରୀମନ୍ଦିର ପ୍ରଶାସନର ନୀତି କମିଟି ଏ ସମ୍ପର୍କରେ ଆଜି ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବାକୁ ଚେଷ୍ଟା କରିଛି। 

ଶ୍ରୀମନ୍ଦିର ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି, ଶ୍ରୀ ଜଗନ୍ନାଥ ମନ୍ଦିରର ଧାର୍ମିକ ବାତାବରଣକୁ ସୁରକ୍ଷିତ କରିବା ପାଇଁ ଏମିତି ପଦକ୍ଷେପ ନୀତି ସବ୍‍ କମିଟି ନେଇଛନ୍ତି। ସବୁ ଧର୍ମରେ ଏପରି ବ୍ୟବସ୍ଥା ରହିଛି। ଏହି ଆଧାରରେ ଆମ ସଂସ୍କୃତି ଏବଂ ଧର୍ମର ସୁରକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। 

ଶ୍ରୀମନ୍ଦିର ପାଇଁ ଲାଗୁ ହୋଇଥିବା ଡ୍ରେସ୍‍ କୋଡ୍‍ ଅନୁସାରେ ମୁଖ୍ୟତଃ ଚିରା ଫଟା ଜିନ୍ସ, ସ୍ଲିଭ୍‍ ଲେସ୍‍, ହାପ୍‍ ପ୍ୟାଣ୍ଟ ପିନ୍ଧିବାକୁ ବାରଣ କରାଯାଇଛି। ଶ୍ରୀମନ୍ଦିରର ମାହାତ୍ମ୍ୟକୁ ଅକ୍ଷୁର୍ଣ୍ଣ ରଖିବାକୁ ଏପରି ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି। ଏହାଦ୍ୱାରା ଶ୍ରୀମନ୍ଦିରକୁ ଏଣିକି ପୋଷାକ ପରିଧାନ କରିବା ବେଳେ ଯାତ୍ରୀଙ୍କୁ ଧ୍ୟାନ ରଖିବାକୁ ହେବ। ନହେଲେ ଦ୍ୱାରରେ ମୁତୟନ ସେବାୟତ ଏବଂ ଜଗନ୍ନାଥ ମନ୍ଦିର ପୋଲିସ ଆପଣଙ୍କୁ ଫେରାଇ ଦେଇପାରନ୍ତି।