Rajasthan Election 2023: ରାଜସ୍ଥାନ ବିଧାନସଭା ନିର୍ବାଚନ ସମ୍ପର୍କରେ ଆସିଲା ବଡ଼ ଖବର
Advertisement
Article Detail0/zeeodisha/odisha1895778

Rajasthan Election 2023: ରାଜସ୍ଥାନ ବିଧାନସଭା ନିର୍ବାଚନ ସମ୍ପର୍କରେ ଆସିଲା ବଡ଼ ଖବର

Rajasthan Assembly Election 2023 Date: ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜାନୁଆରୀ ୧୪ ତାରିଖରେ ଶେଷ ହେଉଛି। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଡିସେମ୍ବର ପର୍ଯନ୍ତ ମତଦାନ ହେବାର ଆଶା କରାଯାଉଛି।

 

 Rajasthan Election 2023: ରାଜସ୍ଥାନ ବିଧାନସଭା ନିର୍ବାଚନ ସମ୍ପର୍କରେ ଆସିଲା ବଡ଼ ଖବର

Rajasthan Assembly Election 2023: ଚଳିତ ବର୍ଷ ଶେଷ ଆଡ଼କୁ ଦେଶର ୫ ରାଜ୍ୟରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ଆସନ୍ତା ନଭେମ୍ବର-ଡିସେମ୍ବର ମାସରେ ଯେଉଁ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ତାହା ମଧ୍ୟରେ ରହିଛି ରାଜସ୍ଥାନ। ଏହି ନିର୍ବାଚନ କେବେ ଅନୁଷ୍ଠିତ ହେବ ସେ ନେଇ ନିର୍ବାଚନ ଆୟୋଗ ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ କୋଣସି ତାରିଖ ଘୋଷଣା ହୋଇନାହିଁ। ସଦ୍ୟ ମିଳିଥିବା ଖବର ଅନୁସାରେ ଖୁବ ଶୀଘ୍ର ନିର୍ବାଚନ ତାରିଖ ଘୋଷଣା ହୋଇପାରେ। ନିର୍ବାଚନ ଆୟୋଗ ପକ୍ଷରୁ ଏନେଇ ସଙ୍କେତ ମିଳିସାରିଛି। 

ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ (Rajasthan Assembly Election 2023) ପ୍ରସ୍ତୁତି ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର (Chief Election Commissioner Rajeev Kumar) କହିଛନ୍ତି ଯେ ଗତ ୨ ଦିନ ମଧ୍ୟରେ ନିର୍ବାଚନ ଆୟୋଗ (Election Commission of India) କେନ୍ଦ୍ର ସରକାର ଏବଂ ରାଜ୍ୟ ଏଜେନ୍ସି ବ୍ୟତୀତ ସମସ୍ତ ଆଞ୍ଚଳିକ ଦଳ, ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ଦଳଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି।

ନିରପେକ୍ଷ ଏବଂ ଅବାଧ ନିର୍ବାଚନକୁ କରାଯିବ ସୁନିଶ୍ଚିତ 
ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି ଯେ ସରକାର ଏବଂ ଏଜେନ୍ସି ସହ କଥା ହେବା ପରେ ଆମେ ଜିଲ୍ଲାପାଳ, ଏସପିଏସ, ଆଇଜି, ଡିଜି, କମିଶନର ଏବଂ ରାଜ୍ୟ ସରକାରଙ୍କ ସମସ୍ତ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି। ରାଜନୈତିକ ଦଳ ଆମକୁ ଏହି ବୈଠକରେ କହିଛନ୍ତି ଯେ ନିରପେକ୍ଷ ଏବଂ ଅବାଧ ନିର୍ବାଚନକୁ ସୁନିଶ୍ଚିତ କରାଯିବା ଆବଶ୍ୟକ। ଯେଉଁମାନେ ଟଙ୍କା ବଣ୍ଟନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଗୁରୁତ୍ୱପୂର୍ଣ୍ଣ ମତଦାନ କେନ୍ଦ୍ରରେ ମଧ୍ୟ ସାମରିକ ବାହିନୀ ନିୟୋଜିତ କରାଯାଉ। 

୨୦୨୪ ଜାନୁଆରୀ ୧୪ ତାରିଖରେ ଶେଷ ହେବ ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ 
ଆପଣଙ୍କୁ କହିରଖୁଛୁ ଯେ ରାଜସ୍ଥାନ ବିଧାନସଭାର କାର୍ଯ୍ୟକାଳ ୨୦୨୪ ଜାନୁଆରୀ ୧୪ ତାରିଖରେ (15th Rajasthan Assembly Tenure) ଶେଷ ହେଉଛି। ଏଭଳି ପରିସ୍ଥିତିରେ ଚଳିତ ବର୍ଷ ଡିସେମ୍ବର ପର୍ଯ୍ୟନ୍ତ ମତଦାନ ପ୍ରକ୍ରିୟା ଅନୁଷ୍ଠିତ ହୋଇପାରେ ବୋଲି ଆଶା କରାଯାଉଛି। ମୋଟ ୨୦୦ ସଦସ୍ୟ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ (Rajasthan Legislative Assembly) ସଂଖ୍ୟାଗରିଷ୍ଠତା ପାଇଁ ୧୦୧ ଆସନ ଆବଶ୍ୟକ। ଗତ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ (Rajasthan Assembly Election 2018) ​​କଂଗ୍ରେସ ୧୦୦ ସିଟ୍ ଜିତିଥିଲା ​ଏବଂ ସରକାର ଗଢିବା ପାଇଁ ଆବଶ୍ୟକୀୟ ସଂଖ୍ୟାଗରିଷ୍ଠତା ଠାରୁ ଦଳ ମାତ୍ର ଗୋଟିଏ ସିଟ୍ କମ୍  ପାଇଥିଲା। ବହୁଜନ ସମାଜ ପାର୍ଟି ସମେତ କିଛି ସ୍ୱାଧିନ ବିଧାୟକଙ୍କ ସମର୍ଥନ ବଳରେ କଂଗ୍ରେସ ସରକାର ଗଢିବା ଦଳର ନେତା ଅଶୋକ ଗେହଲୋତ ରାଜ୍ୟସ୍ଥାନ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଅନ୍ୟପଟେ ବିଜେପି ୭୩ ସିଟ୍ ପାଇଥିଲା। ଏହି ନିର୍ବାଚନରେ ​​ବିଜେପି ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଥିଲା। କାରଣ ଦଳ ୨୦୧୩ ରାଜସ୍ଥାନ ବିଧାନସଭା ନିର୍ବାଚନରେ ୧୬୩ ସିଟ୍ ପାଇଥିଲା।