ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ୨ ମୃତ ସୂଚନା
Advertisement
Article Detail0/zeeodisha/odisha2299357

ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ୨ ମୃତ ସୂଚନା

Baramulla Encounter: ସୋପୋରର ହାଡିପୋରା ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଭାବେ ଏହି ଅପରେସନରେ ସାମିଲ ଅଛନ୍ତି । 

ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର, ୨ ମୃତ ସୂଚନା

Baramulla Encounter: ଜାମ୍ମୁ କାଶ୍ମୀରରୁ ଏକ ବଡ ଖବର ସାମ୍ନାକୁ ଆସିଛି । ବରମୁଲ୍ଲ ଜିଲ୍ଲାର ହାଡିପୋରା ଗାଁ ନିକଟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । କୁହାଯାଉଛି ଯେ, ଏହି ଅଞ୍ଚଳରେ ୨ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ପୋଲିସର ସୂଚନାନୁସାରେ, ସୋପୋରର ହାଡିପୋରା ଅଞ୍ଚଳରେ ଏହି ଏନକାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଭାବେ ଏହି ଅପରେସନରେ ସାମିଲ ଅଛନ୍ତି । 

 

ସୂଚନାଯୋଗ୍ୟ, ମଙ୍ଗଳବାର ଦିନ ମଧ୍ୟ ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା । ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ଏହି ମାମଲାରେ ଜାମ୍ମୁ କାଶ୍ମୀର ପୋଲିସ କହିଛି ଯେ, ଏହି ଅଞ୍ଚଳର ଆତଙ୍କବାଦୀଙ୍କ ବିଷୟରେ ନିର୍ଦ୍ଦିଷ୍ଟ ସୂଚନାକୁ ଆଧାର କରି ପୁଞ୍ଚ ଜିଲ୍ଲାର ସୁରକ୍ଷା ବାହିନୀ ଦ୍ୱାରା କର୍ଡନ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା । ଏହି ସମୟରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। । ଶ୍ରୀନଗର ପୋଲିସ ପକ୍ଷରୁ ମଙ୍ଗଳବାର ଦିନ କୁହାଯାଇଥିଲା ଯେ, ଡ୍ରୋନ୍ ନିୟମ, ୨୦୨୧ ର ନିୟମ ୨୪ (୨) ଅନୁଯାୟୀ, ତୁରନ୍ତ ପ୍ରଭାବ ସହିତ ଡ୍ରୋନ୍ ଏବଂ କ୍ୱାଡକୋପ୍ଟର ଚଳାଇବା ପାଇଁ ଶ୍ରୀନଗରକୁ ଏକ 'ଅସ୍ଥାୟୀ ରେଡ୍ ଜୋନ୍' ଘୋଷଣା କରାଯାଇଛି। ଶ୍ରୀନଗର ପୋଲିସ ଏକଥା ମଧ୍ୟ କହିଛି, ରେଡ୍ ଜୋନରେ ଥିବା ସମସ୍ତ ଅନଧିକୃତ ଡ୍ରୋନ୍ ଅପରେସନ୍, ୨୦୨୧ ର ଡ୍ରୋନ୍ ନିୟମ ଅନୁଯାୟୀ ଦଣ୍ଡିତ ହୋଇପାରେ।

Also Read- ପଶୁପତିନାଥଙ୍କ ବିନା ଅସମ୍ପୂର୍ଣ୍ଣ କେଦାରନାଥଙ୍କ ଦର୍ଶନ, ଜାଣନ୍ତୁ କ'ଣ ରହିଛି ସଂଯୋଗ

Also Read- Rahu Gochar 2024 : ରାହୁଙ୍କ ନକ୍ଷତ୍ର ପରିବର୍ତ୍ତନ, ୫ରାଶିର ବ୍ୟକ୍ତିଙ୍କୁ ମିଳିବ ଧନ !